କାହାର କେତେ ଦମ୍ ? କିଏ ଅଧିକ ଶକ୍ତିଶାଳୀ ? ବ୍ରିକ୍ସ ନା ନାଟୋ ? ଦେଖନ୍ତୁ କାହା ପଛରେ ଅଛି କେତେ ଶକ୍ତି…

ବନ୍ଧୁଗଣ ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଲଗାତାର ଋଷ ୟୁକ୍ରେନର ଅନେକ ସ୍ଥାନକୁ ନଷ୍ଟ କରିଚାଲିଛି ହେଲେ କେହି ବି ୟୁକ୍ରେନକୁ ରକ୍ଷା କରୁ ନାହାନ୍ତି । ଆପଣ ମାନେ ଅନେକ ଥର ନ୍ୟୁଜରେ ନାଟୋ ବିଷୟରେ ଶୁଣିଥିବେ ନାଟୋରେ 30ଟି ଦେଶ ଅଛନ୍ତି ଆଉ ଏହି ସବୁ ଦେଶ ବାରମ୍ବାର ଋଷକୁ ଧମକ ଦେଉଛନ୍ତି ହେଲେ କିଛି କରି ପାରୁ ନାହାନ୍ତି ।

କାହିଁକି ନା ଋଷ ମଧ୍ୟ ଏକ ସଂଗଠନରେ ସାମିଲ ଅଛି ଯାହାର ନାମ ବ୍ରିକ୍ସ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସଂଗଠନରେ ମାତ୍ର 5ଟି ଦେଶ ସାମିଲ ଅଛି । ତେବେ ନାଟୋ ଆଉ ବ୍ରିକ୍ସ ମଧ୍ୟରେ ଅଧିକ ଶକ୍ତିଶାଳୀ କିଏ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ନାଟୋରେ ଆମେରିକା, ୟୁକେ, ଜର୍ମାନୀ, ଫ୍ରାନ୍ସ ଓ କାନାଡା ଭଳି ବଡ ବଡ ଦେଶ ସାମିଲ ଅଛନ୍ତି ।

ଏହି ସଂଗଠନରେ ସମୁଦାୟ 30ଟି ୟୂରୋପିଆନ ଦେଶ ସାମିଲ ଅଛନ୍ତି । ଏହି ସଂଗଠନକୁ ତୃତୀୟ ବିଶ୍ଵ ଯୁଦ୍ଧ ପରେ 1949 ମସିହାରେ ସ୍ଥାପନ କରାଯାଇଥିଲା । ନାଟୋକୁ ବନେଇବାର ମୂଳ ଲକ୍ଷ ହେଉଛି ଭବିଷ୍ୟତରେ ବଡ ଯୁଦ୍ଧକୁ ରୋକିବା ପାଇଁ । ଯଦି କୌଣସି ଦେଶ ନାଟୋର କୌଣସି ଦେଶ ଉପରେ ଆକ୍ରମଣ କରେ ତା ହେଲେ ସେ ନାଟୋର ଶତ୍ରୁ ପାଲଟି ଯାଏ ଏହା ପରେ ନାଟୋର 30ଟି ଦେଶ ମିଶି ସେହି ଶତ୍ରୁ ଦେଶକୁ ଛାରଖାର କରିଦିଅନ୍ତି ।

ସେହି ପରି ବ୍ରିକ୍ସର ଫୁଲଫର୍ମ ପ୍ରତ୍ୟକ ଦେଶର ପ୍ରଥମ ଲେଟର ଅଟେ । ଏହି ସଂଗଠନରେ ବ୍ରାଜିଲ, ଋଷିଆ, ଇଣ୍ଡିଆ, ଚାଇନା ଓ ସାଉଥ ଆଫ୍ରିକା ଅଛନ୍ତି । ଏହି ପାଞ୍ଚଟି ଦେଶର ସ୍ଥାପନରେ ବ୍ରିକ୍ସର ସ୍ଥାପନ ହେଲା ଏହି ସଂଗଠନ 2006ରେ ଆରମ୍ଭ ହେଲା ଓ 2010ରେ ଏହା କମ୍ପ୍ଲିଟ ହେଲା । ବ୍ରିକ୍ସର ହେଡ କ୍ଵାଟର ଚାଇନାର ସାଙ୍ଘାଇ ସହରରେ ଅବସ୍ଥିତ ।ଏହି ସଂଗଠନର ମୂଳଲକ୍ଷ ହେଉଛି ଏହି ଦେଶ ଗୁଡିକ ପରସ୍ପର ସହ ମିଳିମିଶି ନିଜ ଦେଶର ବିକାଶ କରିବେ ।

ବ୍ରିକ୍ସ ଇକୋନୋମି, ପଲିଟିକାଲ ଓ ରେଜିନାଲ କୁପରେଟିଭ ଅର୍ଗାନାଇଜେସନ ଅଟେ । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବ୍ରିକ୍ସର ଏହି ପାଞ୍ଚଟି ଦେଶ ନାଟୋର 30ଟି ଦେଶ ଠାରୁ ଶକ୍ତି ସାମର୍ଥ୍ୟରେ କମ ନୁହନ୍ତି । ଏହି ପାଞ୍ଚଟି ଦେଶ ଚାହିଁଲେ ନାଟୋର 30 ଦେଶର ଅବସ୍ଥା ଖରାପ କରିଦେବେ । ବନ୍ଧୁଗଣ ଏରିଆ ତୁଳନାରେ ଦେଖିଲେ ନାଟୋର 30ଟି ଦେଶ ମିଶିଲେ ସାରା ଦୁନିଆର କ୍ଷେତ୍ର ଫଳରୁ 16.3 ପ୍ରତିଶତ ଏରିଆ କଭର କରନ୍ତି ।

ବ୍ରିକ୍ସ ସଂଗଠନ ର ପାଞ୍ଚଟି ବଡ ଦେଶ ଦୁନିଆର କ୍ଷେତ୍ର ଫଳର 27 ପ୍ରତିଶତ ଏରିଆ କଭର କରନ୍ତି । ଏରିଆ ତୁଳନାରେ ବି ବ୍ରିକ୍ସ ଉପରେ ଅଛି । ନାଟୋର ଜନସଂଖ୍ୟା ସାରା ବିଶ୍ଵର ଜନସଂଖ୍ୟାରୁ 13 ପ୍ରତିଶତ ଅଟନ୍ତି ଆଉ ବ୍ରିକ୍ସର ଜନସଂଖ୍ୟା ସାରା ବିଶ୍ଵର ଜନସଂଖ୍ୟାରୁ 43 ପ୍ରତିଶତ ଅଟନ୍ତି । ବନ୍ଧୁଗଣ ଠିକ ଏହି ଭଳି ସେନା କ୍ଷେତ୍ରରେ ମଧ୍ୟ ବ୍ରିକ୍ସ ନାଟୋ ଠାରୁ ଅଧିକ ଶକ୍ତିଶାଳୀ ଅଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *