Astrology Tips- ଚୁଡି କିପରି ପିନ୍ଧିଲେ ସ୍ୱାମୀ ଓ ଭାଇଙ୍କ ଉପରେ ପଡ଼ିଥାଏ କାଳ, ହୋଇଥାଏ ଘୋର ଅନର୍ଥ

ନମସ୍କାର ବନ୍ଧୁଗଣ ଆଜି ଆମେ କେଉଁ ଚୁଡି ପିନ୍ଧିବା ଉଚିତ ଏବଂ କେଉଁ ଚୁଡି ପିନ୍ଧିବା ଅନୁଚିତ ସେ ବିଷୟରେ ଆଲୋଚନା କରିବା । ଏହା ଛଡା କେଉଁ ସମୟରେ ଚୁଡି ପିନ୍ଧିବା ଉଚିତ ଏଵଂ କେଉଁ ସମୟରେ ଅନୁଚିତ ତାହା ମଧ୍ୟ ଜାଣିବା । ବିଧବା ମହିଳା ମାନେ କିମ୍ବା ସଧାବା ମହିଳା ମାନେ ତମ୍ବା ରୁ ପ୍ରସ୍ତୁତ କୌଣସି ବି ଚୁଡି ପିନ୍ଧିବା ଅନୁଚିତ ଏବଂ ରୂପା ର ଚୁଡି ପିନ୍ଧିବା ଅନୁଚିତ ଅଟେ । ଯଦି କୌଣସି ପୂଜା ପର୍ବ କିମ୍ବା ହୋମ ଯଜ୍ଞ ରେ ନିହାତି ଆବଶ୍ୟକ ପଡେ ତେବେ ଆପଣ ରୁପା ର ଚୁଡି କିମ୍ବା କଙ୍କଣ କୁ ଗୋଟିଏ ହାତରେ ପିନ୍ଧି ପାରିବେ ବିଲକୁଲ ଦୁଇ ହାତରେ ପିନ୍ଧିବେ ନାହିଁ । ଦୁଇ ହାତରେ ପିନ୍ଧିବା ଅନୁଚିତ ଏବଂ ଅଶୁଭ ଅଟେ ।

ଯଦି କେବେ ଚୁଡି ପିନ୍ଧିବା ସମୟରେ ତୁଟି ଯାଏ । ତେବେ ସେହି ତୁଟି ଯାଇଥିବା ଚୁଡି କୁ ନିଜ ପଣତ ରେ ରଖି ତିନି ଥର ଚୁମ୍ବନ ଦେଇ କୌଣସି ଏକ ସ୍ଥାନରେ ରଖିବା ଉଚିତ । ପରେ ସୁବିଧା କରି ସେହି ଚୁଡି କୁ ପାଣି ରେ ପକାଇ ଦିଅନ୍ତୁ ।

ଯଦି ଚୁଡି ପିନ୍ଧିବା ସମୟରେ ଚୁଡି ଚଡକା ଫଟା ହୋଇ ଯାଏ ତେବେ ତାକୁ କାଢି ଦିଅନ୍ତୁ ଏବଂ ତିନି ଥର ଚୁମ୍ବନ ଦେଇ ତାକୁ ଏକ ସ୍ଥାନରେ ରଖି ଦିଅନ୍ତୁ । କେବେବି ଚଡକା ଫଟା ଚୁଡି ପିନ୍ଧନ୍ତୁ ନାହିଁ କାରଣ ଏହା ପିନ୍ଧିବା ଦ୍ୱାରା ଆପଣଙ୍କ ଭାଇ ଏବଂ ପିତା କରଜ ରେ ବୁଡି ରୁହନ୍ତି । ଏହି ପରି ମାନ୍ୟତା ଶାସ୍ତ୍ର ରେ ବର୍ଣ୍ଣିତ ।

ଶାସ୍ତ୍ର ଅନୁସାରେ ଚୁଡି ପିନ୍ଧିବା ସମୟରେ ଧ୍ୟାନ ଦେବେ ଯେମିତିକି ଦୁଇ ହାତରେ ସମାନ ଚୁଡି ପିନ୍ଧନ୍ତୁ ନାହିଁ । ଡାହାଣ ହାତରେ ପଟେ କିମ୍ବା ଦୁଇ ପଟ ଅଧିକ ଚୁଡି ପିନ୍ଧନ୍ତୁ ଏବଂ ମଙ୍ଗଳବାର,ଗୁରୁବାର ଆଦୌ ଚୁଡି ପିନ୍ଧନ୍ତୁ ନାହିଁ କିମ୍ବା ଶିତଳାନ୍ତୁ ନାହିଁ ଏବଂ ଏହାବି ମାନ୍ୟତା ରହିଛି କି କେଶ ମୁକୁଳା କରି ଅର୍ଥାତ କେଶ ଖୋଲା କରି କେବେ ଚୁଡ଼ି ପିନ୍ଧନ୍ତୁ ନାହିଁ ।
କେବେବି କବାଟ ର ପାଖରେ ଯାଇ ଚୁଡି ପିନ୍ଧନ୍ତୁ ନାହିଁ ଏହା ଦ୍ୱାରା ଘରକୁ ଦୁଃଖ କଷ୍ଟ ଆସିଥାଏ ।

ଗୃହ ସର୍ଵଦା ଅଶାନ୍ତି ରେ ରହିଥାଏ । ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କିମ୍ବା ସୂର୍ଯ୍ୟାସ୍ତ ସମୟରେ ଚୁଡି ପିନ୍ଧିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଆପଣ ଆବଶ୍ୟକ ପଡ଼ିଲେ ସୂର୍ଯ୍ୟାସ୍ତ ପରେ କିମ୍ବା ରାତିରେ ଚୁଡି କାଢି ପିନ୍ଧି ପାରିବେ । ଶାସ୍ତ୍ର ଅନୁସାରେ କେବେବି କାହାକୁ ଚୁଡି ଫାଟିଗଲେ ତାକୁ କାଢି ଦିଅ କିମ୍ବା ଭାଙ୍ଗି ଦିଅ ଏହି ଶବ୍ଦ ର ପ୍ରୟୋଗ ହୋଇ ନଥାଏ । ଏହା କହିବା ଅଶୁଭ ଅଟେ ସର୍ଵଦା ଶିତଳାଇ ଦିଅନ୍ତୁ ବୋଲି କୁହାଯାଏ ।

ଶାସ୍ତ୍ର ଅନୁସାରେ ହାତକୁ କେବେ ଖାଲି କରି ଚୁଡି ପିନ୍ଧନ୍ତୁ ନାହିଁ । ସର୍ଵଦା ଏକ ନାଲି କିମ୍ବା ହଳଦିଆ ସୁତା ବାନ୍ଧି ଚୁଡି ଶିତଳାନ୍ତୁ ଏବଂ ନୂତନ ଚୁଡି ପିନ୍ଧନ୍ତୁ । କିନ୍ତୁ ସମ୍ପୂର୍ଣ୍ଣ ଖାଲି ହାତ କରି ଚୁଡି ପିନ୍ଧିବା ଅଶୁଭ ଅଟେ ଏହାର ପ୍ରଭାବ ଆପଣଙ୍କ ସ୍ୱାମୀ ଙ୍କ ଉପରେ ପଡ଼ିଥାଏ । କେବେବି କାହାକୁ ନିଜର ପିନ୍ଧା ଚୁଡି ଦିଅନ୍ତୁ ନାହିଁ । ଏହା କଲେ ଆପଣଙ୍କ ସ୍ୱାମୀ ଙ୍କ ଆୟୁଷ କମି ଥାଏ ଏବଂ ଆପଣଙ୍କ ସଂପର୍କ ରେ ଫାଟ ମଧ୍ୟ ସୃଷ୍ଟି ହୁଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *