ଦେଖନ୍ତୁ Exclusive Video: ଉଦ୍ଧାର ବେଳେ ବୋଟରୁ ପାଣିକୁ ଡେଇଁଲା ମହାବଳ ବାଘ, ଆଉ ତା’ପରେ ଯାହା ହେଲା ନା…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସୁନ୍ଦରବନ ଜାତୀୟ ଉଦ୍ୟାନ ଏକ ଜାତୀୟ ଉଦ୍ୟାନ, ବ୍ୟାଘ୍ର ଅଭୟାରଣ୍ୟ ଓ ସଂରକ୍ଷିତ ଜୈବଗୋଲକ ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଗାଙ୍ଗେୟ ତ୍ରିକୋଣଭୂମିରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ବ୍ୟାପ୍ତ ସୁନ୍ଦରବନ ଜଙ୍ଗଲର ଭାରତୀୟ ଅଂଶରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି ।

ସୀମାରେଖାର ଆର ପାର୍ଶ୍ୱରେ ବଙ୍ଗଳାଦେଶର ସୁନ୍ଦରବନ ସଂରକ୍ଷିତ ଜଙ୍ଗଲ ରହିଛି । ଗାଙ୍ଗେୟ ତ୍ରିକୋଣଭୂମି ଲୁଣା ଜଙ୍ଗଲରେ ଭର୍ତ୍ତି । ବାଘଙ୍କ ପାଇଁ ସ୍ଥାପିତ ସର୍ବବୃହତ ଅଭୟାରଣ୍ୟ ହେଉଛି ସୁନ୍ଦରବନ । ତେବେ ଅନେକ ପ୍ରଜାତିର ପକ୍ଷୀ, ସରୀସୃପ, ଅମେରୁଦଣ୍ଡୀ ଜୀବ ସୁନ୍ଦରବନରେ ବସବାସ କରନ୍ତି । ଏଠାରେ ଅନେକ ବଉଳା କୁମ୍ଭୀର ମଧ୍ୟ ରହିଛନ୍ତି ।

ସୁନ୍ଦରବନକୁ ୧୯୭୩ ମସିହାରେ ଏକ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳ ଓ ୧୯୭୭ ମସିହାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ବୋଲି ଅଭିହିତ କରାଗଲା । ୧୯୮୪ ମସିହା ମଇ ୪ ତାରିଖରେ ଜାତୀୟ ଉଦ୍ୟାନ ଘୋଷିତ ହେବା ପରେ ୧୯୮୭ ମସିହାରେ ଏହାକୁ ୟୁଏନଇଏସସିଓ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଲା । ୨୦୦୧ ମସିହାରୁ ଏହାକୁ “ସଂରକ୍ଷିତ ଜୈବମଣ୍ଡଳର ବିଶ୍ୱ ନେଟୱର୍କ୍” ବୋଲି କୁହାଯାଉଛି ।

ତେବେ ଆପଣ ମାନେ ଅନେକ ଥର ଅନେକ ବାଘ ଉପରେ ଭିଡିଓ ଦେଖିଥିବେ । ତେବେ ସେ ଗୁଡିକ ଖୁବ ଆକର୍ଷକ ମଧ୍ୟ ଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବାଘର ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ବାଘକୁ ବନ ବିଭାଗ ର କର୍ମଚାରୀ ମାନେ ସୁନ୍ଦର ବନ ରେ ଛାଡିବା ପାଇଁ ନେଉଥିଲେ ତାହା ପୁଣି ବୋଟ ରେ ତେବେ ହଠାତ ସେହି ବୋଟ ରୁ ବାଘର ଗର୍ଜନ ଶୁଣିବାକୁ ମିଳିଲା ତେବେ କିଛି ସମୟ ପରେ ବାଘ ଟି ସିଧା ନଈ କୁ ଡେଇଁ ପଡିଲା ଏବଂ ପହଁରି ପହଁରି ଆର ପାରି ଜଂଗଲ ଭିତରକୁ ଚାଲିଗଲା ।

ତେବେ ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ତେବେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବାଘର ଏହି ସାହାସିକତା ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *