କିଏ ଏହି Pakistan ର ନୂଆ PM ? ଯିଏ PM Modi ଙ୍କ ପାଇଁ ଦେଇଥିଲେ ଏମିତି ବୟାନ…

ନମସ୍କାର ବନ୍ଧୁଗଣ ତେବେ ସରିଆସୁଛି କି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇନିଂସ । ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପରେ ପାକ ସେନା ଇମ୍ରାନଙ୍କ ହାତ ଛାଡିଥିବା ନେଇ ପାକିସ୍ତାନ ଗଣମାଧ୍ୟରେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଏହା ଭିତରେ ବିରୋଧୀଦଳମାନେ ଏକଜୁଟ ହୋଇ କଳେବଳେ କୌଶଳେ ଇମ୍ରାନଙ୍କୁ ଗାଦୀଚ୍ୟୁତ କରିବାକୁ ଆପ୍ରଣ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।

ଏପରିକି ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ ନୱାଜ ବା ପିଏମଏଲଏନ ଇମ୍ରାନଙ୍କ ବିକଳ୍ପ ଭାବେ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା କରିଛି । ସରିଫଙ୍କ ଝିଅ ତଥା ପିଏମଏଲ-ଏନର ଉପାଧ୍ୟକ୍ଷ ମରିୟନ ନୱାଜ ଦଳ ଦଳ ପକ୍ଷରୁ ଶେହେବାଜ ସରିଫଙ୍କ ନାଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି । ଶେହେବାଜ ହେଉଛନ୍ତି ନୱାଜ ସରିଫଙ୍କ ଭାଇ ।

ଯିଏକି କିଛି ବର୍ଷ ପୂବରୁ ମନି ଲଡ୍ରିଂ ମାମଲାରେ ଗିରଫ ହେବା ପରେ ନିକଟରେ ମୁକୁଳିଛନ୍ତି । ତେବେ ମରିୟନ ଶେହେବାଜଙ୍କ ନାଁ ଘୋଷଣା କରିବା ସହ ସମସ୍ତ ବିରୋଧୀଦଳ ସର୍ବ ସହମତି ଲୋଡିଛନ୍ତି । ତେବେ ସବୁବେଳେ ପାକିସ୍ତାନ ସରକାର ଉପରେ ପାକ ସେନା ଦବଦବା ରହିଥାଏ । ଏପରିକି ପାକ ସେନାର ପ୍ରଚେଷ୍ଟା ବଳରେ ମଧ୍ୟ ଇମ୍ରାନ ଖାନ ସରକାରକୁ ଆସିଥିଲେ ।

କିନ୍ତୁ ପାକ ସେନା ଇମ୍ରାନଙ୍କ ହାତ ଛାଡିବା ସରକାର ଉପରେ ସଙ୍କଟ ଆଣିଛି । ତେବେ ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଁଚିଯାଇଛି । ବିରୋଧୀଦଳମାନେ ଏକଜୁଟ ହୋଇ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବୁଧବାର ସଂସଦରେ ଆନୁଷ୍ଠାନିକ ଭାବେ ଆଗତ କରିବେ । ନ୍ୟାସନାଲ ଆସେମ୍ବଲି ବାଚସ୍ପ୍ତି ଯଦି ଏହି ପ୍ରସ୍ତାବକୁ ସ୍ୱିକାର କରିବେ ତେବେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମାର୍ଚ୍ଚ ୨୮ରେ ଭୋଟ ଗ୍ରହଣ ହେବ ।

ତେବେ ବାଚସ୍ପତିଙ୍କ ନିଷ୍ପତି ପୂର୍ବରୁ ସେପଟେ ରାଜନୈତିକ ସଙ୍କଟଦିନକୁ ଦିନ ଗମ୍ଭୀର ହେଉଥିବା ଦେଖି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ବାଜୱା ଓ ଆଇଏସଆଇ ମୁଖ୍ୟ ନଦୀମ ଅଂଜୁମ ଇମ୍ରାନଙ୍କ ଉପରେ ଇସ୍ତଫା ପାଇଁ ଚାପ ପକାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇମ୍ରାନ ଖାନଙ୍କୁ ଦଳ ଭିତରୁ ବିରୋଧ ହେଉଥିବା ଆଭାସ ମିଳୁଛି ।

ଦଳରେ ଥିବା କିଛି ନେତା ଅନାସ୍ଥା ପ୍ରସ୍ତାବ ବେଳେ ଇମ୍ରାନ ସରକାରଙ୍କ ବିରୋଧରେ ଭୋଟ ଦେବା ସମ୍ଭାବନା ରହିଛି । ଯାହା ଇମ୍ରାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିପାରେ । ଏହା ଭିତରେ ପାକିସ୍ତାନ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଛି ଇମ୍ରାନଙ୍କ ଦଳ ତେହେରିକ ଏ ଇନସାଫ । ଦଳ ଭିତରୁ ଯଦି କିଏ ଅନାସ୍ଥା ପ୍ରସ୍ତାବ ଭିତରେ ଇମ୍ରାନଙ୍କୁ ବିରୋଧ କରେ ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ କି ଆଇନରେ ରହିଛି ସେ ନେଇ ଏହି ପିଟିସନ ଦାଖଲ କରିଛି ଦଳ ।

ସେପଟେ ଯଦି କାର୍ଯ୍ୟକାଳ ପୂର୍ବରୁ ଇମ୍ରାନଙ୍କ ସରକାର ଭାଙ୍ଗେ ତେବେ ପାକ ରାଜନୀତି ଇତିହାସରେ ପୁନରାବୃତି ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଶେହବାଜ ଶରିଫ ଙ୍କୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ତେବେ ଶେହବାଜ ହେଉଛନ୍ତି ନୱାଜ ସରିଫ ଙ୍କ ଭାଇ । ତେବେ ଶେହବାଜ ଙ୍କ ନାଁ ରେ ଦୁର୍ନୀତି ର କେଶ ମଧ୍ୟ ଚାଲିଥିଲା ଏବଂ ସେ ଜେଲ ଯାଇ ମଧ୍ୟ ଆସିଛନ୍ତି ।

ତେବେ ସେ ଭାରତ ଓ ନରେନ୍ଦ୍ର ମୋଦି ଙ୍କ ଉପରେ ସବୁବେଳେ ନିଜର ରାଗ ଏବଂ ନିନ୍ଦା ହିଁ କରି ଆସିଛନ୍ତି ତେବେ ସେ କହିଛନ୍ତି କି ମୋଦି ଶାସନ ରେ କାଶ୍ମୀର ଉପରେ କେବଳ ଅତ୍ୟାଚାର ହିଁ ହେଉଛି । ଏବଂ ଯେତେବେଳେ ଜି ୨୦ ଦେଶର ବୈଠକରେ ଯାଆନ୍ତି ସେତେବେଳେ ମୋ ଦେହରେ ନିଆଁ ଲାଗିଯାଏ ଆଉ ଆମେ କେବଳ ଦେଖି କରି ରହୁ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *