ଜିଅଁନ୍ତା ଜଳିଗଲେ ନବଦମ୍ପତ୍ତି, ହାତ ଗଣ୍ଠି ପଡିବାର ମାସେ ନ ପୁରୁଣୁ ଶତୃର ର ନିଆଁରେ ଜଳିଗଲା ସୁନା ସଂସାର…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ, ପଞ୍ଚିମବଙ୍ଗର ବୀରଭୂମର ହିଂସାକାଣ୍ଡରେ ଶିକାର ହୋଇ ଏକ ନବବିହିତ ଦମ୍ପତ୍ତି ଜୀବନ୍ତ ଦଗ୍ଦ ହୋଇଛନ୍ତି ।

ଯେଉଁ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ଏହି ନବବିବାହିତ ସ୍ୱାମୀ-ସ୍ତ୍ରୀ ହେଉଛନ୍ତି  ଲିଲି ଖାତୁନ ଏବଂ କ୍ୱାଜି ସାଜିଦୁର । ଉଭୟେ ଜାନୁଆରୀ ମାସରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବୀରଭୂମ ଜିଲ୍ଲାର ବାଗଟୁଇ ଗାଁର ଶ୍ୱଶୁର ଘରକୁ ଉଭୟେ ସ୍ୱାମୀ ସ୍ତ୍ରୀ ଆସିଥିଲେ ।ହଠାତ ମଧ୍ୟ ରାତ୍ରିରେ ସାଜିଦୁର ଓ ତାଙ୍କ ପତ୍ନୀ ରହୁଥିବା ଘର ବାହାରେ କେହି ଜଣେ ତାଲା ପକାଇ ଦେଇଥିଲେ ।

ଆଉ ତା ପରେ ସେହି ଘରେ ନିଆଁ ଲଗାଇ ଦେଇଥିଲେ । ଘର ଭିତରେ ଅସହାୟ ହୋଇ ସାଜିଦୁର ତାଙ୍କ ସାଙ୍ଗ ମାଜିମଙ୍କୁ ଫୋନ କରିଥିଲେ । ଆଉ ପୋଲିସଙ୍କୁ ଫୋନ କରିବା ପାଇଁ ସାଜିଦୁର ମାଜିମଙ୍କୁ ନିବେଦନ କରିଥିଲେ । ମାଜିମ ସଙ୍ଗେ ସଙ୍ଗେ ସାଜିଦୁରଙ୍କ ବାପାଙ୍କୁ ଫୋନ କରିଥିଲେ । କିନ୍ତୁ ସାଜିଦୁରଙ୍କ ବାପା ତାଙ୍କ ସହ ଯୋଗାଯୋଗ କରିବା ପୂର୍ବରୁ ବିଫଳ ହୋଇଯାଇଥିଲା ।

ଆଉ ଏହି ସମୟରେ ଘର ଭିତରେ ଜିଅନ୍ତା ଛଟପଟ ହୋଇ ଜଳି ଯାଇଥିଲେ ସ୍ଵାମୀ ସ୍ତ୍ରୀ । ଆଉ ଏହାର ପରଦିନ ସକାଳୁ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମୃତ ଦେହ ଜଳି ଯାଇଥିବା ଘର ଭିତରୁ ଉଦ୍ଧାର କରଯାଇଥିଲା । ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି । ସାରା ଭାରତରେ ଏହି ଘଟଣାଟି ଏବେ ଚର୍ଚ୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *