“ଦିନେଶ ତୁ ସେଦିନ ନିଶ୍ଚୟ କାନ୍ଦିବୁ, ଆଉ ମୁଁ ହସିବି…ତୋ ଆଖିରୁ ଲୁହ ପୋଛିବାକୁ କେହି ବି ନଥିବେ” : Deepika

ବନ୍ଧୁଗଣ, ବହୁ ଚର୍ଚ୍ଚିତ ଦିନେଶ ଏବଂ ଦୀପିକା ଙ୍କ କଥା ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ୩ ମାସ ପାଖାପାଖି ହେଲାଣି ଦୀପିକା ଦିନେଶ ଙ୍କ ଘର ବାରଣ୍ଡା ରେ ଧାରଣା ଦେଇଛନ୍ତି । ମାତ୍ର ଭଲପାଇ ସମ୍ପର୍କ ରଖି ଗର୍ଭବତୀ କରିଥିବା ଦୀପିକାଙ୍କ ଲୁହ ପୋଛିବାକୁ ତାଙ୍କ ସ୍ଵାମୀ ତଥା ପ୍ରେମିକ ଦିନେଶ ଥରୁଟିଏ ମଧ୍ୟ ଆସି ନାହାଁନ୍ତି । ମହିଳା କମିଶନର ଙ୍କ ପାଖରେ ଡେଟ ଉପରେ ଡେଟ ଗଡିବାରେ ଲାଗିଛି ଏବଂ ଦୀପିକା ଙ୍କ ଆଶା ବଢିବାରେ ଲାଗିଛି ଯେ ଦିନେଶ ଦିନେ ନା ଦିନେ ତାଙ୍କ ନିକଟକୁ ଆସିବେ ।

ମାତ୍ର ଉଭୟଙ୍କ କଥା ଚିନ୍ତା କରିଲେ ସତେ ଯେମିତି ମନେ ହେଉଛି ଯେ ଦୀପିକା କହୁଛନ୍ତି ଯେ ଦିନେଶ ଦିନ ଆସିବ ସେଦିନ ତୁମେ କାନ୍ଦିବୁ ଆଉ ମୁଁ ହସିବି । ୩ ମାସ ହେବ ଦୀପିକା ବହୁତ କଷ୍ଟ ପାଇଲେଣି । ମାତ୍ର ଯେଉଁ ମଣିଷ ଭଲ ପାଇ ନାନା ପ୍ରକାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ସମ୍ପର୍କ ରଖି ଗର୍ଭବତୀ କରିଲା ବର୍ତ୍ତମାନ ସେ ଧରାଛୁଆଁ ଦେଉନାହିଁ । ତେବେ ଭଲ ପାଇବା ଆଜିଭଳି ଦିନରେ ଖେଳଘର ହୋଇ ସାରିଲାଣି ।

ଯିଏ ଯାହାକୁ ପାଇଲା ଭଲ ପାଇ ଅନେକ ପ୍ରତିଶ୍ରୁତି ତଥା ଆଶା ଦେଇ ନିରାଶା କରିବାରେ ବ୍ୟସ୍ତ ଅଛନ୍ତି । ଏ ସବୁ ନେଇ ଦୀପିକା କହିଛନ୍ତି ଯେ ତାଙ୍କ ପୁଅ କିନ୍ତୁ ଦିନେଶ ଙ୍କ ଭଳି ହେବ ନାହିଁ । ସେ ତାଙ୍କୁ ଭଲରେ ପାଠ ପଢାଇବା ସହିତ ଉଚିତ ସଂସ୍କାର ଦେଇ ମଣିଷ କରିବେ । ଯେପରି କି ତାଙ୍କ ପୁଅ ବଡ ହେଲେ ଏଭଳି କୌଣସି ଝିଅ କୁ ଠକିବନି ।

ସେ ଏହା ମଧ୍ୟ କହିଛନ୍ତି ଯଦି ଭଲ ପାଇବା ଗୋଟିଏ ପ୍ରହସନ ଥିଲା ତେବେ ଗର୍ଭବତୀ କରିବାର ନଥିଲା । କଥା ଦେଇ କଥା ଭାଙ୍ଗିବାର ଥିଲେ ଏତେ ଆଗକୁ ବଢୁଥିଲେ କାହିଁକି ? ମାତ୍ର ବର୍ତ୍ତମାନ ଯେତେବେଳେ ଗୋଟିଏ ସ୍ତ୍ରୀ ର ସ୍ଵାମୀ ଲୋଡା, ଗୋଟିଏ ପୁଅ ର ବାପା ଲୋଡା, ଏହି ସମୟରେ ସେହି ଲୋକ ଟି ଦୂରେଇ ରହୁଛି ତଥା ଧରାଛୁଆଁ ଦେଉନାହିଁ ।

ସମାଜରେ ମାନବିକତା କଣ ନାହିଁ ? ଲୋକେ ଦୀପିକା ଙ୍କୁ ଅନେକ କଥା କହୁଛନ୍ତି ମାତ୍ର ଯିଏ ଦୋଷୀ ସେ ଆରାମ ରେ ଘର ଭିତରେ ଲୁଚି ରହିଛି । ଦେଖାଯାଉ ଦୀପିକା ଙ୍କୁ କେବେ ନ୍ୟାୟ ମିଳୁଛି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *