Bollywood ସିଙ୍ଗର KK ଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ, ଶରୀର ଓ ମୁହଁରେ ରହିଛି କ୍ଷତ ଚିହ୍ନ, ଜାଣନ୍ତୁ କଣ ଅଟେ ରହସ୍ୟ…

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବଲିଉଡର ପ୍ରସିଦ୍ଧ ଶିଂଗର ବା ଗାୟକ କୃଷ୍ଣକୁମାର କୁନ୍ନାଥ ବା କେକେଙ୍କ ମୃତ୍ୟୁ ଘଟିଛି । ସେ ସ୍ଟେଜରେ ପର୍ଫୋମାଂସ କରୁଥିବା ବେଳେ ତାଙ୍କର ଦେହାନ୍ତ ଘଟିଛି । ତେବେ ଏହି ବାବଦରେ ପୋଲିସ ତଦନ୍ତ ଆରମ୍ଭ କରି ଆୟୋଜନକୁ ପଚରା ଉଚରା କରିଛି । ଗତକାଲି ସେ ସ୍ଟେଜ ସୋ କରୁଥିବା ବେଳେ ତାଙ୍କର ଦେହ ଖରାପ ହୋଇଥିଲା । 

ଏହା ପରେ ତାଙ୍କୁ କୋଲକାତା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସପିଟାଲରେ ଆଡମିସନ କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ ଆୟୋଜନା ରେ ଏସି ବନ୍ଦ ରହିଥିଲା । ଯାହା ଫଳରେ ପ୍ରବଳ ଗରମ ଅନୁଭୂତ କରି କେକେ ବାରମ୍ବାର ରୁମାଲ ଅକଢି ଝାଳ ପୋଛିବାରେ ଲାଗିଥିଲେ । ଆୟୋଜନାରେ ଦରକାର ଠାରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

ଏପରି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି । ଆଉ କେଉଁ ସ୍ଥିତିରେ କେକେଙ୍କର ଦେହାନ୍ତ ଘଟିଛି ତାହାକୁ ତଦନ୍ତ କରୁଛି ପୋଲିସ । ଅନ୍ୟ ପକ୍ଷରେ ଗଣ ମାଧ୍ୟମର ସୂଚନା ମୁତାବକ କେକେଙ୍କର ଶରୀର ଓ ମୁହଁ ରେ କ୍ଷତ ଚିହ୍ନ ରହିବାର ନଜର ଆସିଛି ।  ତେବେ ଏହି କ୍ଷତ ଚିହ୍ନ କେମିତି ଓ କେଉଁ ପରିସ୍ଥିତି ରେ ହୋଇଛି ତାହାକୁ ନେଇ ପୋଲିସ ଏବେ ଜୋରସୋର ରେ ଯାଞ୍ଚ ପରତାଳ ଆରମ୍ଭ କରିଛି । 

କେକେ ଯେଉଁ ହସପିଟାଲରେ ଭର୍ତ୍ତି ହୋଇଥିଲେ ସେଠିକାର ଷ୍ଟାଫ ମାନଙ୍କୁ ମଧ୍ୟ ପୋଲିସ କର୍ମଚାରୀ ମାନେ ପଚାର ଉଚରା କରିଛନ୍ତି ଯାହା ସୂତ୍ର ରୁ ଜଣା ପଡିଛି । କେକେଙ୍କ ଅକାଳ ବିୟୋଗରେ ପୁରା ବାଲିଦ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ତେବେ ଏହି ଲୋକପ୍ରିୟ ଶିଂଗାର ଙ୍କ ପ୍ରକୃତ ନାମ ହେଉଛି କୃଷ୍ଣକୁମାର କୁନ୍ନାଥ ।

କିନ୍ତୁ ସେ ବଲିଉଡ ଜଗତରେ କେକେ ନାମରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଗୀତ କୁ ଦର୍ଶକ ମାନେ ବହୁତ ପ୍ରଶଂସା ମଧ୍ୟ କରନ୍ତି । ତାଙ୍କ ଭଳି ହସ୍ତୀ ଆଉ ବଲିଉଡ ଜଗତରେ ମିଳିବେ ନାହି ଯାହା ଅନେକ କଳାକାର ମାନେ ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କେକେଙ୍କର ସଙ୍ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *