ଆସୁଛି 2 ଟି ସାମୁଦ୍ରିକ ବାତ୍ୟା, 5 ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି, ଆଜି ଠାରୁ ଆରମ୍ଭ ହେବ ପ୍ରଭାବ

ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ କିଛି ନୂଆ ଅପଡେଟ ଆସିଛି । ଆଜି ଆରମ୍ଭ ହେଉଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ୫ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି ଓ ୬ ଟି ଜିଲାକୁ ଯେଲ୍ଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ଏହି ଲଘୁଚାପ ଏକ ସାମୁଦ୍ରିକ ବାତ୍ୟାର ରୂପ ମଧ୍ୟ ନେଇପାରେ । ଯାହାର ନାମ ଗତି ହୋଇପାରେ । ତେବେ ଆଗକୁ ଯେତେ ଏହାର ଚିତ୍ର ସ୍ପଷ୍ଟ ହେବ ଆଗକୁ ଆଗକୁ ଏହାର ଅଧିକ ପଡେଟ ଆସି ପହଞ୍ଚିବ ବୋଲି ପାଣି ପାଗ ବିଶେଷଜ୍ଞ କହିଛନ୍ତି ।

ତେବେ ପାଣିପାଗ ପକ୍ଷରୁ କଣ ରହିଛି ସୂଚନା ଓ ଆଜି କେଉଁ ଜିଲ୍ଲା ମାନଙ୍କୁ ଆଲର୍ଟ ରହିବାକୁ ପଡିବ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ବଂଗୋପ ସାଗର ରେ ଦାନା ବାନ୍ଧିଛି ଲଘୁଚାପ । ଆଜି ଏହା ଲଘୁଚାପ ରେ ପରିଣତ ହେବା ସହ ୧୦ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ପାଣି ପାଗ ବିଭାଗର ନିର୍ଦ୍ଦେଶକ ଏଚଆର ବିଶ୍ଵାସ କହିଛନ୍ତି ଯେ ଆସନ୍ତା ୧୧ ତାରିଖ ବେଳକୁ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୫ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରା ଯାଇଛି । ତେବେ ସେହି ୫ ଟି ଜିଲ୍ଲା ହେଉଛି ମାଲ୍କାନାଗିରି, କୋରାପୁଟ, ଗଜପତି, ରାୟଗଡା ଓ ଗଞ୍ଜାମ ।

ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ବ୍ଯତୀତ ଆଉ ୬ ଟି ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ମଧ୍ୟ ଜାରି କରା ଯାଇଛି । ସେହି ୬ ଟି ଜିଲା ହେଉଛି ପୁରୀ, କନ୍ଧମାଳ , ଖୋର୍ଦ୍ଧା, ଜଗତସିଙ୍ଘପୁର, କଳାହାଣ୍ଡି ଓ ନବରଂଗ ପୁର । ଏସବୁ ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି ।

ଲଘୁଚାପ ଅବପାତରେ ପରିଣତ ହେବା ପରେ ସମୁଦ୍ର କୂଳରେ ୪୪ ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀ ଙ୍କୁ ମଧ୍ୟ ବାରଣ କରା ଯାଇଛି । ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ଙ୍କୁ ୧୦ ତାରିଖ ମଧ୍ୟରେ ଫେରି ଆସିବାକୁ ମଧ୍ୟ ପରାମର୍ଶ ଦିଆ ଯାଇଛି । ଆସନ୍ତା ୧୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି ।

ତେବେ ଗୋଟିଏ ପରେ ଗୋଟିଏ ଦୁଇଟି ଲଘୁଚାପ ଆସୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କିନ୍ତୁ ଏହା ଯେତେ ନିକଟତତର ହେବ ତାହା ସେତେ ସ୍ପଷ୍ଟ ହେବ ଓ ଆପଣ ମାନେ ଏହାର ନୂଆ ଅପଡେଟ ପାଇ ପାରିବେ । ଏହାର ଅଧିକ ଅପଡେଟ ପାଇବା ପାଇଁ ଆପଣ ମାନେ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *