କିଏ ଏଇ ମନ୍ତ୍ରୀଙ୍କ ଝିଅ, କିଏ ଭାଙ୍ଗୁଛି ଡିମ୍ପଲଙ୍କ ଘର ? ଆସ୍କା ପୋଲିସ ଉପରେ ଚାପ ପକାଇଥିଲେ କି ମନ୍ତ୍ରୀ, କଣ ମନ୍ତ୍ରୀଙ୍କ ପାଇଁ Pramila ଙ୍କ ପଛରେ ସରକାର ?

ବନ୍ଧୁଗଣ ନମସ୍କାର ବନ୍ଧୁଗଣ ମନ୍ତ୍ରୀ ଙ୍କ ଝିଅ କିଏ? କିଏ ଭାଙ୍ଗୁଛି ଡିମ୍ପଲ ଙ୍କ ଘର? ମନ୍ତ୍ରୀ ଙ୍କ ପାଇଁ ପ୍ରମିଳା ଙ୍କ ପଛରେ କି ସରକାର? ଆସ୍କା ପୋଲିସ ଉପରେ ଚାପ ପକାଇଥିଲେ ଚାପ ପକାଇଥିଲେ କି ମନ୍ତ୍ରୀ? ନ୍ୟାୟ ର ଲଢେଇ ଲଢ଼ୁଛନ୍ତି ବ୍ରହ୍ମପୁର ଝିଅ ତପସ୍ୱିନୀ ଦାସ ଓରଫ ଡିମ୍ପଲ । ତାଙ୍କ ଲଢେ଼ଇ ରେ ସମ୍ପୂର୍ଣ୍ଣ ସାଥ ଦେଉଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ଶୀତ ରାତିରେ ଡାକ୍ତର ସୁମିତ ଙ୍କ ଘର ଆଗରେ ଡିମ୍ପଲ ଓ ପ୍ରମିଳା ।

ତେବେ କାହିଁକି ଘର ଭିତରକୁ ଡିମ୍ପଲ ଙ୍କୁ ନେଉ ନାହାନ୍ତି ସୁମିତ ଙ୍କ ପରିବାର ସଦସ୍ୟ? କାହା ସାହସ ରେ କୋର୍ଟ ର ନିର୍ଦ୍ଦେଶ କୁ ଅବମାନନା କରିଲେ ସୁମିତ? ପତି ଓ ପତ୍ନୀ ଙ୍କ ମଧ୍ୟରେ ଆଉ କେହି ଅଛନ୍ତି କି? ଏହି ସମ୍ବନ୍ଧରେ ଡିମ୍ପଲ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେ କହିଛନ୍ତି ଯେ, ମନ୍ତ୍ରୀ ଙ୍କ ଝିଅ କୁ ବାହା ହେବେ ବୋଲି ଏହି ସବୁ କରୁଛନ୍ତି ସୁମିତ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେପଟେ ସମାଜସେବୀ ପ୍ରମିଳା ଙ୍କ ଉପରେ ମଧ୍ୟ ସରକାର ଙ୍କ ରହିଛି ରାଗ ।

ବିଏମସି ତାଙ୍କୁ ଦେଖାଇଛି ନାଲି ଆଖି । ୩ ଶହ ଡେସିମଲ ଜାଗା କୁ ନେଇ ପ୍ରମିଳା ଙ୍କୁ ଅଡ଼ୁଆ ରେ ପକାଇବା ନିମନ୍ତେ ଚେଷ୍ଟା କରିଛନ୍ତି । ଯାହାକୁ ନେଇ ପ୍ରମିଳା ବି ସେତେବେଳେ ଜୋରଦାର ଜବାବ ଦେଇଥିଲେ ବିଏମ୍ସି ଅଧିକାରୀ ଙ୍କୁ । ହଠାତ କାହିଁକି ପ୍ରମିଳା ଙ୍କୁ ଟାର୍ଗେଟ କରିଲା ବିଏମ୍ସି? ଡିମ୍ପଲ ଙ୍କ ନ୍ୟାୟ ର ଲଢେ଼ଇ ରେ ସାମିଲ ହୋଇ ଥିବାରୁ ଏହି ରାଗ ରହିଛି କି? ମନ୍ତ୍ରୀ ଙ୍କ ଇସାରା ରେ ବିଏମ୍ସି ଧମକାଇ ଥିଲା କି ପ୍ରମିଳା ଙ୍କୁ?ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାମ୍ନା କୁ ଆସିଛି ।

ତେବେ କିଏ ଏହି ମନ୍ତ୍ରୀ ତାକୁ ନେଇ ବର୍ତ୍ତମାନ ସସପେନ୍ସ ବଢ଼ିବାରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନେ ତ ଏହି ସମ୍ବନ୍ଧରେ ଜଡ଼ିତ ସମ୍ପୂର୍ଣ୍ଣ ଖବର ସହିତ ନିଶ୍ଚିତ ଭାବରେ ଅବଗତ ଥିବେ । ତେବେ ଏହାକୁ ନେଇ ତପସ୍ୱିନୀ ଓରଫ ଡ଼ିମ୍ପଲ କହିଛନ୍ତି କି ଆଇନ ନିୟମ ଅନୁସାରେ ସ୍ତ୍ରୀ ର ଅଧିକାର ରହିଛି ସ୍ୱାମୀ ର ଘରେ ସେ କେଶ ଯେପର୍ଯ୍ୟନ୍ତ ଚାଲିଛି କିମ୍ବା କେଶ ର ଯେପର୍ଯ୍ୟନ୍ତ କୌଣସି ଶୁଣାଣି ହୋଇ ନାହିଁ ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ର ଘରେ ରହିବ ବାଧ୍ୟ ।

ଯେହେତୁ ସ୍ୱାମୀ ର ଘରେ ତାର ଅଧିକାର ରହିଛି ସେହିଭଳି ସ୍ତ୍ରୀ ହେବା କାରଣ ରୁ ମଧ୍ୟ ସ୍ୱାମୀ ର ଘରେ ରହିବା ତାର ଅଧିକାର ଅଟେ ତେବେ ମୋତେ କଣ ପାଇଁ ନେଉ ନାହାନ୍ତି । କଣ ମନ୍ତ୍ରୀ ର ଝିଅ କୁ ବାହା ହେବା ପାଇଁ ନେଉ ନାହାନ୍ତି । ମୋତେ ନ୍ୟାୟ ଦରକାର । ତେବେ ତପସ୍ୱିନୀ ଙ୍କୁ ସାହାର୍ୟ୍ଯ କରିଥିବାରୁ ପ୍ରମିଳା ଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି ଏବଂ ତାଙ୍କର ଘର ମଧ୍ୟ ଭାଙ୍ଗି ବାର ଧମକ ମଧ୍ୟ ମିଳୁଛି ।

ତେବେ ପ୍ରମିଳା କହିଛନ୍ତି କି ତାଙ୍କର ୩୦୦ ଡ଼ିସିମିଲ ଜାଗା ରହିଛି ଯାହାକୁ ନେଇ କୋର୍ଟ ରେ କେସ ବିଚାରଧୀନ ଚାଲିଛି I ୬ ବର୍ଷ ଧରି କେସ ଚାଲିଥିବା ବେଳେ ଅଚାନକ ଏଭଳି ଉଛେଦ କାହା ସ୍ୱାର୍ଥରେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି I ଏହି ଜାଗାରେ ସେ ନାବାଳିକା , ବୃଦ୍ଧା ବୃଦ୍ଧ ଙ୍କ ପାଇଁ ଘର କରିଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *