‘ତପସ୍ଵିନୀ ସେଇ ଷ୍ଟାଟସ୍ ସୁମିତ ଘରେ ପାଇବ ସେଇ କିଚେନ୍ ୟୂଜ୍ କରିବ, ଦେଖିବା କିଏ…’ Tapaswini ଙ୍କୁ ନ୍ୟାୟ ଦେବା ପାଇଁ ଦେଖନ୍ତୁ କଣ କହିଲେ କହିଲେ ଓକିଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ନ୍ୟାୟ ନ ମିଳିବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ତପସ୍ୱିନୀ । ଗତମାସରେ ଶୁଶୁର ଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ । ସେ କହିଥିଲେ, ସୁମିତ ତାଙ୍କୁ କୋର୍ଟରେ ବିବାହ କରିଥିଲେ । ଏପରିକି ସେ ଶାଶୁଘରେ ୬ ମାସ ରହିଥିଲେ । କିନ୍ତୁ ପରେ ବୈଦିକ ରୀତିରେ ବିବାହ କରିବାକୁ କହି ଶଶୁର ଘର ଲୋକେ ତାଙ୍କୁ ବାପା ଘରକୁ ପଠାଇଦେଇଥିଲେ । କିନ୍ତୁ ବିବାହ ନକରିବାରୁ ତପସ୍ୱିନୀ ଧାରଣାରେ ବସିଥିଲେ ।


୧୧ ଦିନ ଧାରଣା ଦେବା ପରେ ବ୍ରହ୍ମପୁର ଜେଏମଏଫସି କୋର୍ଟ ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକାସାଙ୍ଗରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ୭ ଦିନ ରହିବା ପରେ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । କୋର୍ଟ ତପସ୍ୱିନୀଙ୍କ ଭରଣପୋଷଣ ସୁମିତ କରିବେ ବୋଲି କହିଥିଲେ । ଏହା ପରଦିନ ୧୦ ତାରିଖରେ ସୁମିତ କୋଉଁଆଡେ ଚାଲିଯାଇଥିବା ଅଭିଯୋଗ ଆଣିଥିଲେ ପତ୍ନୀ।

ଏବଂ ଅନ୍ୟପଟେ ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ପୂର୍ବରୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ।

ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ । ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତ ଙ୍କ ଓକିଲ କହିଛନ୍ତି। ତେବେ ଏହାକୁ ନେଇ ବର୍ତ୍ତମାନ ତପସ୍ୱିନୀ ଙ୍କ ଓକିଲ କହିଛନ୍ତି କି ନିୟମ ଅନୁସାରେ ତପସ୍ୱିନୀ ଏହି ଘରେ ରହିବ ଏହି ଘରର ରୋଷେଇ ଘର, ଏବଂ ଗାଧୁଆ ଘର ମଧ୍ୟ ବ୍ୟବହାର କରିବ, ଏହି ଘରେ ତାର ଯେପରି ଷ୍ଟାଟସ ରହିବା କଥା ସେହିଭଳି ଭାବରେ ରହିବ।


ତେବେ ତାଠାରୁ ଏହି ଅଧିକାର କେହି ଛଡେଇ ନେଇ ପାରିବେ ନାହିଁ ଏବଂ କେଶ ଚାଲିଲେ ମଧ୍ୟ ଯେହେତୁ ସ୍ୱାମୀ ର ଏହି ଘରେ ଅଧିକାର ଅଛି ସେହି ଭଳି ଭାବରେ ସ୍ତ୍ରୀ ର ମଧ୍ୟ ସମାନ ଅଧିକାର ରହିଛି। ତେଣୁ ତପସ୍ୱିନୀ ଙ୍କୁ ତାର ଅଧିକାର ଦେଇକି ହିଁ ରହିବୁ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *