ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ନିର୍ମାଣ ଶ୍ରମିକମାନଙ୍କୁ ମିଳିବ ଏତେ ଟଙ୍କାର ଆର୍ଥିକ ସହାୟତା

ଦେଶରେ କରୋନା ମୁକାବିଲା ପାଇଁ ଦେଶକୁ ଲକ ଡାଉନ କରାଯାଇଛି । ଏହି ସମୟରେ ଗରିବ ଦିନ ମଜୁରିଆ ଲୋକ ବହୁତ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି କହିଛନ୍ତି କି ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହି ରାଶି କୋଠାବାଡି ଓ ଅନ୍ଯାନ୍ଯ ନିର୍ମାଣ କାର୍ଯ୍ୟରେ ପଞ୍ଜୀକୃତ ହୋଇଥିବା ଶ୍ରମିକମାନଙ୍କୁ ପ୍ରଦାନ କରାଯିବ ଓ ଏହା ନଗଦ ଆକାରରେ ଘର ଘର ବୁଲି ବଣ୍ଟନ କରାଯିବ । ଏଥିପାଇଁ ଶ୍ରମ କମିଶନର ୫ ଟି ମହାନଗର ନିଗମର କମିଶନର ଓ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସହାୟତା ରାଶି ପ୍ରଦାନ କରିବା ପାଇଁ ମାର୍ଗଦର୍ଶନ କରିଛନ୍ତି ।

ଏଥିପାଇଁ ଶ୍ରମିକମାନଙ୍କର ଡାଟାବେସ ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ଏନଆଇସି ପ୍ରଦାନ କରିଛି । ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବର, ବ୍ଯାଙ୍କ ପାସବୁକ ଓ ଆଧାର କାର୍ଡକୁ ଅଧିକାରୀମାନେ ସହାୟତା ରାଶି ପ୍ରଦାନ ବେଳେ ଯାଞ୍ଚ କରିବେ । ହିତାଧିକାରୀଙ୍କ ଗାଁ ରେ କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ଏହି ସହାୟତା ରାଶି ପ୍ରଦାନ କରାଯିବ । ପଞ୍ଜୀକୃତ ଶ୍ରମିକ ଟଙ୍କା ନେବା ବେଳେ ନିଜର ବିଓସି କାର୍ଡ ଦେଖାଇବା ଜରୁରୀ ଅଟେ ।

ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କମିଶନର ପ୍ରତି ସପ୍ତାହରେ ଏହି ଯୋଜନାର ଅଗ୍ରଗତିର ପୁରା ରିପୋର୍ଟ ସରକାରଙ୍କୁ ଦେବେ । ଯଦି ଏହି ଯୋଜନାରେ କୌଣସି ହେରଫେର ର ଅଭିଯୋଗ ଆସେ ତେବେ ସମ୍ପୃକ୍ତ ଜିଲ୍ଲାପାଳ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ୬୦ ବର୍ଷରୁ ଅଧିକ ବୟସ୍କ ଶ୍ରମିକ ବା ମୃତ୍ୟୁ ହୋଇଥିବା ଶ୍ରମିକ ବା ଗତ ୩ ବର୍ଷରୁ ଶ୍ରମିକ କଲ୍ୟାଣ ପାଣ୍ଠିରେ କୌଣସି ଜମା ଦେଇ ନଥିବା ଶ୍ରମିକମାନଙ୍କର ତଥ୍ୟ ଅଲଗା ଫର୍ମରେ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରମ କମିଶନର । ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ସମସ୍ତ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ । ଘରେ ରୁହନ୍ତୁ, ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।

Leave a Reply

Your email address will not be published. Required fields are marked *