୫ ଦିନରେ ୫୦୦୦ ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ କଣ ରହିଛି ବର୍ତ୍ତମାନର ସୁନା ଓ ଚାନ୍ଦିର ଦର

ସୁନାର ମୂଲ୍ଯରେ ଗତ 5 ଦିନରେ ପ୍ରତି ୧୦ ଗ୍ରାମରେ ୫୦୦୦ ଟଙ୍କା ହ୍ରାସ ପାଇଛି । ଏହା ଏହି ୫ ଦିନରେ ୪୪,୫୦୦ ପ୍ରତି ୧୦ ଗ୍ରାମରୁ ହ୍ରାସ ପାଇ ୩୯,୨୨୫ ଟଙ୍କାରେ ପହଞ୍ଚିଛି । ସାଧାରଣତଃ ସୁନା ଇକ୍ବିଟୀ ବଜାରରେ ଦର ହ୍ରାସ ସମୟରେ ସେଫ ହେଭେନ ରୂପରେ ମଝବୁତ ହୋଇଥାଏ, କିନ୍ତୁ କୋରୋନା ଭାଇରସ ର ପ୍ରକୋପ କାରଣରୁ ସବୁ ବଜାରରେ ନଗଦ ରେ ସଙ୍କଟ କାରଣରୁ ସୁନାର ମୂଲ୍ୟରେ ଏହି ହ୍ରାସ ଦେଖିବାକୁ ମିଳିଛି ।

ଚାନ୍ଦିର ମୂଲ୍ୟ ମଧ୍ୟ ୭୩୪ ଟଙ୍କା ହ୍ରାସ ପାଇ ୩୫,୯୪୮ ଟଙ୍କାରେ ପହଞ୍ଚିଛି । ଗତ ଦିନ କାରୋବାରରେ ଏହା ୩୬,୬୮୨ ଟଙ୍କା କିଲୋ ରେ ବନ୍ଦ ହୋଇଥିଲା । ନିବେଶକ ମାନେ ସେୟାରରେ ହେଇଥିବା କ୍ଷତି ର ଭରଣ ପୋଷଣ ପାଇଁ ସୁନାରେ ଲାଭ ହାସଲ କରିଲେ ଯାହା ଦ୍ଵାରା ମୂଲ୍ଯବାନ ଧାତୁର ମୂଲ୍ୟ ହ୍ରାସ ପାଇଛି ।

ଅନ୍ତରାଷ୍ଟ୍ରୀୟ ସ୍ତରର କଥା କହିବା ତ ବ୍ଲୁମବର୍ଗ ଅନୁସାରେ, ମଙ୍ଗଳବାର ଦିନ ସକାଳେ ସୁନାର ମୂଲ୍ୟ ୦.୭୯% ବା ୧୧.୯୫ ଡଲାର ହ୍ରାସ ସହିତ ୧୫୦୨.୧୫ ଡଲାର ପ୍ରତି ଓନ୍ସ ରେ ଟ୍ରେଣ୍ଡ କରୁଛି । ସେଇଠି ବିଶ୍ଵ ସ୍ତରରେ ଚାନ୍ଦିର ମୂଲ୍ୟ ମଙ୍ଗଳବାର ସକାଳେ ୦.୦୨% ହ୍ରାସ ପାଇଁ ୧୨.୯୧ ଡଲାର ରେ ପହଞ୍ଚିଛି । ଦୈନିକ ସୁନା ରୂପା ଦରର ଅପଡେଟ ଜାଣିବା ପାଇଁ ଲାଇକ କରନ୍ତୁ ପେଜକୁ ।

Leave a Reply

Your email address will not be published. Required fields are marked *