‘ପ୍ଳିଜ୍ ବୋଉ ମୋତେ କ୍ଷମା କରିଦେବୁ, ମୁଁ ଏ ଜନ୍ମରେ ତୋ ଋଣ ସୁଝି ପାରିଲିନି, ହେଲେ ଆର ଜନ୍ମରେ ମୁଁ ତୋ…’ ମୃତ୍ୟୁ ପୂର୍ବରୁ ପିଲାଟି ଲେଖିଗଲା କିଛି ଏମିତି, ଶୁଣି ଭିଜୁଛି ଆଖି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁକ୍ତ ଦୁଇ ବିଜ୍ଞାନ ର ଚତ୍ର ଆ-ତ୍ମ-ହ-ତ୍ୟା କରିଛନ୍ତି । ମାତ୍ର ଏଭଳି କରିବା ପଛର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଛାତ୍ର ଟି ଯିବା ପୂର୍ବରୁ ନିଜ ମା’ ଙ୍କ ନିମନ୍ତେ ଏକ ସୁ-ଇ-ସା-ଇ-ଡ ନୋଟ ଛାଡି ଯାଇଛନ୍ତି । ଏଥିରେ ଲେଖା ହୋଇଛି ଯେ “ପ୍ଳିଜ ବୋଉ ମତେ କ୍ଷମା କରିଦେବୁ । ମୋ ପ୍ରତି ତୋର ଯେଉଁ ଆଶା ତଥା ଭରସା ଥିଲା ମୁଁ ତାକୁ ପୂରଣ କରିପାରିଲି ନାହିଁ । ତୁ ମତେ ଜନ୍ମ ଦେଇଥିବାରୁ ତତେ ବହୁତ ଧନ୍ୟବାଦ । 

ପ୍ଳିଜ ମୋ ପାଇଁ ତୁ ଜମାରୁ ମନ ଦୁଃଖ କରିବୁ ନାହିଁ । ତୁ ମନ ଦୁଃଖ କରିଲେ ମତେ ବିଲକୁଲ ମଧ୍ୟ ଭଲ ଲାଗିବ ନାହିଁ । ତଥା ମୋର ଆତ୍ମା କୁ ଶାନ୍ତି ମିଳିବ ନାହିଁ । ଶିଦ୍ଧୁର ଠିକ ଭାବରେ ଯତ୍ନ ନେବୁ । ବାପାଙ୍କର ମଧ୍ୟ ଭଲ ଭାବରେ ଯତ୍ନ ନେବୁ । ବାପାଙ୍କୁ ବୁଝାଇ ଦେବୁ ଯେ ତାଙ୍କ ପୁଅ ତାଙ୍କ ପାଖରେ ସବୁବେଳେ ଅଛି । ଜେଜେବାପା ଜେଜେ ମା’ ଙ୍କର ମଧ୍ୟ ଯତ୍ନ ନେବୁ । ସମସ୍ତଙ୍କୁ ଭଲରେ ରଖିବୁ । ମୁଁ ନାହିଁ ବୋଲି ତୁ ଆଦୌ ମନଦୁଃଖ କରିବୁ ନାହିଁ ।

ବୋଉ ମୁଁ ତୋ ପାଖରେ ସବୁବେଳେ ରହିଛି । ମାତ୍ର ତୁ ମତେ ଦେଖିପାରିବୁ ନାହିଁ ସତ କିନ୍ତୁ ମତେ ତୁ ଅନୁଭବ କରି ପାରିବୁ । ମୁଁ ଏ ଜନ୍ମରେ ସିନା ତୋର ରୁଣ ସୁଝି ପାରିଲି ନାହିଁ କିନ୍ତୁ ଆର ଜନ୍ମରେ ନିଶ୍ଚିତ ଭାବରେ କୋଳକୁ ତୋର ଫେରି ଆସିବି । ମୋର ଜୀବନ ହାରିବା ନିଷ୍ପତ୍ତି ପଛର କାହାଣୀ ମୁଁ କହି ପାରିବି ନାହିଁ ।

ମୋର ଏଭଳି ନିଷ୍ପତ୍ତି ପାଇଁ ଆଦ୍ୟାନ୍ତ କଲେଜ ଦାୟୀ ନୁହେଁ । ମୋ କଲେଜ ନା ରେ କେହି କେସ କରିବେ ନାହିଁ । କେସ କରିଲେ ଏହି କଲେଜ ରେ ପଢୁଥିବା ମୋ ସାଙ୍ଗ ଏବଂ ଭାଇ ମାନଙ୍କର ଲକ୍ଷ ପୁରଣ ହେବ ନାହିଁ । ବୋଉ ପରିବାର କୁ ଭଲରେ ରଖିବୁ ତୁ ମଧ୍ୟ ଭଲରେ ରଖିବୁ ।

ତେବେ ଏହିଭଳି କହି ଛାତ୍ର ଜଣଙ୍କ ସବୁଦିନ ଲାଗି ଆଖି ବୁଝି ଦେଇଛନ୍ତି । କିନ୍ତୁ ଏଭଳି କରିବା ପଛର କାରଣ କ’ଣ ଜଣାପଡିନାହିଁ । ଏହିଭଳି ପରିସ୍ଥିତି ଯାହା ହେଉ ନା କାହିଁକି ନ ଲଢି ଜୀବନ ହରାଇବା କେତେ ଦୂରେ ସମ୍ଭବ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *