ହେ ପ୍ରଭୁ ! ପୁରୀ ବଡଦାଣ୍ଡରେ ଇଏ କି ଦୃଶ୍ୟ, ପିଟାପିଟି ହେଇ ଭାଙ୍ଗିଦେଲେ ପ୍ରଭୁ ଜଗନ୍ନାଥଙ୍କ ପୋଡପିଠା ହାଣ୍ଡି, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଜନ୍ମ ବେଦୀରେ ଲୀଳାଖେଳ ସାରି ବାହୁଡ଼ିଛନ୍ତି ମହାପ୍ରଭୁ । ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚାମନ୍ଦିରରୁ ବାହୁଡିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ବାହୁଡ଼ା ଯାତ୍ରାରେ ଆସି ସିଂହଦ୍ବାରରେ ପହଞ୍ଚିଛି ତିନି ରଥ । ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ସଂଧ୍ୟା ସୁଦ୍ଧା ପହଞ୍ଚି ସାରିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚି ଥିଲା ବେଳେ ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥ ସବା ଶେଷରେ ପହଞ୍ଚିଛନ୍ତି ।

ଲକ୍ଷାଧିକ ଭକ୍ତଙ୍କ ଗହଳିରେ ଶ୍ରୀଜିଉମାନେ ଗୁଣ୍ଡିଚାଘରୁ ବାହୁଡ଼ିଛନ୍ତି । ଭକ୍ତ ଶ୍ରଦ୍ଧାଳୁଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ପାଲଟିଛି ।  ତେବେ ବାହୁଡା ଯାତ୍ରା ବେଳେ ମାଉସୀ ମା ମନ୍ଦିରରେ ୩ ଠାକୁର ପୋଡପିଠା ଖାଇବାର ପରମ୍ପରା ରହିଛି । କିନ୍ତୁ ଶନିବାର ଦିନ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୋଡପିଠା ସମର୍ପଣ କରିବା ପୂର୍ବରୁ ଦୁଇ ପୂଜକ ହାତାହାତି ହୋଇଛନ୍ତି । ଫଳରେ ପୋଡପିଠା ହାଣ୍ଡି ଭାଙ୍ଗିଯାଇଛି ।

ଏହାକୁ ନେଇ ବଡଦାଣ୍ଡରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘସମୟ ଧରି ଦୁଇ ପୂଜକ ମୁହାଁମୁହିଁ ହୋଇଥିଲେ । ତେବେ ମାଉସୀ ମା ମନ୍ଦିରରେ ପୋଡପିଠା ପ୍ରସ୍ତୁତ କରୁଥିବା ମୁଖ୍ୟ ପୂଜାରୀଙ୍କ ପରଲୋକ ଦୀର୍ଘବର୍ଷ ଧରି ହୋଇଛି । ତେଣୁ ମୁଖ୍ୟ ପୂଜାରୀଙ୍କ ଦୁଇ ସମ୍ପର୍କୀୟ ଏବେ ପୋଡପିଠା ତିଆରି କରୁଛନ୍ତି ଓ ନିଜକୁ ଦାବିଦାର ବୋଲି ଦାବି କରୁଛନ୍ତି । ଫଳରେ ବିବାଦ ଜୋରଦାର ହୋଇଛି ।

ତେବେ ବାହୁଡାଯାତ୍ରା ସମୟରେ ମାଉସୀମା ମନ୍ଦିରରେ ପୋଡପିଠା ପୂଜା କରିବା ପାଇଁ ଜଣକୁ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଉ ଜଣେ ପରମ୍ପରା ଗତ ଅନୁସାରେ ପୂଜା କରିବା ପାଇଁ ଦାବି କରି ଆସୁଥିଲେ । ମାମଲା ପୁରୀ ଏସଡିଜେଏମ୍ କୋର୍ଟରେ ବିଚାରାଧୀନ ବି ରହିଛି । ଆଉ ଏହି ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲେ ବି ଏହାର ସମାଧାନ ହେଉନାହିଁ । ଶ୍ରୀମନ୍ଦିର ପ୍ରଶ୍ରାସନ ବି ବିବାଦରୁ ଗୁରୁତର ସହ ନେଇନାହିଁ ।

ଯାହାଫଳରେ ବାହୁଡାଯାତ୍ରାରେ ଏଭଳି ବିବାଦ ଉଗ୍ରରୂପ ନେଇଛି । ବଡଦାଣ୍ଡରେ ପୋଡପିଠାକୁ ନେଇ ଗଣ୍ଡଗୋଳ ପରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଉଭୟଙ୍କ କୋର୍ଟ କାଗଜପତ୍ର ଆଣି ଯାଞ୍ଚ କରିଛି  । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *