ହରଡ ଘଣାରେ କିଶୋର ଭାଇନା ମଟନ, ଲୋକଙ୍କ ଜୀବନ ସହ ଏମିତି ଖେଳୁଥିଲା, ଧରିଲା BMC, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କିଶୋର ନାମକ ବ୍ୟକ୍ତି ରାନ୍ଧୁଥିବା ୨୦୦ ମଟନରେ ପୁଳା ପୁଳା ରଙ୍ଗ । ବାସୀ କଙ୍କଡା କୁ ରଙ୍ଗରେ ବୁଡାଇ ବିକ୍ରି କରୁଥିଲା । ଏକ୍ସପାରି ସସରେ ମଧ୍ୟ ସେ ରୋଷେଇ କରୁଥିଲା । ଭଲ ଲାଭ ମଧ୍ୟ କମାଉ ଥିଲା । ଆଉ ଲାଲ ଟହ ଟହ ମଟନ ଝୋଳ କୁ ଖାଇବା ପାଇଁ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିଲେ ଲୋକେ । ମାତ୍ର ସମସ୍ତଙ୍କ ବିଶ୍ଵାସରେ ବିଷ ଦେଉଥିଲା କିଶୋର ମଟନ ।

ଆଉ ସେଥିପାଇଁ କିଶୋର ମଟନକୁ ବନ୍ଦ କରିଛି BMC ଅର୍ଥାତ ଭୁବନେଶ୍ଵର ମୁନସିପାଲଟି କର୍ପୋରେସନ । ଖାଦ୍ୟ ଅନୁପୋଯୋଗୀ ରଙ୍ଗ ସାଙ୍ଗକୁ ବାସୀ କଙ୍କଡା । ସେଥିରେ ପୁଣି ମିଶୁଥିଲା ନଷ୍ଟ ହୋଇଯାଇଥିବା ଏକ୍ସପାରି ସସ । ଯାଞ୍ଚ ବେଳେ ସବୁ ପ୍ରମାଣ ମିଳିବାରୁ ସହ ସହ ଲୋକଙ୍କ ଭିଡ ଯମୁଥିବା ଦୂର ଦର୍ଶନ କେନ୍ଦ୍ର ପାଖ ଅର୍ଥାତ ଆପୋଲ ହସ୍ପିଟାଲର ପଛରେ ଯମୁଥିବା କିଶୋର ମଟନ ଦୋକାନକୁ ବନ୍ଧ କରିଛି BMC ।

ଏହା ସହିତ ସମ୍ପୃକ୍ତ ହୋଟେଲ ଏବଂ ଫୁଡ ଲାଇସେନ୍ସ ବା ପଞ୍ଜୀକରଣ ପତ୍ର କୁ ମଧ୍ୟ ବାତିଲ କରାଯାଇଅଛି । BMC ପକ୍ଷରୁ ବୁଧବାର ରାଜଧାନୀର ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରାଯାଉଥିଲା । ଆଉ ଏହି ସମୟରେ ଦୂର ଦର୍ଶନ କେନ୍ଦ୍ର ନିକଟସ୍ଥ ଏହି କିଶୋର ମଟନ ଦୋକାନ କୁ BMC ର ଖାଦ୍ୟ ସୁରକ୍ଷା ଦଳ ଯାଞ୍ଚ  ନିମନ୍ତେ ଯାଇଥିଲେ । ଆଉ ଯାଞ୍ଚ କରିବା ସମୟରେ ସେମାନେ ଯାହା ଦେଖିଲେ ତାଙ୍କର ହୋସ ମଧ୍ୟ ଉଡିଯାଇଥିଲା ।

କିଭଳି ଭାବରେ ମଟନ ରନ୍ଧା ହେଉଥିଲା ଆଉ ଯାହାକି ସବୁ ଲୋକଙ୍କ ବିଶ୍ଵାସରେ ଏଠାରେ ବିଷ ଦିଆଯାଉଥିଲା । ମଟନକୁ ଲାଲ କରିବା ନିମନ୍ତେ ଏଠାରେ ବ୍ୟବହାର କରାଯାଉଥିଲା ପୁଳା ପୁଳା ରଙ୍ଗ  ଯାହାକୁ ସେବନ କରି ଅନେକ ଅସୁସ୍ଥ ମଧ୍ୟ ହେଉଥିଲେ । କିନ୍ତୁ କେହି ଏହା ବିରୁଦ୍ଧରେ ସ୍ଵର ଉଠାଇ ନଥିଲେ । ଖର୍ଚ୍ଚ କମ ପାଇଁ ଏକ୍ସପାରି ସସ ମଧ୍ୟ ବ୍ୟବହାର ହେଉଥିଲା ଏବଂ ଏସବୁ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ହାନିକାରକ ବୋଲି ଦର୍ଶାଇ ବର୍ତ୍ତମାନ ଏଭଳି ପଦକ୍ଷପ ନେଇଛି BMC ।

ଆଉ ସବୁଠାରୁ ଏଭଳି ବାସୀ ଖାଦ୍ୟ ଦିଆଯାଉଥିବା ବିଏମସି ଜଣାଇବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ପୂର୍ବରୁ ଅନେକ ଥର ଏହି ହୋଟେଲର ଖାଦ୍ୟ ମାନ ସମ୍ପର୍କରେ ଅଭିଯୋଗ ହୋଇଥିଲା । ପଦକ୍ଷେପ ବର୍ତ୍ତମାନ ଗ୍ରହଣ କରାଯିବାରୁ ସମସ୍ତେ ଆଶ୍ଵାସନ ହୋଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *