‘ଇଲୋ ବୋପା…ଆଜି ଖାସି ହେଇଛି…ମୋର ତ ଆଜି ଜମିଲା ଦବେଇକି ଖାଇବି…’ :Rani Panda

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଣୀ ପଣ୍ଡା କହିଛନ୍ତି ଯେ ରାଜୁ ଙ୍କ ବାହାଘରକୁ ଆସିଥିଲେ ରିସେପ୍ସନ କୁ ଆସିଛନ୍ତି ଏବଂ ସମସ୍ତଙ୍କ ରିସେପ୍ସନ କୁ ଗଲେ ଯେମିତି ଫିଲ ହୁଏ ଠିକ ସେମିତି ଫିଲ ହେଉଛି । ବହୁତ କମ ଲୋକଙ୍କ ବାହାଘରରେ ରାଣୀ ଯୋଗଦାନ କରିଥାନ୍ତି ବୋଲି କହିଛନ୍ତି । ପତର ପକାଇ ଖାଇ ଅଯଥାରେ ଦାନ୍ତ ଦେଖାଇବା ରାନୀ ଙ୍କୁ ପସନ୍ଦ ନାହିଁ ବୋଲି ସେ କହିଛନ୍ତି । ସୋନାଲି ରାଣୀ ଙ୍କୁ କେମିତି ଲାଗିଲେ ବୋଲି ମିଡିଆ ପ୍ରଶ୍ନ ପଚାରିବାରୁ ରାଣୀ କହିଲେ ଯେ ସେ କେମିତି ଲାଗୁଛି ତା’ ସ୍ଵାମୀ କହିବ ନା ମୁଁ କେମିତି କହିବି ?

ଆଜିଭଳି ଯୁଗରେ ନାରୀ ମାନଙ୍କ ମୁହଁରେ ଗୋଟେ କଥା ପଛରେ ଗୋଟେ କଥା, ମାତ୍ର ମୁଁ କାହାକୁ ଜଜ କରିବାକୁ ଆସିନାହିଁ । ରାଜୁ କହିଲେ ଯେ ଉପରୁ ତ କିଛି ଗୋଟେ ଲାଗୁଥିବ ? ରାଣୀ କହିଲେ ଯେ ନା ସେମିତି କିଛି ନାହିଁ ନାରୀ ଙ୍କୁ ଚିହ୍ନିବାକୁ ହେଲେ ଗୋଟିଏ ଦିନରେ ମଧ୍ୟ ଚିହ୍ନି ହୁଏ ଆଉ ଆଠ ଆଠ ବର୍ଷ ରହି ମଧ୍ୟ ଲୋକେ ଚିହ୍ନି ପାରନ୍ତି ନାହିଁ ସ୍ତ୍ରୀ ଆଉ କାହା ସହିତ ଛାଡି ପଳାଇଥାଏ ।

ରାଜୁ ଙ୍କୁ ସୋନାଲି ପରଫେକ୍ଟ କି ନା ତାହା ସେ କିଭଳି କହିବେ ବୋଲି କହିଥିଲେ ଯିଏ ବିବାହ କରିଛନ୍ତି ସେ କହିବେ ଯେ ଏ ସିଷ୍ଟମ ପରଫେକ୍ଟ କି ନାହିଁ ? ରାଣୀ କହିଥିଲେ ଯେ ସେ ଏଠାକୁ ଆଶୀର୍ବାଦ କରିବାକୁ ଆସିଛନ୍ତି ଦେଖିବେ ଖାଇବେ ଆଶୀର୍ବାଦ କରି ଜିବେ, ବାକି ଆଗକୁ ଜୀବନ ସେମାନେ କିଭଳି ବିତାଇବେ ତଥା କଟାଇବେ ତାହା ସେମାନେ ହିଁ ଜାଣିଥିବେ ।

ସେ ଏହା ମଧ୍ୟ କହିଥିଲେ ଯେ ଗୋଟିଏ ନାରୀ ଯେତେବେଳେ ବିବାହ କରି ଶାଶୁଘରକୁ ଆସେ ସ୍ଵାମୀର ଦୁଃଖ ସୁଖ କୁ ଆଦରୀ ସ୍ଵାମୀର ପରିବାର କୁ ନିଜର ପରିବାର ବୋଲି ଭାବି ସବୁଦୁଃଖ କଷ୍ଟ ଯନ୍ତ୍ରଣା କୁ ନିଜ ହୃଦୟ ଭିତରେ ଚାପି ରଖି ସବୁବେଳେ ସମସ୍ତଙ୍କୁ ଖୁସି ବାଣ୍ଟିବା ନିହାତି ଦରକାର ସ୍ଵାମୀର ସୁଖ ଦୁଃଖରେ ଭାଗୀଦାର ହେବା ଦରକାର ।

ଏହା ନାହିଁ କି ମୋ ସ୍ଵାମୀ ପାଖରେ ଅଛି 5 ଟଙ୍କା କିନ୍ତୁ ମୁଁ ତା’ ଠାରୁ ଆଶା କରିବି 10 ଟଙ୍କା ତାହା କେବେ ମଧ୍ୟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ରାଣୀ କହିଥିଲେ ଯେ ସେ ହେଉଛନ୍ତି ଛେଳି ପାଟି ଏବଂ ରାଜୁ ଙ୍କୁ ରିସେପ୍ସନରେ ଯମେଇକି ଖାଇବେ । ସର୍ବଶେଷରେ ରାଣୀ ଉଭୟଙ୍କ ମଙ୍ଗଳ କାମନା କରି ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *