ବାଲବୀର ସିରିୟଲ ର ଏହି ବାଲ୍ୟ କଳାକାର ମାନେ ଏବେ ହେଇଯାଇଛନ୍ତି ଏତେ ବଡ, ଯାହାଙ୍କୁ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନର ଲୋକପ୍ରିୟ ସିରିୟଲ ବାଲବୀର ସିରିୟଲକୁ ତ ନିଶ୍ଚୟ ଦେଖିଥିବେ । ଏହି ଶୋ ର ଆରମ୍ଭ ଅକ୍ଟୋବର ମାସ ୨୦୧୨ରେ ହୋଇଥିଲା । ଏହି ସିରିୟଲରେ କାମ କରିଥିବା କଳାକାର ମାନେ ବର୍ତ୍ତମାନ ବହୁତ ବଦଳି ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାରଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ସିରିୟଲରେ କାମ କରିଥିବା କଳାକାରଙ୍କ ବିଷୟରେ ।

ଦେବ ଜୋଶୀ-


ଏହି ସିରିୟଲର ବାଲବୀର ର ଭୂମିକା କରିଥିବା ଦେବ ଜୋଶୀ ବର୍ତ୍ତମାନ ୧୮ ବର୍ଷର ହୋଇସାରିଛନ୍ତି । ବାଲବୀର ସିରିୟଲରେ ଦେବଙ୍କର ମୁଖ୍ୟ ଭୂମିକା ଥିଲା । ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ନିଜର ଦମଦାର ଅଭିନୟ ଦ୍ଵାରା ଦେବ ଲୋକମାନଙ୍କ ମନ ଜିତିଥିଲେ । ଦେବ ଜୋଶୀ ୩ ବର୍ଷ ବୟସରେ ମଡେଲିଙ୍ଗ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି ।

୨. ଅନୁସ୍କା ସେନ-

ଅନୁସ୍କା ସେନ ହେଉଛନ୍ତି ଜଣେ ଭାରତୀୟ କଳାକାର । ଅନୁସ୍କାଙ୍କ ଜନ୍ମ ୪ ଅଗଷ୍ଟ ୨୦୦୪ ରେ ହୋଇଥିଲା । ଅନୁସ୍କା ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ଅନୁସ୍କାଙ୍କୁ ପ୍ରଥମେ ବାଲବୀର ସିରିୟଲରେ ଅଭିନୟ କରିବା ପାଇଁ ମଉକା ମିଳିଥିଲା । ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହାପରେ ସେ ବଲିଉଡରେ ବହୁତ ଭଲ ସ୍ଥାନ ନିରୂପଣ କରିସାରିଛନ୍ତି । ବର୍ତ୍ତମାନ ସେ ବହୁତ ଚର୍ଚାରେ ଅଛନ୍ତି । ଏତେ କମ ବୟସରେ ଏହି ଅଭିନେତ୍ରୀ ଜଣକ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଉଛନ୍ତି । ଅନୁସ୍କାଙ୍କ ଜନ୍ମ ୪ ଅଗଷ୍ଟ ୨୦୦୪ ରେ ହୋଇଥିଲା ।

୩. ସୃତି ବିଷ୍ଟ-

ଏହି ସିରିୟଲରେ ସଲୋନୀ ନାମକ ଭୂମିକା କରୁଥିବା ଅଭିନେତ୍ରୀଙ୍କୁ ତ ଆପଣ ମାନେ ଜାଣିଥିବେ । ତାଙ୍କର ଅସଲି ନାମ ହେଉଛି ସୃତି ବିଷ୍ଟ । ବର୍ତ୍ତମାନ ତାଙ୍କୁ ୧୭ ବର୍ଷ ହୋଇ ସାରିଛି । ଏହି ଅଭିନେତ୍ରୀ ଜଣକ ବହୁତ କମ ବୟସରେ ବହୁତ ବଡ ଉପଲବ୍ଧି ହାସଲ କରିସାରିଛନ୍ତି । ବାଲବୀର ଛଡା ଏହି ଅଭିନେତ୍ରୀ ଜଣକ ଅନ୍ୟ କେତେକ ସିରିୟଲ ମଧ୍ୟ କରିସାରିଛନ୍ତି । ବହୁତ କମ ବୟସରେ ଏହି ଅଭିନେତ୍ରୀ ଜଣକ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

୪. ରୁଦ୍ର ସୋନି-

ଯଦି ଆପଣ ବାଲବୀର ଦେଖିଥିବେ ତା ହେଲେ ଆପଣଙ୍କୁ ମାନବ ନାମକ ଚରିତ୍ର ମନେ ଥିବ । ତାଙ୍କର ଅସଲି ନାମ ହେଉଛି ରୁଦ୍ର ସୋନି । ତାଙ୍କର ଜନ୍ମ ୨୦୦୪ରେ ହୋଇଥିଲା । ଏହି ସିରିୟଲ ଛଡା ରୁଦ୍ର ଫିଲ୍ମ ‘ତୁମ୍ବାଡ’ରେ ଅଭିନୟ କରିସାରିଛନ୍ତି । ଏହି କଳାକାର ଜଣକ ବହୁତ କମ ବୟସରେ ସଫଳତା ହାସଲ କରିଛନ୍ତି । ବାଲବୀର ସିରିୟଲ ପରଠାରୁ ଏହି ପିଲା ମାନଙ୍କର ଭାଗ୍ୟ ବଦଳିଯାଇଛି । ଯାହା ଫଳରେ ଏମାନେ ବହୁତ କମ ବୟସରେ ଏତେ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *