Tapaswini ଙ୍କ ପାଇଁ ସୋସିଆଲ ମିଡିଆରେ ସମାଜସେବୀ Deepak Patra ଯାହା କହିଲେ ଶୁଣିଲେ ଆପଣ ପ୍ରଶଂସା ନ କରି ରହି ପାରିବେନି, ଦେଖନ୍ତୁ ଏହି Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେବେ ଦୀର୍ଘ ଏକ ମାସ କାଳ ଏହି ମାମଲାଟି ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ ନାହିଁ । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି । ବନ୍ଧୁଗଣ ଗତ କାଲି ଏହି ମାମଲାର ଶୁଣାଣି ଜିଲ୍ଲା କୋର୍ଟରେ ହେବାର ଥିଲା ତେବେ ଉଭୟ ପକ୍ଷଙ୍କ ତରଫରୁ ସବାଲ ଜବାବ ହୋଇଥିଲା । ମାନ୍ୟବର କୋର୍ଟ ସବୁ କଥାକୁ ଦ୍ରୁଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୪ ତାରିଖରେ ଶୁଣାଣି ରଖିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଚର୍ଚିତ ମାମଲାକୁ ନେଇ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି ।ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ଜଣେ ସମାଜସେବୀ ନିଜର ଏକ ବଡ ପ୍ରତିକ୍ରିୟା ରଖିଛନ୍ତି ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମାଜସେବୀଙ୍କ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବ୍ୟକ୍ତି ଜଣକ କହିଛନ୍ତି-‘ମୋ ନାଁ ଦୀପକ କୁମାର ପାତ୍ର ମୁ ଗୋଟେ ସମାଜସେବୀ । ଯଦି ତପସ୍ଵିନୀ ମୋ ଭଉଣୀ ହେଇଥାନ୍ତା ତା ହେଲେ ସେ ଯେଉଁ ଭୁଲ କରିକି ସୁମିତଙ୍କୁ ମ୍ୟାରେଜ କରିଥିଲା ମୁ ସୁମିତଙ୍କୁ ନେଇ ଆସିଥାନ୍ତି ମୋ ଘରକୁ ଆଉ ମୋ ପିଠିକୁ ପଥର କରିକି ମୁ ମୂଲ ଲାଗି ତାକୁ ପୋଶି ଥାନ୍ତି । ବାପା ପୁଅକୁ ପଚାରୁ ନାହିଁ ବାପା ତା ପୁଅର ଖୁସି ଦେଖି ପାରୁନାହିଁ ହେଲେ ମୁ ମୋ ଭଉଣୀର ଖୁସିକୁ ନିଶ୍ଚୟ ଖୁସିରେ ରଖିଥାନ୍ତି’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସମାଜସେବୀ ଦୀପକ କୁମାର ପାତ୍ର ନିଜର ଏକ ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି । ଏହି ମାମଲାଟି ବର୍ତ୍ତମାନ ଓଡିଶାରେ ଚର୍ଚାର ବିଷୟ ପାଲଟି ଯାଇଛି । ଓଡିଶାରେ ଏଭଳି ଘଟଣା ପ୍ରଥମ ଥର ହୋଇଛି ଯେଉଁଠି ଗୋଟେ ନାରୀ ନିଜ ଅଧିକାର ପାଇବା ପାଇଁ ଦୀର୍ଘ ଏକ ମାସ କାଳ ଧାରଣାରେ ଶୀତ କାକରରେ ବସି ରହିଛି ।


ବନ୍ଧୁଗଣ ସମସ୍ତ ଓଡିଶା ବାସୀ ଚାହୁଁ ଛନ୍ତି ତପସ୍ଵିନୀଙ୍କୁ ନ୍ୟାୟ ମିଳୁ । ବର୍ତ୍ତମାନ ସ୍ଥାନୀୟ ଲୋକ ମାନେ ମଧ୍ୟ ତପସ୍ଵିନୀଙ୍କ ସମର୍ଥନ ପାଇଁ ତାଙ୍କ ସହ ଛିଡା ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସମାଜସେବୀ ଦୀପକ କୁମାର ପାତ୍ରଙ୍କ ଏହି ପ୍ରତିକ୍ରିୟାଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *