ମହିଳାମାନେ କାହିଁକି ଧରନ୍ତି ନାହିଁ ସ୍ଵାମୀଙ୍କ ନାମ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଏମିତି ଦେଖିବାକୁ ଗଲେ ଦୁନିଆ ତ ବହୁତ ଆଧୁନିକ ହେଇଗଲାଣି କିନ୍ତୁ ଆପଣ ଦେଖିଥିବେ କି କେତେକ ସ୍ଥାନରେ ମହିଳା ମାନେ ତାଙ୍କ ସ୍ଵାମୀ ମାନଙ୍କ ନାମ ଆଜି ପର୍ଯ୍ୟନ୍ତ ଧରନ୍ତି ନାହିଁ । ସେମାନେ ତାଙ୍କ ସ୍ୱାମୀଙ୍କୁ ଡାକିବାକୁ ହେଲେ କିଛି ଶବ୍ଦ ର ବ୍ୟବହାର କରନ୍ତି । ଏବେ ତ ସମୟ ସହିତ ବହୁତ୍ କିଛି ବଦଳି ଗଲାଣି । ଏକବିଂଶ ଶତାବ୍ଦୀରେ ମହିଳା ମାନେ ତାଙ୍କ ସ୍ଵାମୀ ମାନଙ୍କ ନାମ କୁ ଧରି ଡାକିବା ଆରମ୍ଭ କରିଲେଣି । ଲଭ୍ ମ୍ୟାରେଜ କରିଥିବା ଝିଅମାନେ ତ ତାଙ୍କ ସ୍ଵାମୀଙ୍କୁ ନାମ ଧରି ଡାକୁଛନ୍ତି ।

କିନ୍ତୁ ଆରେଞ୍ଜ ମ୍ୟାରେଜରେ ଝିଅମାନେ ତାଙ୍କ ସ୍ଵାମୀ ମାନଙ୍କ ନାମ ଧରିବାକୁ କୁଣ୍ଠିତ ହେଉଛନ୍ତି । ଆଜି ବି ମଧ୍ୟ କେତେକ ସ୍ଥାନରେ ମହିଳା ମାନେ ତାଙ୍କ ସ୍ଵାମୀ ମାନଙ୍କ ନାମ ଧରି ନାହାନ୍ତି । ଏହା ପଛରେ କିଛି କାରଣ ଅଛି ଆସନ୍ତୁ ଜାଣିବା । ପ୍ରକୃତରେ ଏହା ପଛରେ ଏକ ବଡ ଧାର୍ମିକ କାରଣ ଅଛି ।

ଏଥିପାଇଁ ସ୍ୱାମୀମାନଙ୍କ ନାଁ ଧରନ୍ତି ନାହିଁ

ମହର୍ଷି ବେଦବ୍ୟାସଙ୍କୁ ଭଗବାନଙ୍କ ଅବତାର ବୋଲି ମାନିଥାନ୍ତି । ତାଙ୍କ ମୁହଁ ରୁ ବାହାରିଥିବା ବାଣୀକୁ ଗଣେଶ ଭଗବାନ ତାଙ୍କ ସ୍କନ୍ଦ ପୁରାଣ ରେ ଲେଖାଛନ୍ତି । ସ୍କନ୍ଦ ପୁରାଣ ଅନୁସାରେ ଯେଉଁ ଘରେ ପତିବ୍ରତା ସ୍ତ୍ରୀ ଅଛନ୍ତି ସେହି ଘରେ ରହୁଥିବା ଲୋକ ମାନଙ୍କ ଜିବନରେ ଖୁସି ଭରିଥାଏ । ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କାହିଁକି ସ୍ତ୍ରୀ ମାନେ ତାଙ୍କ ସ୍ଵାମୀ ମାନଙ୍କ ନାଁ ଧରନ୍ତି ନାହିଁ । ସ୍କନ୍ଦ ପୁରାଣ ଅନୁସାରେ ଯଦି ସ୍ତ୍ରୀ ସ୍ଵାମୀ ର ନାଁ ଧରନ୍ତି ତାହେଲେ ସେମାନଙ୍କ ଆୟୁଷ କମିଯାଏ ।

ଏହି କାରଣ ଯୋଗୁ ସ୍ତ୍ରୀ ମାନେ ତାଙ୍କ ସ୍ଵାମୀ ମାନଙ୍କ ନାଁ ସମ୍ବୋଧନ କରି ଡାକନ୍ତି ନାହିଁ । ସ୍କନ୍ଦ ପୁରାଣ ଅନୁସାରେ କୁହାଯାଇଛି କି ସେହି ମହିଳାଙ୍କୁ ପବିତ୍ରତା ବୋଲି କହିଥାନ୍ତି ଯେଉଁ ମହିଳାମାନେ ତାଙ୍କ ସ୍ୱାମୀ ଖାଇ ସାରିଲା ପରେ ଖାଦ୍ୟ ଗ୍ରହଣ କରିଥାନ୍ତି । ସ୍ଵାମୀଙ୍କ ଶୋଇଲା ପରେ ଯେଉଁ ମହିଳାମାନେ ଶୋଇଥାନ୍ତି ଓ ଉଠିଲା ପୂର୍ବରୁ ଉଠିଥାନ୍ତି ସେହିମାନଙ୍କୁ ପବିତ୍ରତା ମହିଳା ର ଆକ୍ଷା ଦିଆଯାଇଥାଏ । ପବିତ୍ରତା ମହିଳାମାନେ ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ କୌଣସି ସ୍ଥାନ କିମ୍ବା ପର୍ବ ପର୍ବାଣୀ ରେ ବାହାରକୁ ଯାଆନ୍ତି ନାହିଁ।

କିନ୍ତୁ ଆଜିକାଲି ମଡର୍ଣ୍ଣ ଝିଅ ମାନେ ଏସବୁ ନୀତିନିୟମ କୁ ମାନନ୍ତିନି । ସେମାନେ ନିଜେ ନିଜକୁ କୌଣସି ପୁରୁଷ ଠାରୁ କମ ଭାବନ୍ତି ନାହିଁ ଯାହାକି ବିଲକୁଲ ଠିକ ଅଟେ । ଆମେ ସ୍କନ୍ଦ ପୁରାଣର ଲେଖାକୁ ବିରୋଧ କରୁନାହୁଁ କିନ୍ତୁ ଯେଉଁ ପୁରୁଷ ମହିଳାମାନଙ୍କୁ ସମ୍ମାନ ଦେଇ ଜାଣିନି ସେଭଳି ପୁରୁଷ ମାନେ ମଧ୍ୟ ସେହି ମାନ ସମ୍ମାନ ପାଇବା ଯୋଗ୍ୟ ନୂହେଁ ।

କିନ୍ତୁ ସ୍କନ୍ଦ ପୁରାଣ ଅନୁସାରେ ଯେଉଁ ମହିଳାମାନେ ତାଙ୍କ ସ୍ୱାମୀକୁ ଶଙ୍କର ଭଗବାନ ଓ ବିଷ୍ଣୁ ଭଗବାନ ବୋଲି ମାନିଥାନ୍ତି ସେହିମାନଙ୍କୁ ପବିତ୍ରତା ବୋଲି କୁହାଯାଇଥାଏ । ସ୍ୱାମୀଙ୍କ ନାଁ କୁ ଧରି ଡାକିବା ଦ୍ଵାରା ସେମାନଙ୍କ ଆୟୁଷ କମିବାରେ ଲାଗେ । କିନ୍ତୁ ଆଜିକାଲି ମଡର୍ଣ୍ଣ ଝିଅମାନେ ଏସବୁ କଥା କୁ ମାନି ନଥାନ୍ତି । ତଥାପି କିଛି ମହିଳାମାନେ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଶାସ୍ତ୍ର ସମ୍ବନ୍ଧୀୟ  ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *