ରାତାରାତି କୋଟିପତି ହୋଇଗଲେ Rinku Singh ଙ୍କ ପରିବାର ! ଜାଣନ୍ତୁ ଦରିଦ୍ରତା ମଧ୍ୟରେ କିପରି ସଂଘର୍ଷ କରି ରିଙ୍କୁ ହେଲେ ସୁପରଷ୍ଟାର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାତାରାତି ବନିଗଲେ IPL  ଷ୍ଟାର ! ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ଙ୍କର ଧୂଆଁଧାର ବ୍ୟାଟିଂ ପରେ ଗୋଟିଏ ରାତିରେ ବଦଳିଗଲା ରିଙ୍କୁଙ୍କର ଭାଗ୍ୟ ! ତେବେ ସୂଚନା ମୁତାବିକ ଗତ କାଲି ଗୁଜୁରାଟ ଟାଇଟାନ ଓ କଲିକତା ନାଇଟ ରାଇଡ଼ର ମଧ୍ୟରେ ମ୍ଯାଚ ଚାଲିଥିଲା । ଯେଉଁଥିରେ କି କଲିକତା ଟିମରେ ଶେଷ ଓଭରରେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ୫ ଟି ଜବରଦସ୍ତ ଛକା ମାରି କାଳିକତା ନାଇଟ ରାଇଡ଼ରକୁ ଜିତାଇଦେଇଥିଲେ ।

ତେବେ ବହୁତ ଲୋକଙ୍କର ଧାରଣା ରହିଥାଏ । କି ଯେଉଁ ମାନେ IPL ମ୍ଯାଚ ଖେଳନ୍ତି । ସେହି ପ୍ଲେୟାର ମାନେ ବହୁତ ଧନୀ ହୋଇଥାନ୍ତି । ହେଲେ ଏଠାରେ ଆମେ କହି ରଖିବା ପାଇଁ ଚାହୁଁଛୁ କି ! ସମସ୍ତଙ୍କର ସ୍ଥିତି ସମାନ ହୋଇନଥାଏ । ଜଣେ ପ୍ଲେୟାର କ୍ରିକେଟ ମଇଦାନକୁ ଆସି କ୍ରିକେଟ ଖେଳିବା ସହ କ୍ରିକେଟ ମ୍ଯାଚ ପଛରେ ଯେ କେତେ ସଂଘର୍ଷ କରିଥାନ୍ତି । ତାହା ବ୍ୟାଟ୍ସମ୍ୟାନ ରିଙ୍କୁ ସିଁଙ୍କର ପରିବାର ବିଷୟରେ ଜାଣି ସବୁକିଛି ସ୍ପଷ୍ଠ ହୋଇଯିବ ।

ତେବେ ୧୯୯୭ ମସିହା ଅକ୍ଟୋବର ୧୨ ତାରିଖରେ ରିଙ୍କୁ ସିଁ ଉତ୍ତରପ୍ରଦେଶର ଅଲ୍ଲୀଗଡ ଠାରେ ଜନ୍ମ ହୋଇଥିଲେ । ତେବେ ରିଙ୍କୁ ସିଁ ଜଣେ ଗରିବ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ରିଙ୍କୁଙ୍କର ୫ ଟି ଭାଇ ଭଉଣୀ ଅଛନ୍ତି । ତାଙ୍କ ବାପା ଘର ଘର ବୁଲି ସିଲିଣ୍ଡର ଡେଲିଭରୀ କରିଥାନ୍ତି । ଏହା ସହିତ ତାଙ୍କ ଭାଇ ଜଣେ ଅଟୋ ଚାଳକ ଅଟନ୍ତି । ତେବେ ଏପରି ଅଭାବ ଓ ଅନାଟନ ମଧ୍ୟରେ ରିଙ୍କୁ ସିଁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢି ପାଠ ପଢା ଛାଡି ଦେଇଥିଲେ ।

କିଛି ନା କିଛି କାମ କରିବା ସହ ରିଙ୍କୁ ନିଜର କ୍ରିକେଟ ଅଭ୍ଯାସ କିନ୍ତୁ ଜାରୀ ରଖିଥିଲେ । କାରଣ କ୍ରିକେଟ ଖେଳିବାରେ ରିଙ୍କୁ ସିଁଙ୍କର ପ୍ରଥମରୁ ହିଁ ରୁଚି ରହିଆସିଛି । ସେବେ ଠାରୁ ହିଁ କ୍ରିକେଟ ଖେଳୁ ଖେଳୁ ୨୦୧୭ ମସିହାରେ ରିଙ୍କୁ ସିଁ ଙ୍କୁIPL ରେ ଖେଳିବାର ସୁଯୋଗ ମିଳିଥିଲା । ହେଲେ ବର୍ତ୍ତମାନ ସମୟରେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ନିଜର ବ୍ୟାଟିଂରେ ମ୍ଯାଚର ଶେଷ ଓଭରରେ ୫ ଟି ଛକା ମାରି ମ୍ଯାଚକୁ ଜିତାଇଦେଇଛନ୍ତି ।

ଯେଉଁଥି ପାଇଁ ରାତାରାତି କ୍ରିକେଟ ଇତିହାସରେ ନିଜର ନାମ ସ୍ଵର୍ଣ୍ଣାକ୍ଷରେ ଲେଖିଦେଇଛନ୍ତି ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *