ପ୍ରଦୀପ ମହାରଥିଙ୍କ ବିୟୋଗ ପରେ ଏବେ କିଏ ସମ୍ଭାଳିବ ପିପିଲି ରାଜନୀତି ? ପୁଅ, ଝିଅ ନା ସ୍ତ୍ରୀ, ଆପଣଙ୍କ କିଏ ହେବା ଉଚିତ …

ଏବେ ପ୍ରଦୀପ ମହାରଥିଙ୍କ ବିୟୋଗ ପରେ ଭାଙ୍ଗି ପଡିଛି ପିପିଲି । ପ୍ରଦୀପ ଙ୍କୁ ହରାଇ ଏବେ ବି ଝୁରୁଛି ପିପିଲି । ସେ ପିପିଲି ର ଥିଲେ ଜଣେ ତୁଙ୍ଗ ନେତା । କଥାରେ ଥିଲା ଶହେ ଘୋଡାକୁ ଶହେ ହାତୀ ଏକା ଲଢିବ ମହାରଥୀ । କିନ୍ତୁ ମହାରଥିଙ୍କ ଦେହାନ୍ତ ପରେ ପ୍ରଶ୍ନ ଉଠୁଛି କି କିଏ ଧରିବ ଏବେ ପିପିଲି ର ରାଜନୀତି ମଙ୍ଗ ଏବଂ କିଏ ନେବ ଏହି ବରିଷ୍ଠ ନେତାଙ୍କ ଉତ୍ତରାଧିକାରୀ ଏ ନେଇ ଏବେ ତାଙ୍କ ଉତ୍ତରାଧିକାରୀଙ୍କୁ କିଛି ନାମ ସାମ୍ନା କୁ ଆସୁଛି । ପ୍ରଥମରେ ରହିଛି ରୁଦ୍ର ପ୍ରତାପ ।

ଯିଏ ପିପିଲି ଅଞ୍ଚଳରେ ମହାରଥୀ ଜୁନିଅର ଭାବେ ବେଶ ପରିଚିତ । ପିପିଲି ଅଞ୍ଚଳରେ ରୁଦ୍ରପ୍ରତାପ ଅନେକ ଭଲ ଭଲ କାମ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ବାପାଙ୍କ ସହ ମିଶି ବନ୍ୟା ପୀଡିତ ଅଞ୍ଚଳରେ ବୁଲି ସେ ଖାଦ୍ଯ ବଣ୍ଟନ କରିଥିଲେ ଏବଂ ବାତ୍ୟା ସମୟରେ ବୁଲି ବୁଲି ଅନେକ ସହଯୋଗ ମୂଳକ କାର୍ଯ୍ୟ ମଧ୍ୟ କରିଛନ୍ତି । ସେଥିପାଇଁ ଏବେ ରୁଦ୍ରଙ୍କ ନାମ ଆସୁଛି ।

ତା ପରେ ଆସୁଛି ତାଙ୍କ ଝିଅ ପଲ୍ଲବୀ ଙ୍କ ନାମ । ପଲ୍ଲବୀ ମଧ୍ୟ ଏଥିରେ ସାମିଲ ହୋଇ ପାରନ୍ତି । ପଲ୍ଲବୀ ମଧ୍ୟ ବିଜେଡ଼ି ର କିଛି ସଂଗଠନ ଓ ସଂସ୍ଥା ର କାର୍ଯ୍ୟରେ ମଧ୍ୟ ସହଯୋଗ କରିଥିଲେ । ଏବଂ ସାମନାକୁ ମଧ୍ୟ ଆସିଥିଲେ । ନିକଟରେ ବାପାଙ୍କର ବିୟୋଗ ପରେ ବିଜେଡ଼ି ର ମୁଖ୍ୟ ଆସି ମଧ୍ୟ ତାଙ୍କ ମୁଣ୍ଡ ଆଉଁସି ଦେଇଥିଲେ । ସେଥିରୁ ଜଣା ପଡୁଛି କି ପଲ୍ଲବୀ ମଧ୍ୟ ଏଥିରେ ଏଣ୍ଟ୍ରି କରି ପାରନ୍ତି । କିନ୍ତୁ ହୀରୋ ଅର୍ଦ୍ଧେନ୍ଦୁଙ୍କୁ ପଲ୍ଲବୀ ବିବାହ କରିଥିବାରୁ ସେ ରାଜନୀତି ରୁ ଦୂରେଇ ରହିବେ ବୋଲି ଶୁଣିବାକୁ ମିଳୁଛି ।

ଏହା ପରେ ଆସୁଛନ୍ତି ତାଙ୍କର ସ୍ତ୍ରୀ ପ୍ରତିଭା ମହାରଥୀ । ପ୍ରଦୀପ ମହାରଥିଙ୍କ ସ୍ତ୍ରୀ ପ୍ରତିଭା ମହାରଥୀ ଜଣେ ଲେକ୍ଚର ହେଲେ ମଧ୍ୟ ସେ ମଧ୍ୟ ପ୍ରଦୀପ ଙ୍କୁ ଇଲେକ୍ସନ ଜିତେଇବାରେ ବହୁତ ସାହାର୍ଯ୍ୟ କରିଛନ୍ତି । ତେଣୁ ପ୍ରତିଭା ମହାରଥୀ ରାଜନୀତିରେ ଏଣ୍ଟ୍ରି କରିବାର ମଧ୍ୟ ଶୁଣା ଯାଉଛି ।

 

ଏହା ପରେ ଚତୁର୍ଥରେ ଆସୁଛନ୍ତି ତାଙ୍କ ବୋହୁ ଜାଗୃତି ମହାରଥୀ । କିନ୍ତୁ ଜାଗୃତି ଏଥିରେ ଯୋଗ ଦେବେ ନାହିଁ । ସେ ଜଣେ ଆଡଭୋକେଟ , ଏମାନଙ୍କ ଭିତରୁ କେହି ଜଣେ ଉତ୍ତରାଧିକାରୀ ଧରିବ ପିପିଲାର ମଙ୍ଗ । ସେ ପ୍ରଦୀପ ମହାରଥିଙ୍କ ପୁଅ ହୋଇପାରନ୍ତି କିମ୍ବା ଝିଅ ହୋଇପାରନ୍ତି କିମ୍ବା ସ୍ତ୍ରୀ ପ୍ରତିଭା ମହାରଥୀ ମଧ୍ୟ ହୋଇ ପାରନ୍ତି ।

ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆପଣଙ୍କୁ କଣ ଲାଗୁଛି କିଏ ପ୍ରଦୀପ ମହାରଥିଙ୍କ କାମକୁ ଆଗକୁ ନେଇ ପାରିବେ କମେନ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *