ଗତ କାଲି ବିଳମ୍ବିତ ରାତିରେ ଯୁବକଙ୍କୁ ପିଟିଲା Rani Panda ଙ୍କ କାର, ଚାଲିଗଲା ସୁକାନ୍ତଙ୍କ ଜୀବନ, ଜାଣନ୍ତୁ କିପରି ହେଲା ଏତେ ବଡ ଦୁର୍ଘଟଣା…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣିଥରେ ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ବର୍ତ୍ତମାନ କୌଣସି ଅଶ୍ଳୀଳ ନୃତ୍ୟକୁ ନେଇ ନୁହେଁ ବରଂ ନିଜର ଗାଡି ଦୁର୍ଘଟଣାକୁ ନେଇ ଚର୍ଚ୍ଚା କୁ ଆସିଛନ୍ତି ଅଭିନେତ୍ରୀ ରାଣୀପଣ୍ଡା । ତାଙ୍କ କାର ଧକ୍କାରେ ଜଣେ ଯୁବକଙ୍କ ମୃ-ତ୍ୟୁ ହୋଇଛି । ତେବେ କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ମେଘା ରାସ୍ତାର ଡାଳଖାଇ ଛକ ନିକଟରେ ଶୁକ୍ରବାର ରାତିରେ ଓଡିଆ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି ।

ରାଣୀ କାର ଭିତରେ ଥିବା ବେଳେ ତାଙ୍କ ଡ୍ରାଇଭର ଗାଡି ଚଲାଉଥିଲେ । ଆଉ ଠିକ ଏହି ସମୟରେ ଏକ ବାଇକ ସହିତ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା । ଏଥିରେ ବାଇକ ଆରୋହୀଙ୍କର ମୃ-ତ୍ୟୁ ହୋଇଛି । ମୃତକଙ୍କ ନାମ ସୁକାନ୍ତ କୁମାର ବେହେରା ଅଟେ । ତାଙ୍କ ଘର ରାଜନଗର ଅଞ୍ଚଳ ଅଟେ । ରାନୀପଣ୍ଡା ସୁରକ୍ଷିତ ଥିବାବେଳେ ତାଙ୍କ କାର ଚାଳକ ସାମାନ୍ୟ ଆହାତ ହୋଇଛନ୍ତି ବର୍ତ୍ତମାନ ପୋଲିସ ଉଭୟଙ୍କୁ ଥାନାରେ ରଖି ବର୍ତ୍ତମାନ ପଚରାଉଚରା କରୁଛି । ଏ ନେଇ ମଧ୍ୟ ମାମଲା ରୁଜୁ କରିଛି ପୋଲିସ ।

କାଲି ରାତି ୯ ଟା ସମୟରେ ରାଣୀ ନିଜ କାରରେ ଢେଙ୍କାନାଳ କୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିଲେ । ରାଜନଗରରୁ ସୁକାନ୍ତ ନାମକ ଯୁବକ ଏକା ବାଇକ ମାଧ୍ୟମରେ ଏହି ରାସ୍ତା ଦେଇ ତ୍ରିଶୂଳିଆ ଅଭିମୁଖେ ଯାଉଥିଲେ, ଆଉ ବାଇକ ସହିତ କାରର ଠିକ ଏହିସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୁକାନ୍ତ ଗୁରୁତ୍ଵର ଆହାତ ହୋଇଥିଲେ ଏବଂ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ କୁ ନିଆ ଯାଇଥିଲା ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକେ ମୃ-ତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହିତ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି । ଦୀର୍ଘ ସମୟ ଧରି ରାସ୍ତା ରାସ୍ତା ଅବୋରୋଧ କରିଥିଲେ । ଏହା ଫଳରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା ।

ଆଠଗଡ ଥାନା ଅଧିକାରୀ ଙ୍କ ନେତୃତ୍ଵରେ ପୋଲିସ ଫୋର୍ସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ପରିସ୍ଥିତି କୁ ଶାନ୍ତ କରିଥିଲେ । ମାତ୍ର ଓଡିଆ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ଙ୍କ ଗାଡି ଦୁର୍ଘଟଣାରେ ଗୋଟିଏ ଯୁବକଙ୍କ ଜୀବନ ଚାଲିଗଲା ଏହା ବର୍ତ୍ତମାନ ଚାରିଆଡେ ଶୋକର ବାତାବରଣ ସୃଷ୍ଟି କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *