ଆଲବମ କୁଇନ ଦୀପା ସାହୁଙ୍କ ସଂଘର୍ଷମୟ ଜୀବନର କାହାଣୀ, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ ଗତ କାଲି କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ । ୨ ବର୍ଷ ପର୍ଯ୍ୟନ୍ତ ଦୀପା କର୍କଟ ରୋଗ ସହ ଲଢେଇ କରିଥିଲେ ହେଲେ ୩୮ ବର୍ଷ ବୟସରେ ଦୀପା ନିଜ ଜୀବନରୁ ହାରି ଯାଇଥିଲେ । ଏହି କଥା ସମସ୍ତ ଓଡିଶା ବାସୀଙ୍କ ମନରେ ଦୁଃଖ ଭାରି ଦେଇଥିଲା । ଦୀପା ସାହୁ ଓଡିଆ ଆଲବମ ଅଭିନେତ୍ରୀ ରୂପେ ବହୁତ ଲୋକପ୍ରିୟତା ହାସଲ କରିଦେଇଥିଲେ । ହେଲେ ତାଙ୍କର ଏହି ଅକାଳ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକ ସମେତ ସମସ୍ତ ଓଡିଶା ବାସୀ ମାନଙ୍କ ମନରେ ଦୁଃଖ ଭରିଦେଇଛି । ବନ୍ଧୁଗଣ ଆସନ୍ତୁ ଜାଣିବା ଦୀପା ସାହୁଙ୍କ ଜୀବନ ବିଷୟରେ ।

ଅଭିନେତ୍ରୀ ଦୀପା ସାହୁ ଢେଙ୍କାନାଳ ଜିଲ୍ଲାରେ ୨୫ ଅକ୍ଟୋବର ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଉଲାସ ସାହୁ ଓ ମାଙ୍କର ନାମ ମଞ୍ଜୁଲତା ସାହୁ ଥିଲା । ପିଲା ବେଳେରୁ ଦୀପା ତାଙ୍କ ମାମୁ ଘରେ ରହି ପାଠ ପଢୁଥିଲେ । ପିଲା ବେଲାରୁ ଦୀପା ଓଡିଶୀ ନୃତ୍ୟରେ ରୁଚି ରଖିଥିଲେ ।

ଯେତେବେଳେ ଦୀପାଙ୍କୁ ୧୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ମା ମଞ୍ଜୁଲତା କର୍କଟ ରୋଗରେ ପ୍ରାଣ ହରାଇଥିଲେ । ଏହା ଥିଲା ଦୀପାଙ୍କ ଜୀବନର ସବୁଠାରୁ ବଡ ଦୁଃଖ ।ଏହାପରେ ନିଜ ଲକ୍ଷକୁ ହାସଲ କରିବା ପାଇଁ ଦୀପା ଆପ୍ରାଣ କଷ୍ଟ କରିଥିଲେ ଓ ଏହାପରେ ୧୯୯୬ ମସିହାରେ ଦୀପା ଆଲବମ ଦୁନିଆରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଆଲବମ ଥିଲା ‘ତୋର କୃଷ୍ଣ ଚୂଡା ରଙ୍ଗର ନାଲି ଓଢଣି’ ।

ଏହି ଆଲବମଟି ଏତେ ଲୋକପ୍ରିୟତା ହାସଲ କରିଲା ଯେ, ଦୀପା ରାତା ରାତି ଷ୍ଟାର ହୋଇଯାଇଥିଲେ । ଦୀପା ୧୦୦ ରୁ ଅଧିକ ଆଲବମରେ କାମ କରିବା ସହ ଫିଲ୍ମ ଓ ଧାରା ବାହୀକରେ ମଧ୍ୟ ନିଜ ଅଭିନୟ ପଦର୍ଶନ କରିଥିଲେ । ଦୀପାଙ୍କର ଆଲବମ ଆଜି ପର୍ଯ୍ୟନ୍ତ ମଧ୍ୟ ବହୁତ ଚର୍ଚାରେ ଅଛି । ଏହା ସହ ସେ ଏକ ବଡ ଧାରା ବାହିକରେ କାମ କରିଥିଲେ ତାହା ହେଉଛି ‘ବଡ ଘର ବଡ ଗୁମର କଥା’ । ଏହି ଧାରା ବାହିକଟି ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା ।

ଆଲବମ ଦୁନିଆ ପରେ ଦୀପା ମହେନ୍ଦ୍ର ନାଥ ଦତ୍ତଙ୍କ ସହ ବିବାହ କରିଥିଲେ । ବିବାହ ପରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମ ହୋଇଥିଲା । ତାଙ୍କ ଝିଅକୁ ବର୍ତ୍ତମାନ ୧୧ ବର୍ଷ ବୟସ ହୋଇଛି । ତାଙ୍କ ଝିଅ ବର୍ତ୍ତମାନ ତାର ମା କୁ ଝୁରୁଛି । ଦୀପାଙ୍କ ମୃତ୍ୟୁ ପରେ ନୀରବ ହୋଇଯାଇଥିଲା ସିନେ ଜଗତ ଓ ଢେଙ୍କାନାଳ ଜିଲ୍ଲା । ବିବାହ ପରେ ମଧ୍ୟ ଦୀପା ଯୋଗ ଓ ନାଚ କରି ନିଜ ଶରୀରକୁ ଫିଟ ରଖୁଥିଲେ । ଦୀପା କର୍କଟ ରୋଗରେ ପୀଡିତ ଥିଲେ । ଦୀପାଙ୍କ ଗର୍ଭାଶୟରେ କର୍କଟ ରୋଗ ହୋଇଥିଲା ।

 


ଏହି ଲକଡାଉନ ସମୟରେ ଦୀପା ଢେଙ୍କାନାଳର ଏକ ହସ୍ପିଟାଲରେ ଥିଲେ । ହେଲେ ତାଙ୍କ ଶରୀର ଅତ୍ୟଧିକ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଭୁବନେଶ୍ବର ଅଣା ଯାଇଥିଲା । ସେ କ୍ୟାନ୍ସରରେ ପୀଡିତ ଥିବା ସମୟରେ ତାଙ୍କର ବହୁତ ଅଧିକ ରକ୍ତସ୍ରାବ ହେଉଥିଲା ବୋଲି ଖବର ମିଳିଛି । ଏଥିପାଇଁ ତାଙ୍କୁ ୨୦ ଜୁନରେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଥିଲା । ସେହି ସ୍ଥାନରେ ତାଙ୍କର ଚିକିତ୍ସା କରା ଯାଉଥିଲା ହେଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ତା ଅତ୍ୟଧିକ ଖରାପ ହେବାରୁ ଗତ କାଲି ଦିନ ୪ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଥିଲା ଦୀପା ସାହୁଙ୍କ ଜୀବନୀ । ଦୀପାଙ୍କ ଆତ୍ମାର ଭଗବାନଙ୍କ ନିକଟରେ ପ୍ରାର୍ଥନା । ଆମ ସହିତ ଆଗକୁ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *