କୃଷକର ପୁଅକୁ ଜ୍ୟୋତିଷ କହିଲା – ତୁ ଚପରାସୀ ବି ହେଇପାରିବୁ ନାହିଁ, IAS ହେଇ ଯୁବକ କହିଲେ ଏମିତି କଥା

ନବଜୀବନ ବିଜୟ ପୱାରଙ୍କୁ ଏକ ଜ୍ଯୋତିଷ କହିଥିଲେ କି ସେ କେବେ ବି ଆଇଏଏସ ହୋଇ ପାରିବେ ନାହିଁ । ଏହି କଥା ତାଙ୍କୁ ଏତେ ଖରାପ ଲାଗିଲା ସେ ନିଷ୍ପତ୍ତି ନେଲେ କି ସେ ନିଜର ହାତର ଭାଗ୍ୟରେଖା ନିଜେ ବଦଳାଇବେ । ଯେତେବେଳେ କି ଏହି ଯାତ୍ରା ଏତେ ସହଜ ନଥିଲା । ଏହି ସମୟରେ ତାଙ୍କୁ ଡେଙ୍ଗୁ ଠାରୁ ନେଇ ଡାଇରିଆ ପର୍ଯ୍ୟନ୍ତ ରୋଗ ସହିତ ଲଢିବାକୁ ପଡିଲା । ଶେଷରେ ସେ ନିଜର ଭାଗ୍ୟ ଲେଖିଦେଲେ ଓ ୟୁପିଏସସି 2018 ରେ 316 ତମ ସ୍ଥାନ ହାସଲ କରି ସ୍ଵପ୍ନ ସାକାର କରିଲେ ।

ପ୍ରଥମ ଆଟେମ୍ଟ ରେ ଆଇଏଏସ ହୋଇଥିବା ନବଜୀବନ ଦିଲ୍ଲୀ ନଲେଜ ଟ୍ରାକ ସହିତ କଥା ହୋଇ କହିଲେ କି – ମୁଁ 2017 ରେ ୟୁପିଏସସି ର ପ୍ରସ୍ତୁତି ଆରମ୍ଭ କରିଥିଲି । ଏହି ବର୍ଷ ମୁଁ ପ୍ରଥମ ଆଟେମ୍ଟ ଦେଇଥିଲି ଓ ପ୍ରିଲିମ୍ସ ରେ ସଫଳତା ହାସଲ କରିଲି । ମେନ୍ସ ଏକ୍ଜାମ ର ଏକ ମାସ ପୂର୍ବରୁ ହିଁ ମୋତେ ବହୁତ ଜର ଓ ଶରୀରରେ ଦରଜ ହେବାକୁ ଲାଗିଲା । ହସ୍ପିଟାଲ ଗଲି ତ ଜଣା ପଡିଲା କି ମୋତେ ଡେଙ୍ଗୁ ହୋଇଯାଇଛି । ମୋତେ ହସ୍ପିଟାଲରେ ଭର୍ତ୍ତି କରାଗଲା । ଡାକ୍ତର ଗୋଟିଏ ହାତରେ ଇଂଜେକ୍ସନ ଲଗାଉଥିଲେ ତ ମୋର ଆଉ ଗୋଟିଏ ହାତରେ ବହି ଥିଲା ।

ଜ୍ଯୋତିଷ କହିଥିଲା – ଦିଲ୍ଲୀ ଟାଇମ ପାସ କରିବାକୁ ଆସିଛ

ନବଜୀବନ କହିଲେ କି ଡେଙ୍ଗୁରୁ ଭଲ ହେବା ପରେ 15 ସେପ୍ଟେମ୍ବର ରେ ମୁଁ ଦିଲ୍ଲୀ ଫେରିଲି । ଏହା ପରେ କେବଳ 13 ଦିନ ପରେ ହିଁ ମୋର ମେନ୍ସ ଏକ୍ଜାମ ଥିଲା । ମୁଁ ବହୁତ ଡ୍ରିପେସନରେ ଥିଲି । ସେତେବେଳେ ମୋତେ ମରାଠିର ଗୋଟିଏ ଲୋକକଥା ମନେ ପଡିଲା କି ଜୀବନ କେବଳ ଦୁଇଟି ହିଁ ବିକଳ୍ପ ଦେଇଥାଏ କାନ୍ଦିବାର ଅଛି ନତୁବା ଲଢିବାର ଅଛି । ନବଜୀବନ ଜ୍ୟୋତିଷଙ୍କ ବିଷୟରେ କହିଲେ କି ମୋ ଟିଚର ମୋତେ ଗୋଟିଏ ଜ୍ୟୋତିଷଙ୍କ ପାଖକୁ ନେଇ ଯାଇଥିଲେ । ଜ୍ଯୋତିଷ ମୋତେ କହିଲେ 27 ବର୍ଷ ବୟସ ପୂର୍ବରୁ ତୁ ଆଇଏଏସ ହୋଇ ପାରିବ ନାହିଁ । ତୁ ଦିଲ୍ଲୀରେ କେବଳ ଟାଇମ ପାସ କରିବାକୁ ଆସିଛ । ଚପରାସୀ ହେବାର ଯୋଗ୍ୟତାବି ତୋର ଏବେ ନାହିଁ ।

ମୁ ନିଷ୍ପତ୍ତି ନେଲି କି IAS ହେବି ହିଁ ହେବି

ନବଜୀବନ କହିଲେ କି ଜ୍ୟୋତିଷଙ୍କ ଏହି ଭବିଷ୍ୟବାଣୀ ର କିଛି ଦିନ ପରେ ମୋର ମେନ୍ସ ଏକ୍ଜାମ ର ରେଜଲ୍ଟ ଆସିଲା ଓ ମୁଁ ସଫଳତା ହାସଲ କରି ନେଇଥିଲି । ଏହା ପରେ ମୁଁ ଇଣ୍ଟରଭ୍ୟୁର ପ୍ରସ୍ତୁତିରେ ଲାଗି ପଡିଲି । ମୋତେ ଲାଗିଲା ଯଦି ଅନ୍ୟ କେହି ମୋର ଭବିଷ୍ୟତ କହି ପାରୁଛି ତେବେ ମୁଁ ନିଜ ଫ୍ୟୁଚର କାହିଁକି ଲେଖି ପାରିବି ନାହିଁ । ନବଜୀବନଙ୍କ ଏହି ସଙ୍ଗର୍ଷ ଆପଣଙ୍କୁ ନିଶ୍ଚିତ ପ୍ରେରଣା ଦେବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *