ଆଜି ଛିଡିଯିବ ସବୁ ସମ୍ପର୍କ ? କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି କୋର୍ଟରେ ହାଜର ହୋଇଛନ୍ତି ଉଭୟ ବର୍ଷା ଏବଂ ଅନୁଭବ । ଆଜି ଫ୍ୟାମିଲି କୋର୍ଟ ରେ ହାଜର ହେବା ପାଇଁ ଉଭୟଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା । ଆଉ ଆଜି ଉଭୟଙ୍କର ହେବ ଶୁଣାଣି । ଉଭୟଙ୍କ ଫେସ ପିଟିସନ ଗ୍ରହଣ ବେଳେ କୋର୍ଟ ଉଭୟଙ୍କୁ 5 ହଜାର ଅର୍ଥରାଶି ଜମା କରିବାକୁ ନିର୍ଦ୍ଧେଶ ଦେଇଥିଲେ । ତେବେ ବର୍ଷା ଏବଂ ଅନୁଭବ କୋର୍ଟ କୁ ଯାଇଥିଲେ । ଆଜି ସେମାନଙ୍କର ଏହି ଅର୍ଥରାଶି ଜମା କରିବେ ବୋଲି ଆଇନଜୀବିଙ୍କ ସୂତ୍ରରୁ ଯାହା ସୂଚନା ମିଳିଛି ।

ଆଜି ଦିନ ପ୍ରାୟ ୧୧ ଟା ସମୟରେ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ବର୍ଷା । ସେହିଭଳି ଆଜି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ଙ୍କୁ ଫ୍ୟାମିଲି କୋର୍ଟ ରେ ହାଜର ହେବା ପାଇଁ କୁହାଯାଇଥିଲା । ଆଜି ଦିନ ଦୁଇଟା ବେଳେ ଅନୁଭବ ମଧ୍ୟ କୋର୍ଟ ରେ ପହଞ୍ଚି ଥିଲେ । ଆଜି ଦିନ ଦୁଇଟା ବେଳେ ଉଭୟଙ୍କୁ ଏକାଠି ହାଜର ହେବା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ ମଧ୍ୟ କୁହାଯାଇଥିଲା ।

କିଛି ଦିନ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ଙ୍କ ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ ୫ ହଜାର ଟଙ୍କା ଜମା ଲାଗି ଉଭୟଙ୍କୁ ଫ୍ୟାମିଲି କୋର୍ଟ ଙ୍କ ତରଫରୁ ନିର୍ଦ୍ଧେଶ ଦିଆଯାଇଥିଲା । ଆଉ କୋର୍ଟ କାରବାରରେ ଅଯଥା ବିଳମ୍ବ କରିବାରୁ ଟଙ୍କା ଗଣିବା ପାଇଁ ଉଭୟଙ୍କୁ ନିର୍ଦ୍ଧେଶ ଦେଇଥିଲେ କୋର୍ଟ ।

 

ମାତ୍ର ଆଜି କୋର୍ଟ ରେ ଉଭୟଙ୍କୁ ନେଇ କେଉଁ ନିଷ୍ପତ୍ତି ନିଆଯାଇଅଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଓଡିଆ ଇଣ୍ଡଷ୍ଟ୍ରୀର ଏହି ଦୁଇ ତାରକା ଙ୍କ ବିବାହ ବିଛେଦ ହେବାରେ ଏତେ ସମୟ ଲାଗୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେହି କାହା ଭୁଲ ସ୍ଵୀକାର କରିବାକୁ ନାରାଜ । ଏଭଳି ଅଯଥାରେ କୌଣସି ସମ୍ପର୍କକୁ ଜବରଦସ୍ତି ବାନ୍ଧି ରଖିବା ଉଚିତ ନୁହେଁ । ଯଦି ଉଭୟଙ୍କ ମନ ମିଶୁନାହିଁ ତେବେ ନିଶ୍ଚିତ ଭାବରେ ଅଲଗା ହୋଇଯିବା ଉଚିତ ।

ପ୍ରଥମେ ବଞ୍ଚୁତା ପରେ ପ୍ରେମ ଏବଂ ତାହା ପରେ ବିବାହରେ ପରିଣତ ହୋଇଥିଲା ସତ କିନ୍ତୁ ତାହାକୁ ବର୍ତ୍ତମାନ ସଳଖରେ ଅତିବାହିତ ନ କରି ତଥା ଖୁସିରେ ନ ରହି ଏହିଭଳି ଏକ ବିବାଦ କରି ଭଲ ପାଇବାର ମହତ୍ଵ କୁ ହରାଇ ବସିଛନ୍ତି । ଦର୍ଶକେ ଉଭୟଙ୍କୁ ଏକାଠି ଦେଖିବାକୁ ଚାହୁଁଥିବା ବେଳେ ଉଭୟ କିନ୍ତୁ ବିବାଦ ଉପରେ ବିବାଦ କରି ଚାଲିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *