କୃଷ୍ଣ କହିଲେ କି କଳିଯୁଗର ଅନ୍ତ ପରେ ଏମିତି ହେବ ସତ୍ୟଯୁଗ, ଆସନ୍ତୁ ଜାଣିବା

ଆପଣ ସମସ୍ତେ ଜାଣିଛନ୍ତି କି ହିନ୍ଦୁଗ୍ରନ୍ଥ ସମୟକୁ ୪ଟି ଯୁଗରେ ବଣ୍ଟା ଯାଇଛି । ଯେମିତି କି ସତ୍ୟଯୁଗ, ତ୍ରେତୟାଯୁଗ, ଦ୍ଵାପରଯୁଗ, କଳିଯୁଗ । ବର୍ତ୍ତମାନ ଆମେ କଳିଯୁଗରେ ଅଛୁ । କଳିଯୁଗ ମାନେ ଏକ ଏମିତି ଯୁଗ ଯେଉଁଥିରେ ମନୁଷ୍ୟ ଜାତିର ମନ ଅସନ୍ତୋଷ ଦ୍ଵାରା ଭରପୁର ରହିବ । ସମସ୍ତେ ମାନସିକ ରୂପରେ ଦୁଖି ରହିବେ ଓ ଧର୍ମର କେବଳ ଏକ ଚଥୁର୍ଥାଂଶ ହିଁ ରହିବ ଓ ବର୍ତ୍ତମାନ ବି ଏହି ସବୁ ନଜର ଆସୁଛି । ଆପଣ ଚାରିଆଡେ ଅହଂକାର, ପ୍ରତିଶୋଧ, ଲୋଭ ଓ ଆତଙ୍କ ହିଁ ଦେଖୁଛନ୍ତି । ପୁରାଣରେ କଳିଯୁଗକୁ ମନୁଷ୍ୟ ପାଇଁ ଅଭିଶାପ ବୋଲି କୁହାଯାଇଛି ।

ଧାର୍ମିକ ଗ୍ରନ୍ଥ ଅନୁସାରେ ଯୁଗର ଏହି ପରିବର୍ତ୍ତନର ୨୨ ତମ ଚକ୍ର ଚାଲୁଅଛି । ଭଗବତ ଗୀତା ଅନୁସାରେ ପରିବର୍ତ୍ତନ ସୃଷ୍ଟିର ନିୟମ ଅଟେ । କିନ୍ତୁ କଳି ଯୁଗ ବର୍ତ୍ତମାନ ୫୦୦୦ ବର୍ଷ ପୁରା କରିଛି ଓ ଏହାକୁ ସମାପ୍ତ ହେବା ପାଇଁ ଆହୁରି ବି ଲକ୍ଷ ଲକ୍ଷ ବର୍ଷ ବାକି ଅଛି । ତେବେ ଚିନ୍ତା କରନ୍ତୁ କି କଳିଯୁଗ ଯେତେବେଳେ ନିଜର ଚରମ ସୀମାରେ ଥିବ ସେହି ସମୟରେ ପୃଥିବୀ ଉପରେ କଣ କଣ ହେଉଥିବ ।

କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି କଳିଯୁଗର ଅନ୍ତ କେମିତି ହେବ । ଯାହାର ବର୍ଣ୍ଣନା ମହାଭାରତରେ କରାଯାଇଛି । ଶ୍ରୀକୃଷ୍ଣଙ୍କ ଅନୁସାରେ କଳିଯୁଗର ଅନ୍ତ ସମୟରେ ବଡ ବଡ ଯୁଧ୍ୟ ହେବ । ଭାରି ବର୍ଷା ହେବ । ଅଧିକ ଗରମ ହେବ । ଲୋକମାନେ ଚୋରୀ ଅଧିକ କରିବେ । ଅପରାଧୀମାନେ ନିଜକୁ ହିଁ ମାରିବେ । ଏହା ପରେ ଶ୍ରୀକୃଷ୍ଣ ଆଗକୁ କହିଲେ କି କଳିଯୁଗରେ ଯେତେବେଳେ ପାପ ଚରମ ସୀମାରେ ଥିବ ଓ ପୃଥିବୀ ଲୋକରୁ ଚରମ ଧର୍ମ ସମାପ୍ତ ହୋଇଯିବ ।

ତେବେ ମୁଁ ସେହି ସମୟରେ କଳକି ଅବତାର ନେଇ ଏହି ପୃଥିବୀକୁ ପାପରୁ ମୁକ୍ତ କରିବି ଓ ଏହା ପରେ ଯେଉଁ ଯୁଗ ଆରମ୍ଭ ହେବ ତାହା ସତ୍ୟଯୁଗ କୁହାଯିବ । ସତ୍ୟଯୁଗର ଅବଧି ୧୭୨୮୦୦୦ ବର୍ଷ ହେବ । ଏହି ଯୁଗରେ ମନୁଷ୍ୟର ଆୟ ୪୦୦୦ – ୧୦୦୦୦ ବର୍ଷ ହେବ । ପୃଥିବୀ ଲୋକ ଉପରେ ପୁଣି ଥରେ ଧର୍ମ ରହିବ । ମନୁଷ୍ୟ ଭୌତିକ ସୁଖ ଜାଗାରେ ମାନସିକ ସୁଖ ଉପରେ ଧ୍ୟାନ ଦେବ । ମନୁଷ୍ୟ ମଧ୍ୟରେ ପରସ୍ପର ମଧ୍ୟରେ କୌଣସି ବି ଘୃଣା ରହିବ ନାହିଁ । ଚାରିଆଡେ କେବଳ ପ୍ରେମ ହିଁ ପ୍ରେମ ରହିବ ।

ମାନବତାର ପୁନଃ ସ୍ଥାପନା ହେବ । ଲୋକମାନେ ପୂଜା କାର୍ଯ୍ୟରେ ପୁଣିଥରେ ଲିପ୍ତ ରହିବେ । ସତ୍ୟଯୁଗରେ ମନୁଷ୍ୟ ନିଜର ତପସ୍ୟା ବଳରେ ଭଗବାନ ସହ ସମ୍ପର୍କ ସ୍ଥାପନ କରି ପାରିବ । ସତ୍ୟଯୁଗରେ ଆତ୍ମା ପରମାତ୍ମା ସହ ମିଶିଯିବା ଦ୍ଵାରା ସମସ୍ତେ ସୁଖି ରହିବେ । ଅର୍ଥାତ ସତ୍ୟଯୁଗକୁ ସ୍ଵର୍ଣ୍ଣ ଯୁଗ କୁହାଯିବ । କିନ୍ତୁ ସତ୍ୟଯୁଗ ଆସିବାକୁ ଆହୁରି ବି ସମୟ ଲାଗିବ । ତେବେ କାହିଁକି ନା ଆମେ କଳିଯୁଗରେ ଧର୍ମ କର୍ମ କାର୍ଯ୍ୟ ଦ୍ଵାରା ସତ୍ୟଯୁଗ ଭଳି ସୁଖରେ ରହିବା । କିନ୍ତୁ ଗ୍ରନ୍ଥରେ ବି ଏହି କଥାର ବର୍ଣ୍ଣନା ମିଳିଥାଏ କି କଳିଯୁଗରେ ଯେଉଁମାନେ ଧର୍ମକର୍ମରେ ବିଶ୍ଵାସ କରିବେ ତାଙ୍କୁ ସତ୍ୟଯୁଗ ଭଳି ହିଁ ସୁଖ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *