ବାପା ବାହା ହେଇଗଲେ, ମା’କୁ ସାପ କାମୁଡିଲା, ଆଉ ତା’ ପରେ… କିନ୍ନର ବଳରାମଙ୍କ ଏହି ଦୁଃଖଭରା କାହାଣୀ ଶୁଣିଲେ ଆପଣ ବି କାନ୍ଦି ପକେଇବେ…  

ବନ୍ଧୁଗଣ ଗତ କିଛି ଦିନ ହେବ କିନ୍ନର ବଳରାମଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । କିନ୍ନର ବଳରାମ ଶ୍ରୀମନ୍ଦିର ଗୁମୁଟରୁ ଖସି ପଡି ସ୍ଵର୍ଗ ଦ୍ଵାରକୁ ଗଲେ । କିନ୍ନର ବଳରାମ ଯିବା ପରେ ଏବେ ବଳରାମଙ୍କ ପରିବାର ତାଙ୍କୁ ଝୁରି ହେଉଛି । ଝୁରି ହେଉଛି ଭଉଣୀ ଲକ୍ଷ୍ମୀ ଆଉ ଝୁରି ହେଉଛି ଏହି ଛୋଟ ମାଙ୍କଡ । ବଳରାମଙ୍କ ହାତ ମୁଠାକୁ ଚାହିଁ ରହିଥିଲେ ଦୁଇ ଭଉଣୀ ଓ ଗୋଟେ ଭାଇ କାଳିନ୍ଦୀ ।

କାହିଁକି ସେ ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ପଡିଲେ ଏହାର କାରଣ ବିଷୟରେ ଜାଣିବା ପାଇଁ ଗଣମଧ୍ୟମ ପ୍ରତିନିଧି ପହଞ୍ଚି ଥିଲେ ନିମାପଡା ବ୍ଲକ କଳା ପାଞ୍ଚଣ ପଞ୍ଚାୟତ ଗୁଣ୍ଠ ସାହି ଗ୍ରାମରେ । ବନ୍ଧୁଗଣ ଏ ହେଉଛି ବଳରାମଙ୍କ ଘର ଆଉ ଘର ଆଗରେ ଛିଡା ହୋଇଛି ବଳରାମଙ୍କ ଭଉଣୀ ଲକ୍ଷ୍ମୀ । ଝାଟି ମାଟିର କାନ୍ଥକୁ ନୂଆଣିଆ ଚାଳ ଘର । ଆଉ ସେହି ଘରେ ରହୁଥିଲେ ଭାଇ ଭଉଣୀ ଚାରି ଜଣ ।

ବାପା ନିଆଳିରେ ଆଉ ଗୋଟେ ବାହା ହେଇ ରହିଲେ । ବାପା ଏମିତି ରହିଲେ ଯେ ପିଲା ଛୁଆଙ୍କୁ ଟିକେ ଦେଖିବାକୁ ଆସିଲେ ନାହିଁ । ଅନ୍ୟ ପକ୍ଷରେ ବଳରାମଙ୍କ ମାକୁ ସାପ କାମୁଡିଲା ଆଉ ସେ ଆର ପାରିକୁ ଚାଲିଗଲେ । ଘରର ବଡ ବଳରାମ ହେଲେ ସେ ତୃତୀୟ ଲିଙ୍ଗୀ ହୋଇଥିବାରୁ ଚାରି ଆଡୁ ସେ ଧିକାର ସହି ବଡ ହୋଇଥିଲେ ।

ବଳରାମ ତାଙ୍କ ପରିବାକୁ ପୋଷୁ ଥିଲେ । ପିଇଶି ନାନିଙ୍କ ଭରସା ସେ ଭାଇ ଭଉଣୀଙ୍କୁ ଛାଡି ରୋଜଗାର କରିବାକୁ ଯାଉଥିଲେ । ଅନ୍ୟ କିନ୍ନର ମାନଙ୍କ ସହ ରହି ସେ କିଛି କିଛି ରୋଜଗାର କରନ୍ତି ଆଉ ସେହି ରୋଜଗାରରେ ନିଜ ପରି ପୋଶନ୍ତି । ବନ୍ଧୁଗଣ ବଳରାମ ମରିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ବଳରାମ ମରିବା ଦିନ ଠାରୁ ତାଙ୍କ ଘରେ ଚୁଲି ଲାଗିନି ।

ତାଙ୍କ ଭାଇ ଭଉଣୀଙ୍କ ପାଖରେ ଟିକେ ଦାନା ଖାଇବା ପାଇଁ ପଇସା ନାହିଁ କି କେହି ତାଙ୍କୁ ସହାୟତାର ହାତ ବି ବଢାଉ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହା ଥିଲା କିନ୍ନର ବଳରାମଙ୍କ କାହାଣୀ । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *