‘ଆମ ଓଡିଆ ଇଣ୍ଡଷ୍ଟ୍ରୀର ହିରୋ ମାନେ ତ 9-10 ମାସର ଗର୍ଭବତୀ ମାଇକିନା, ସେମାନଙ୍କ ପାଇଁ ଆଜି …’ ଓଡିଆ ଫିଲ୍ମ ନ ଚାଲିବାର କାରଣ କହିଲେ Shreekumar Jena

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜିର ସମୟରେ ଓଡିଆ ଫିଲ୍ମ କୁ ଥିଏଟର ମିଳୁନାହିଁ । ଏମିତି କିଛି ଅଭିଯୋଗ କରିଛନ୍ତି ପ୍ରଡ୍ୟୁସର ମାନେ । ଏହା ପୂର୍ବରୁ ଯେତେ ଫିଲ୍ମ ଆସୁଥିଲା ସବୁ ଫିଲ୍ମ ପ୍ରଥମେ ଥିଏଟରରେ ରିଲିଜ ହେଉଥିଲା ଏବଂ ଭଲ ମାଇଲେଜ ମଧ୍ୟ ନେଉଥିଲା । ଏହି ବାବଦରେ ପ୍ରଡ୍ୟୁସର ଶ୍ରୀ କୁମାର ଜେନା କହିଛନ୍ତି ଯେ, ୧୯୮୦ ମସିହାରେ ଆମ୍ଭେ ଚଳଚିତ୍ର ଦେଖି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲୁ ବହୁତ ବଡ ବଡ ଷ୍ଟାର ମାନଙ୍କୁ ସ୍ଵପ୍ନରେ ଦେଖିଥିଲୁ ଆମ୍ଭେ ।

ସିଦ୍ଧାନ୍ତ ମହାପାତ୍ର ହୁଅନ୍ତୁ ଅଥବା ଶ୍ରୀରାମ ପଣ୍ଡା ହୁଅନ୍ତୁ ରାଈମୋହନ ପରିଡା ହୁଅନ୍ତୁ ଅଥବା ମୀନକେତନ ତଥା ହରପଟ୍ଟନାୟକ ହୁଅନ୍ତୁ, ତେବେ ସେମାନେ ତ ନାହାଁନ୍ତି ଅଧା ଜୀବନ ହାରିସାରିଲେଣି । ଆଉ କିଛି ଅଛନ୍ତି ଥାଇ କି ନଥିଲା ଭଳି । ସେମାନେ ଘରେ ବସି ଯାଇଛନ୍ତି । ମାତ୍ର ଥିଏଟର ରେ ଓଡିଶା ସିନେମା ଚାଲୁନଥିବା ପଛର ମୁଖ୍ୟ କାରଣ ହେଉଛି, କପି ।

ସାରା ବିଶ୍ଵରେ ଯେତେ ଦର୍ଶକ ଅଛନ୍ତି ସବୁଠାରୁ ଚାଲାକ ଦର୍ଶକ ହେଉଛନ୍ତି ଆମ୍ଭ ଓଡିଆ ଦର୍ଶକ । ପ୍ରତିଦିନ ମୋବାଇଲ ଦେଖି ସେମାନେ ଜାଣି ପାରୁଛନ୍ତି ଯେ କେଉଁ ସିନେମା କ’ଣ ହେଉଛି ? ସେମାନେ ଟଲିଉଡ ଦେଖୁଛନ୍ତି, ବଲିଉଡ ଦେଖୁଛନ୍ତି, ହଲିଉଡ ମଧ୍ୟ ଦେଖୁଛନ୍ତି ।

ଗୋଟିଏ ହଲ ରେ ୫ କୋଟି ଟଙ୍କାର ସିନେମା ପଡିଛି ଏବଂ ସେଠି ୩୦ ଲକ୍ଷ ଟଙ୍କାର ସିନେମା ଯେତେବେଳେ ପଡୁଛି ସେତେବେଳେ ଦର୍ଶକ ମାନେ କମ୍ପେୟାର କରୁଛନ୍ତି । ଏହାପରେ ସେମାନେ ଜାଣିପାରୁଛନ୍ତି ଯେ ଓଡିଆ ସିନେମା କ’ଣ ? ତଥା ବାହାର ସିନେମା କ’ଣ ? ଏଣୁ ସେମାନେ ଅଗ୍ରାଧିକାର ଦେଉଛନ୍ତି ବାହାର ସିନେମା କୁ । ଏଥିରେ ଆମର କିଛି ଦୋଷ ନୁହେଁ ।

ଆଗରୁ କପି ହେଉଥିଲା ଏବେ ମଧ୍ୟ କପି ହେଉଛି କିନ୍ତୁ କପି ରେ ଓଡିଆ ଘରର ଯେଉଁ ବାସ୍ନା ଯେଉଁ ଛୁଙ୍କ ଥିଲା ଏବେ ତାହା ନାହିଁ । ମାତ୍ର ଏବେ ଖାଲି ଲଭ ଲଭ, ଧୋକା ଧୋକା । ମାତ୍ର ଏହା ହେଉଛି ଆମ୍ଭ ପ୍ରଡ୍ୟୁସର ମାନଙ୍କ ଦୋଷ । ଜଣେ ହିରୋ କୁ ଯେତେବେଳେ ଆପଣ ବ୍ରେକ ଦେଉଛନ୍ତି ତାହା ବିଷୟରେ ପ୍ରଥମେ ଭଲ ଭାବରେ ଜାଣନ୍ତୁ । ତାହା ପାଖରେ ଟ୍ୟାଲେନ୍ଟ ଅଛି କି ନା ?

ମାତ୍ର ଆମ୍ଭ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ବହୁତ ହିରୋ ଅଛନ୍ତି ଯେଉଁମାନେ ୯ ମାସ ୧୦ ମାସ ଡେଲିଭରୀ ହେଲା ଭଳି ଚାଲୁଛନ୍ତି । କାହା ଗୋଡ ଡାହାଣକୁ ତ କାହା ଗୋଡ ବାମ କୁ । ତାଙ୍କୁ ଯଦି ଆପଣ ହିରୋ ନେବେ ତେବେ ସିନେମା କ’ଣ ଚାଲିବ ? ଆପଣ ପ୍ରଥମ ଗୋଟିଏ ହିରୋ କୁ ନେବା ପୂର୍ବ ରୁ ପ୍ରଥମେ ତାକୁ ପରଖଙ୍କୁ ତାହା ପାଖରେ କଣ ଟ୍ୟାଲେଣ୍ଟ ଅଛି । ତେବେ ଏହିଭଳି ନିଜର ମନ୍ତବ୍ୟ ଦେଇଛନ୍ତି ସିନେ ପ୍ରଡ୍ୟୁସର ଶ୍ରୀ କୁମାର ଜେନା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *