20 କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ଲକଡାଉନ ହିରୋ Sonu Sood ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସୋନୁ ସୂଦଙ୍କୁ ଭଲ ଭାବରେ ଜାଣିଥିବେ । ସୋନୁ ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତା ସେ ବଲିଉଡ ସହ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ସୋନୁ ନିଜ ଅଭିନୟ ସହିତ ନିଜର ସମାଜ ସେବା ପାଇଁ ମଧ୍ୟ ଜଣା ଯାନ୍ତି । ଗତ ବର୍ଷ ଲକଡାଉନ ସମୟରେ ସୋନୁ ଗରିବ ଓ ଅସହାୟ ଲୋକ ମାନଙ୍କୁ ସମସ୍ତ ପ୍ରକାରର ସହାୟତା କରିଥିଲେ । ଯିଏ ବି ତାଙ୍କ ଘର ପାଖକୁ ଯାଉଥିଲେ ସେମାନଙ୍କୁ ସୋନୁ ସହାୟତାର ହାତ ବଢାଉ ଥିଲେ ।

ଏମିତି କି ଏହି ବର୍ଷ ଲକଡାଉନରେ ମଧ୍ୟ ସୋନୁ ଗରିବ ଲୋକଙ୍କ ସହାୟତା କରିଥିଲେ । ସୋ-ସି-ଆ-ଲ ମି-ଡି-ଆରେ ସୋନୁ ବହୁତ ଚର୍ଚାରେ ରୁହନ୍ତି । ନିଜର ଭଲ କାମ ପାଇଁ ସେ ସବୁବେଳେ ପ୍ରଶଂସା ପାନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ସୋନୁଙ୍କ ବି-ରୋ-ଧ-ରେ ଏକ ବଡ ଅ-ଭି-ଯୋ-ଗ ଆସିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଅ-ଭି-ଯୋ-ଗ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ସୋନୁଙ୍କ ବିରୋଧରେ ୨୦ କୋଟି ଟଙ୍କାର ଟିକର ଫାଙ୍କି ଅ-ଭି-ଯୋ-ଗ ଆସିଛି । ମୁମ୍ବାଇ, ଲକ୍ଷ୍ନୋ, ଦିଲ୍ଲୀ, ଗୁଡ଼ ଗାଁ, କାନପୁର ଓ ଜୟପୁର ସମେତ ୨୮ଟି ସ୍ଥାନରେ ଆୟକର ଚଢାଉ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସୋନୁଙ୍କ ଟ୍ରଷ୍ଟରୁ ଆସିଥିବା ବିଦେଶୀ ଟଙ୍କାର ହିସାବ ନଥିବାର ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ପରେ ସୋନୁ ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଦେଇ ନାହାନ୍ତି ବୋଲି କହିଛି ସେଣ୍ଟ୍ରାଲ ବୋର୍ଡ ଅଫ ଡ଼ିରେକ୍ଟର ଟ୍ୟାକ୍ସ ।

ଆୟକର ବିଭାଗ ତିନି ଦିନ ଧରି ସୋନୁଙ୍କ ଘର, ଅଫିସ ଓ ଶିଳ୍ପ ସଂସ୍ଥା ଆଦି ସ୍ଥାନରେ ଚଢାଉ କରିଥିଲା । ଆୟକର ବିଭାଗ ମୋଟ ୨୮ ସ୍ଥାନରେ ଚଢାଉ କରିବା ପରେ ସୋନୁ ଟିକସ ଫାଙ୍କି ଥିବା ନେଇ ସୂଚନା ଦିଆଯାଇଛି । ବିଭାଗ କହିଛି, କରୋନା ମହାମାରୀ ସମୟରେ ସୋନୁ ମୋଟା ଅଙ୍କର ଆୟ କରିଛନ୍ତି । ଗତ ଏପ୍ରିଲ ମାସ ସୁଧା ସୋନୁଙ୍କ ଏଞ୍ଜିଓ ସୂଦ ଚାରିଟି ଫାଉଣ୍ଡେସନ ମୋଟ ଉପରେ ୧୮ କୋଟି ଟଙ୍କାର ସହାୟତା ପାଇଥିବା ବେଳେ ସେଥିରୁ ଏକ କୋଟି ୯୦ ଲକ୍ଷ ଟଙ୍କା ରିଲିଫ କାର୍ଯ୍ୟ ପାଇଁ ଖର୍ଚ୍ଚ କରଯାଇଥିଲା ।

ସେଥିମଧ୍ୟରୁ ବିଦେଶରୁ ୨ କୋଟି ୧୦ ଲକ୍ଷ ଟଙ୍କା ଆସିଛି  । ସୋ-ସି-ଆ-ଲ ମି-ଡି-ଆରେ ଏହି ଘଟଣାର ଚର୍ଚା ବହୁତ ମାତ୍ରାରେ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣା ପ୍ରତି ମନ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *