କୋଷ୍ଠ କାଠିନ୍ୟ ସମସ୍ୟାରେ ଚିନ୍ତିତ ଅଛନ୍ତି କି, ଆପଣନ୍ତୁ ଏହି ରାମବାଣ ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ବେଳେବେଳେ ଲୋକଙ୍କ ପେଟର ସମସ୍ୟା ଆରମ୍ଭ ହୋଇଥାଏ । ଯାହାଦ୍ୱାରା ପେଟ ସଫା ହୁଏନି ଓ ଏହା ଯୋଗୁଁ ଅନ୍ୟ ରୋଗ ମଧ୍ୟ ଆରମ୍ଭ ହୁଏ । ଏଥିପାଇଁ ଜରୁରୀ ହୋଇପଡେ କି ଏହି ରୋଗକୁ ଅଣଦେଖା ନ କରି ଏହାର ଶୀଘ୍ର ଉପାୟ ପାଇଁ ଚିନ୍ତା କରନ୍ତୁ । ପେଟ ଖରାପ ହେଲେ କିଛି ଘରୋଇ ଉପଚାର କୁ ବ୍ୟବହାର କରି ଏହି ରୋଗରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା କଣ ସେହି ଉପାୟ ।

ତେନ୍ତୁଳି ଖାଆନ୍ତୁ

ବେଳେବେଳେ ଆମେ କିଛି ଖରାପ ଖାଦ୍ୟ ଖାଇବା ଦ୍ୱାରା ପେଟ କାମୁଡିବା ବା କବ୍ଜ ର ସମସ୍ୟା ଆରମ୍ଭ ହୋଇଥଏ । ଏଥିପାଇଁ ପେଟକୁ ହଜମ କରିବା ପାଇଁ କିଛି ଦରକାର ହୋଇଥାଏ । ଏମିତିରେ ତେନ୍ତୁଳି ଖାଇବା ଦ୍ୱାରା କବ୍ଜ ଭଳି ରୋଗରୁ ଉପସମ ମିଳିପାରେ । ଏହା ଦ୍ଵାରା ପେଟ କାମୁଡିବା ବା କବ୍ଜ ସମସ୍ୟାରୁ ତୁରନ୍ତ ଲାଭ ହୋଇଥାଏ ।

କରନ୍ତୁ ଫାଇବର ଯୁକ୍ତ ଭୋଜନ

କବ୍ଜ ସମସ୍ଯା ହେଲେ ଆପଣ ଫାଇବର ଯୁକ୍ତ ଖାଦ୍ୟର ସେବନ କରନ୍ତୁ । ଫାଇବର ଯୁକ୍ତ ଖାଦ୍ୟ ଯଥା ଡାଲି, ଟମାଟୋ, ଅମୃତ ଭଣ୍ଡା ଇତ୍ୟାଦି ଖାଦ୍ୟ ଖାଇବାଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରେ ଓ ଏହାସହିତ ପେଟ ମଧ୍ୟ ସଫା ରହିଥାଏ ।

ଗରମ କ୍ଷୀର ପିଇବା

ଗରମ କ୍ଷୀର ପିଇଲେ ପେଟର ସମସ୍ୟା ଦୂର ହୋଇ ଯାଇଥାଏ । ରାତିରେ ଡେଲି ଅଳ୍ପ ଉଷମ୍ କ୍ଷୀର ପିଇବା ଦ୍ଵାରା ପେଟ ଖରାପ ହେବା ବା କବ୍ଜ ଭଳି ରୋଗରୁ ଉପସମ ମିଳିଥାଏ । ଯଦି ଆପଣ ଚାହାଁନ୍ତି ତାହେଲେ କ୍ଷୀର ରେ ଗୁଡ ମିଶାଈ ସେବନ କରିପାରିବେ । ଗୁଡ ମିଶା କ୍ଷୀର ପିଇଲେ ବାଇ ଅଟକିବା ସମସ୍ୟାରୁ ତୁରନ୍ତ ଉପଶମ ମିଳିଥାଏ । ଏହିଭଳି ଯଦି ସପ୍ତାହେ ଗୁଡ଼ ମିଶା କ୍ଷୀର ସେବନ କରାଯାଏ ତା ହେଲେ ପେଟର ସମସ୍ୟା ଦୂର ହୋଇଯାଏ ।

ପାନମଧୁରୀ ଓ ମିଶ୍ରି ଖାଆନ୍ତୁ

ପ୍ରାୟ ଆପଣ ଦେଖିଥିବେ କି ଯେତେବେଳ ଆପଣ ହୋଟେଲ କୁ ଖାଇବାକୁ ଯାଆନ୍ତି ସେଠାରେ ସବୁବେଳେ ପାନମଧୁରୀ ଓ ମିଶ୍ରି ଖାଇବାକୁ ଦେଇଥାନ୍ତି । ପାନମଧୁରୀ ଓ ମିଶ୍ରି ସେବନ ପେଟର ହଜମ ପାଇଁ ରାମବାଣ ଭଳି କାମ କରିଥାଏ । ଏହା ଦ୍ୱାରା ପାଚନ ଶକ୍ତି ବଢିବା ସହିତ ଗ୍ୟାସ, ପେଟ କାମୁଡିବା ସମସ୍ୟାରୁ ଶୀଘ୍ର ଉପସମ ମିଳିଥାଏ । ଏହାକୁ ପ୍ରୟୋଗ କରିବା ଦ୍ୱାରା ପେଟର ଅନ୍ୟ କେତକ ରୋଗ ମଧ୍ୟ ଭଲ ହୋଇଥାଏ ।

ମହୁ ସେବନ କରିବା

ମହୁରେ ଥିବା ଔଷଧୀୟ ଗୁଣ ପେଟର ସମସ୍ୟା ଦୂର କରିବା ପାଇଁ ସବୁଠୁ ଅଧିକ ଲାଭବାନ ହୋଇଥାଏ । ଖାଦ୍ୟ ଖାଇବା ପରେ ଟିକେ ମହୁ ଚାଖିଲେ ହଜମ ପ୍ରକ୍ରିୟା ବଢିଯାଏ । କବ୍ଜ ସମସ୍ୟାରେ ରାତିରେ ଶୋଇବା ପୂର୍ବରୁ ହାଲୁକା ଉଷମ୍ ପାଣିରେ ଟିକେ ମହୁ ମିଶାଈ ପିଇଲେ ପେଟର ସମସ୍ୟା ଦୂର ହୋଇଯାଏ । ଏହାକୁ ଗୋଟିଏ ସପ୍ତାହ ବ୍ୟବହାର କରିବା ଦ୍ୱାରା ପେଟର ସମସ୍ୟା ବା କବ୍ଜ ସମସ୍ୟା ଦୂର ହୁଏ । ଆପଣ ଚାହିଁଲେ କ୍ଷୀର ରେ ମହୁ ମିଶାଇ ସେବନ କରିପାରିବେ ।

ଲେମ୍ବୁ ପାଣି

ଲେମ୍ବୁ ପାଣି ଖାଦ୍ଯ ହଜମ ପାଇଁ ଏକ ଭଲ ବିକଳ୍ପ ହୋଇଥାଏ । ଆପଣ ଡେଲି ସକାଳୁ ସକାଳୁ ଲେମ୍ବୁ ପାଣି ଖାଲି ପେଟରେ ପିଇବା ଦ୍ଵାରା ପେଟର କେତେକ ରୋଗ ମୂଳରୁ ନିପାତ ହୋଇଥାଏ । ଲେମ୍ବୁ ପାଣି ପେଟ କାମୁଡିବା କବ୍ଜ ଭଳି ସମସ୍ୟା ଦୂର କରେ । ଏହାର ବ୍ୟବହାର କରିବା ଦ୍ୱାରା ପେଟ ସଫା ରହିବା ସହିତ ପାଚନ ପ୍ରକ୍ରିୟା ଦୃଢ଼ ହୋଇଥାଏ।

ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ …ଧନ୍ୟବାଦ ।

Leave a Reply

Your email address will not be published. Required fields are marked *