ଛେଳି କୁ କମଜୋର୍ ଭାବିଥିଲା, ଗୋଟିଏ ମୁଣ୍ଡିଆରେ ଦିନରେ ଜହ୍ନ ଦେଖେଇ ଦେଲା, ପଶୁ ମାନଙ୍କ ଏହି Funny ଭିଡିଓ ଦେଖିଲେ ହସି ହସି ଗଡିଯିବେ ଆପଣ…

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋସିଆଲ ମିଡିଆର ବ୍ୟବହାର ସମସ୍ତେ କରୁଛନ୍ତି । ସୋସିଆଲ ମିଡିଆରେ ପଶୁ ମାନଙ୍କର ଅନେକ ଫନି ଭିଡିଓ ଭାଇରାଲ ହେବାରେ ଲାଗିଛି । ପଶୁ ମାନଙ୍କର ଏହି ସବୁ ଫନି ଭିଡିଓ ଗୁଡିକୁ ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଆଜି ଆମେ ଆପଣ ମାନଙ୍କ ପାଇଁ ପଶୁ ମାନଙ୍କର କିଛି ଫନି ଭିଡିଓ ନେଇ ଆସିଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଏକ କୁକୁର ଓ ବିଲେଇର ଝଗଡା ଦେଖିବାକୁ ମିଳୁଛି । ଏହି ଭିଡିଓରେ ଗୋଟେ ବିଲେଇ ଅନେକ ସମୟ ଧରି ଏକ କୁକୁର ହଇରାଣ କରୁଥିଲା । କୁକୁରଟି ଚେନରେ ବନ୍ଧା ହୋଇଥିବା କାରଣରୁ କିଛି କରିପାରୁ ନଥିଲା । ହେଲେ ବିଲେଇ ସୀମାପାର କରିବା ପରେ କୁକୁରଟି ତାକୁ ପଛୁଆ ଏକ ଗୋଇଠା ମାରିଲା ଯାହାଫଳରେ ବିଲେଇ ଛିଟକି ପଡିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଗୋଟେ କୁକୁର ନିଜ ବଳ ଉପରେ ଗର୍ବ କରି ଗୋଟେ ମାଙ୍କଡ ଦଳ ଉପରେ ଭୋକି ଭୋକି ଆକ୍ରମଣ କରିଦେଲା । ହେଲେ ତାହା ପରେ ଯାହା ହେଲେ କୁକୁର ନିଜ ୭ ଜନ୍ମ ପର୍ଯ୍ୟନ୍ତ ଭୁଲି ପାରିବ ନାହିଁ । ବନ୍ଧୁଗଣ ମାଙ୍କଡ ଦଳ କୁକୁରକୁ ପାନେ ଶିଖାଇ ଦେଲେ ଯାହାଫଳରେ କୁକୁର ସେହି ଜାଗାରେ ନିଜ ଜୀବନ ବଞ୍ଚାଇ ଚମ୍ପଟ ମାରିଲା ।

https://www.youtube.com/watch?v=rJr4E25GNPQ

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଏକ ଆଘାତ ପ୍ରାପ୍ତ ମୂଷା ଉପରେ ଏକ କାଉ ସହଜ ଶିକାର ଭାବି ଆକ୍ରମଣ କରୁଛି । ଯେତେବେଳେ କାଉ ମୂଷାର ଲାଙ୍ଗୁଡକୁ କାମୁଡି ନେବା ପାଇଁ ଚେଷ୍ଟା କରିଲା ସେତେବେଳେ ମୂଷା କାଉ ଉପରେ ଆକ୍ରମଣ କରିଦେଲା । ଏମିତି ଅନେକ ଥର କାଉ ତାର ଲାଞ୍ଜକୁ କାମୁଡିଛି ହେଲେ ମୂଷା ସାହସିକତା ଦେଖାଇ ନିଜ ଜୀବନ ବଞ୍ଚାଇଛି ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଗୋଟିଏ କୁକୁର ବିନା କୌଣସି କାରଣରେ ଏକ ଛେଳିକୁ ହଇରାଣ କରିବାରେ ଲାଗିଛି । ପ୍ରଥମେ ଛେଳି କୁକୁରକୁ ଅଣଦେଖା କରିଲା ଓ କୁକୁରକୁ ଚାଲିଯିବା ପାଇଁ ଚେତାବନୀ ମଧ୍ୟ ଦେଲା । କିନ୍ତୁ ଜିଦିଆ ଜୀବ ଏତେ ସହଜରେ ମାନି ନଥାନ୍ତି । ବାରମ୍ବାର ଛେଳିକୁ ହଇରାଣ କରିବା ପରେ ଛେଳି କୁକୁରକୁ ଏମିତି ଶୁଣ୍ଢରେ ମାରିଲା ଯାହା ପରଠାରୁ କୁକୁର ସେ ଜାଗା ଛାଡି ଚମ୍ପଟ ମାରିଲା ।

୫. ବନ୍ଧୁଗଣ ଆମ ଶେଷ ଭିଡିଓରେ ଗୋଟେ ଶଣ୍ଢ ନିଜକୁ ବଳବାନ ଭାବି ଏକ ଛେଳି ଉପରେ ଆକ୍ରମଣ କରୁଛି । ହେଲେ ଛେଳି ଆଦୌ ହାର ମାନି ନାହିଁ । ଛେଳିଟି ବାରମ୍ବାର ପଛକୁ ଆସି ନିଜ ଶାକ୍ତ ଶୁଣ୍ଢ ଦ୍ଵାରା ଶଣ୍ଢକୁ ମାରୁଛି । ବହୁତ ଥର ଛେଳିଟି ମାରିବା ପରେ ଶଣ୍ଢ ସେହି ଜାଗା ଛାଡି ଚାଲି ଯାଉଛି ।

Leave a Reply

Your email address will not be published. Required fields are marked *