ଜାଣନ୍ତୁ ଓଡିଆ ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ଜୀବନୀ ଓ ପରିବାର

 

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ କଳାକାର ଦୁନିଆକୁ ଅଲବିଦା କହି ଦେଉଛନ୍ତି  । ଏହିପରି ଏକ ଦୁଃଖମୟ ଖବର ଘଟିଛି ଓଡିଶାରେ । ଓଡିଆ ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କର ଗତ କାଲି ଦେହାନ୍ତ ହୋଇଛି । ସବୁ ଲୋକ ତାଙ୍କ ପାଇଁ ଦୁଃଖ ଅନୁଭବ କରିଛନ୍ତି । ଆଜି ଆମେ ଆପଣଙ୍କୁ ଦୀପା ସାହୁଙ୍କ ଜୀବନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଦୀପା ସାହୁଙ୍କ ବିଷୟରେ ।

ଓଡିଆ ଆଲବମ ହିରୋଇନ ଦୀପା ସାହୁଙ୍କର ବହୁତ ଲୋକପ୍ରିୟତା ରହିଥିଲା । ସେ ୨୫ ଅକ୍ଟୋବର ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଦୀପା ସାହୁ ଓଡିଶାର ଢେଙ୍କାନାଳ ଜିଲ୍ଲାର ଅଧିବାସୀ ଅଟନ୍ତି । ପିଲା ବେଳରୁ ତାଙ୍କୁ ନାଚ ଗୀତର ବହୁତ ସଉକ ଥିଲା । ସେ ନିଜ କଷ୍ଟରେ ଓଲିଉଡ ଆଲବମ ଅଭିନେତ୍ରୀ ରୂପେ ଓଡିଆ ଆଲବମ ଜଗତରେ ପାଦ ଦେଇଥିଲେ । ଏହା ପରେ ସେ ବହୁତ ଆଲବମରେ ଅଭିନୟ କରିଥିଲେ । ଲୋକମାନେ ତାଙ୍କ ଚୁଲ ବୁଲି ଅଭିନୟକୁ ବହୁତ ପସନ୍ଦ କରିଥିଲେ ।


ଦୀପା ସାହୁ ମହେନ୍ଦ୍ର ନାଥ ଦତ୍ତଙ୍କ ସହ ବିବାହ କରିଥିଲେ । ଦୀପା ସାହୁ ଓଡିଶୀ ନାଚ କରୁଥିଲେ । ଓଡିଶୀ ନାଚରୁ ନିଜ ଅଭିନୟ ଜୀବନକୁ ଆରମ୍ଭ କରିଥିଲେ । ବିବାହ ପରେ ଦୀପାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ଦୀପା ସାହୁ ଢେଙ୍କାନାଳର ମହିଳା କଲେଜରେ ପାଠ ପଢିଥିଲେ । ୨୦୦୨ ମସିହାରେ ଦୀପା ‘ମେଡ ଇନ ଓଡିଶା’ ଗୀତ ରୁ ଗ୍ଲାମର ଦୁନିଆରେ ପାଦ ଦେଇଥିଲେ । ଏହା ପରେ ସେ ନିଜର କିଛି ଆଲବମ କରି ବହୁତ ଫେମସ ହୋଇଯାଇଥିଲେ ।

ଦୀପା ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଉଥିଲେ । ଓଡିଆ ଆଲବମ ଦୁନିଆ ଛାଡିବା ପରେ ଦୀପା ନିଜ ପରିବାରର ଧ୍ୟାନ ରଖୁଥିଲେ । ଦୀପାଙ୍କର ଝିଅ ଜନ୍ମ ହେବା ପରେ ମଧ୍ୟ ଦୀପା ନିଜକୁ ଫିଟ ରଖୁଥିଲେ । ଦୀପା ଯୋଗ ଓ ନାଚ ଇତ୍ୟାଦିରେ ବହୁତ ରୁଚି ରଖିଥିଲେ । ହେଲେ ଦୁଃଖର କଥା ଏହା ହେଉଛି ଯେ, ବର୍ତ୍ତମାନ ସେ ଏହି ଦୁନିଆରେ ଆଉ ନାହାନ୍ତି । ସମସ୍ତ ଓଡିଶା ବାସୀ ତାଙ୍କ ପାଇଁ ଦୁଃଖ ଅନୁଭବ କରିଛନ୍ତି । ଓଡିଆ ଆଲବମ ଜଗତରେ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ଖବର ଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଅଲିଉଡ ଜଗତର ସବୁ ଖବର ଜାଣିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *