ଗୋଟିଏ ଅସଲ ପୁରୁଷର ପରିଚୟ ଏହି ୪ଟି କଥାରୁ ଜଣାପଡିଥାଏ – ମହାତ୍ମା ବିଦୁର

ଆଜି ଆମେ ଆପଣଙ୍କୁ ମହାତ୍ମା ବିଦୁରଙ୍କ ଦ୍ଵାରା କୁହାଯାଇଥିବା ପୁରୁଷଙ୍କର ଏହିଭଳି ୪ଟି ଲକ୍ଷଣ ବିଷୟରେ କହିବୁ ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ଏହି ୪ଟି ଲକ୍ଷଣ ଥାଏ ସେହି ବ୍ୟକ୍ତି ଅସଲ ପୁରୁଷ ହୋଇଥାଏ । ମହାତ୍ମା ବିଦୁର ହସ୍ତିନାପୁରର ପ୍ରଧାନମନ୍ତ୍ରୀ କୌରବ ପାଣ୍ଡବଙ୍କ ଦାଦା ତଥା ଧୃତରଷ୍ଟ୍ର ଓ ପାଣ୍ଡବଙ୍କ ଭାଇ ଥିଲେ । ମହାତ୍ମା ବିଦୁରଙ୍କୁ ଧର୍ମରାଜଙ୍କ ଅବତାର ବୋଲି ବି କୁହାଯାଏ । ମହାତ୍ମା ବିଦୁର ନିଜ ନୀତିରେ ମନୁଷ୍ୟ ଜୀବନକୁ ସଫଳ ଓ ସୁଖମୟ କରିବା ପାଇଁ ବହୁତ ମହତ୍ଵପୂର୍ଣ୍ଣ କଥା କହିଛନ୍ତି ।

ଯଦି କୌଣସି ବି ବ୍ୟକ୍ତି ମହାତ୍ମା ବିଦୁରଙ୍କ ନୀତି ଗୁଡିକୁ ଭଲ ଭାବରେ ବୁଝି ଜୀବନରେ ତାହାକୁ ପାଳନ କରିଥାଏ ସେହି ବ୍ୟକ୍ତି ଜଲ୍ଦି ହିଁ ସଫଳତାକୁ ହାସଲ କରିଥାଏ । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ମହାତ୍ମା ବିଦୁରଙ୍କ ଦ୍ଵାରା କୁହାଯାଇଥିବା ଏକ ବୀର ବ୍ୟକ୍ତିଙ୍କ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଅସଲ ପୁରୁଷ କୁହାଯାଏ ।

ମହାତ୍ମା ବିଦୁରଙ୍କ ଶ୍ଳୋକ

ସୁଦୁର୍ବଲଂ ନାୱଜାନାତି କଶ୍ଚିତ ୟୁକ୍ତୋ ରିପୁଂ ସେବତେ ବୁଦ୍ଧିପୂର୍ବମ ।

ନ ବିଗ୍ରହଂ ରୋଚୟତେ ବଳସ୍ଥ କାଳେ ଚ ୟୋ ବିକ୍ରମତେ ସ ଧୀରଃ ॥

ଅର୍ଥାତ

କମଜୋର ବ୍ୟକ୍ତିର ଅପମାନ କରିବା

ମହାତ୍ମା ବିଦୁରଙ୍କ ଅନୁସାରେ ଅସଲ ବୀର ସେହି ବ୍ୟକ୍ତି ହୋଇଥାଏ ଯିଏ ନିଜ ଠାରୁ କମଜୋର ବ୍ୟକ୍ତିର ଅପମାନ କରି ନ ଥାଏ ବା ତାହାର କମଜୋରିର ଥଟ୍ଟା କରି ନ ଥାଏ । କମଜୋର ଓ ଲାଚାର ବ୍ୟକ୍ତିଙ୍କ ଉପରେ ହାତ ଉଠାଇ ନିଜକୁ ବୀର କହୁଥିବା ବ୍ୟକ୍ତିଙ୍କୁ ମତିମନ୍ଦ କୁହାଯାଏ । ଏହିଭଳି ବ୍ୟକ୍ତି ବୀର ହୋଇ ନ ଥାଏ । ଅସଲ ବୀର ସେହି ବ୍ୟକ୍ତି ହୋଇଥାଏ ଯିଏ କମଜୋର ବ୍ୟକ୍ତିକୁ ସାହାର୍ଯ୍ୟ କରିଥାଏ ।

ବୁଦ୍ଧିର ବ୍ୟବହାର କରିବା

ମହାତ୍ମା ବିଦୁରଙ୍କ ଅନୁସାରେ ବଳ ନୁହେଁ ଶତୃଙ୍କ ସହ ଯୁଧ୍ୟ କରିବା ପାଇଁ ଯିଏ ନିଜ ବୁଦ୍ଧିର ବ୍ୟବହାର କରିଥାଏ ସେହି ବ୍ୟକ୍ତି ଅସଲରେ ବୀର ହୋଇଥାଏ । ମନୁଷ୍ୟକୁ କେବେ ବି ନିଜର ଶକ୍ତି ଉପରେ ଗର୍ବ କରି ଶତୃଙ୍କ ସହ ଯୁଧ୍ୟ କରିବା ଉଚିତ ନୁହେଁ ।

ନିଜ ଠାରୁ ଅଧିକ ବଳବାନ ବ୍ୟକ୍ତି ସହ ଯୁଧ୍ୟ କରିବା

ମହାତ୍ମା ବିଦୁରଙ୍କ ଅନୁସାରେ ସେହି ବ୍ୟକ୍ତି ମୂର୍ଖ ହୋଇଥାଏ ଯିଏ ନିଜ ଠାରୁ ଅଧିକ ଶକ୍ତିଶାଳୀ ଶତୃ ସହ ଜବରଦସ୍ତ ଯୁଧ୍ୟ କରିଥାଏ । କିନ୍ତୁ ଗୋଟିଏ ବୀରର ଏହା ଲକ୍ଷଣ ହୋଇଥାଏ କି ସେ ନିଜ ଠାରୁ ଶକ୍ତିଶାଳୀ ଶତୃ ସହ ଯୁଧ୍ୟ କରିବ ନାହିଁ ।

ଉଚିତ ସମୟରେ ପ୍ରତିଭା ଦେଖାଇବା

ମହାତ୍ମା ବିଦୁରଙ୍କ ଅନୁସାରେ ଜଣେ ବୀର ବ୍ୟକ୍ତି ସଠିକ ସମୟ ଆସିବା ପରେ କିମ୍ବା ଅବଶ୍ୟକତା ପଡିଲେ ହିଁ ନିଜର ବିରତାକୁ ପ୍ରଦର୍ଶନ କରିଥାଏ । ଯେଉଁ ବ୍ୟକ୍ତି ଲୋକମାନଙ୍କ ଠାରୁ ମିଥ୍ୟା ପ୍ରଶଂସା ପାଇବା ପାଇଁ ଅଥବା କମଜୋର ବ୍ୟକ୍ତିକୁ ଭୟଭୀତ କରିବା ପାଇଁ ନିଜର ଶକ୍ତି ପ୍ରଦର୍ଶନ କରି ନ ଥାଏ ଯେତେବେଳେ ଆବଶ୍ୟକତା ପଡିଥାଏ ସେହି ସମୟରେ ସେ ନିଜର ବଳ ଓ ବୁଦ୍ଧିର ସଠିକ ବ୍ୟବହାର କରିଥାଏ ସେହି ବ୍ୟକ୍ତି ହିଁ ଅସଲ ପୁରୁଷ ହୋଇଥାଏ ।

Leave a Reply

Your email address will not be published. Required fields are marked *