ପୋଲିସ ସ୍କାନରରେ ଶିବର ସହଯୋଗୀ !

ନମସ୍କାର ବନ୍ଧୁଗଣ ତେବେ କଟକ ଜିଲ୍ଲା ମାହାଙ୍ଗା ର କୁସୁପୁର ଗଣହତୟଆ ମାମଲା । ସରିଲା ଅଭିଯୁକ୍ତ ଶିବ ସାହୁର ରିମାଣ୍ଡ ଅବଧି । ଆଜି ରିମାଣ୍ଡ ଶେଷ ପରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା  ପୋଲିସ । ଆଜି ରବିବାର ଛୁଟି ଥିବାରୁ ଜେଏମଏଫସି ଙ୍କ ବାସଭବନରେ ଅଭିଯୁକ୍ତ ଶିବ ସାହୁକୁ ହାଜର କରାଯାଇଥିଲା । ପରେ ଶିବ ସାହୁକୁ  ଶିଶୁଆ ଜେଲ କୁ ପଠାଇ ଦିଆଯାଇଛି ।

ତେବେ କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତ ଶିବ ସାହୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଅଭିଯୁକ୍ତ ଶିବ ସାହୁକୁ ୩ ଦିନର ରିମାଣ୍ଡରେ ନେଇଥିଲା ମାହାଙ୍ଗା ପୋଲିସ । ରିମାଣ୍ଡ ସମୟରେ ଅଭିଯୁକ୍ତ ଶିବଠାରୁ ଅନେକ ତଥ୍ୟ ପାଇଛି  ପୋଲିସ । ସେହିପରି  ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ପାରିବାରିକ କଳହ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତୟଆ କରିଥିଲା ଅଭିଯୁକ୍ତ ଶିବ ସାହୁ ।

ସେ ଏକା ସମସ୍ତଙ୍କୁ ହତୟଆ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । କିନ୍ତୁ ମୃତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି ।   ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ପୋଲିସ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି ।

ତେବେ ସୂଚନାଯୋଗ୍ୟ ଯେ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାରିବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ । ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତିଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ଅଲେଖଙ୍କ ଶଳାଙ୍କ ଅନୁଯାଇ, ଶିବ ତାଙ୍କ ଭଉଣୀ ରଶ୍ମୀ ରେଖାଙ୍କୁ ପ୍ରଥମେ କଟୁରିରେ ହାଣି ଥିଲା ପରେ ଅଲେଖ ଓ ପୁତୁରା ଝିଆରୀଙ୍କୁ ହାଣି ଥିଲା ।

ତେବେ ଏହି ହତୟଆ କାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଭାଇରାଲ ହେଉଥିବା ଭିଡିଓରେ ଘଟଣା ସ୍ଥଳରେ ଡେମୋ ଦେଖାଇଛି ଅଭିଯୁକ୍ତ ଶିବ ସାହୁ । କିଭଳି ଭାବରେ ସେ ଭାଇ, ଭାଉଜ ଓ ଛୁଆ ମାନଙ୍କୁ ହତୟଆ କରିଥିଲା ସେନେଇ ଏବେ ଶିବ ଡେମୋ ଦେଖାଇ ଥିଲା । ତେବେ ଏନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *