ପତ୍ନୀ Trupti ଙ୍କୁ ଫୋନ କରି ଏକ ଘଣ୍ଟାକାଳ ବୁଝାଇଲେ ବାବୁସାନ, କ୍ଷମା ମାଗି କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ତାଙ୍କ ସ୍ତ୍ରୀ ତୃପ୍ତିଙ୍କୁ ଫୋନ କରି କ୍ଷମା ମାଗିଥିଲେ । ବାବୁସାନ ଯେଉଁଭଳି ଭୁଲ କରିଥିଲେ ଓ ନିଜ ସ୍ତ୍ରୀ କୁ ଛାଡ଼ି ଅବାଟ କୁ ଚାଲି ଯାଇଥିଲେ, ସେ ସବୁ କଥା କହି ଏବେ କ୍ଷମା ମାଗିଛନ୍ତି । ତେବେ ଘଟଣା ଏବେ ଏହିଭଳି ସାମନାକୁ ଆସିଛି । ଯେତେବେଳେ ବାବୁସାନ ଭୁବନେଶ୍ଵରରେ ଆସି ପହଞ୍ଚିଥିଲେ ସଙ୍ଗେ ସଙ୍ଗେ ଘରକୁ ଯାଇଥିଲେ । ଘରକୁ ଯାଇ ମା’ କୋଲେଇବା ସହିତ ବୁଝାଇଥିଲେ ବାବୁ ତୁ ଏମିତି ଭୁଲ କାହିଁକି କଲୁ ? ଭୁବନେଶ୍ଵର ଆସିବାକୁ ଏତେ ବିଳମ୍ବ କାହିଁକି କଲୁ ? ଥଣ୍ଡା ମୁଣ୍ଡରେ ଭାବେ ତୁ କ’ଣ କରିବୁ ?

ଏହା ମଧ୍ୟ କହିଥିଲେ ଯେ କମ ସେ କମ ତୃପ୍ତି କୁ ଫୋନ କରି ତା ଭଲମନ୍ଦ କଥା ଟିକେ ଵୁଝେ । ତାହାର ମାନସିକ ଅବସ୍ଥା ଏବେ ଠିକ ନାହିଁ, ତାକୁ ତୁ କ୍ଷମା ମାଗିନେ । ଯେଉଁଭଳି ତୁ ଭୁଲ କରିଛୁ ସେ ଆଉ ସହି ପାରୁନାହିଁ ରେ ବାପା । ତୋତେ ଠିକ ବାଟକୁ ଆଣିବା ପାଇଁ ସେ ଏହିଭଳି ସବୁ କରିଛି । ତେବେ ଏବେ ସାମନାକୁ ଆସିଛି ଯେ ବାବୁସାନ ତାଙ୍କ ସ୍ତ୍ରୀ ଙ୍କୁ ଫୋନ କରି ଭୁଲ ମାଗି ନେଇଛନ୍ତି ।

ଆଉ ହୁଏତ ଆଗକୁ ଖୁସି ଖବର ମିଳିପାରେ ଦୁଇଜଣ ମିଶି ସୁଖ ସଂସାର ଅତିବାହିତ କରିବେ । ଆଉ ସେପଟେ ଯଦି ପ୍ରକୃତି ମିଶ୍ର ଙ୍କ କଥା କୁହାଯାଏ । ପ୍ରକୃତି ଭୁବନେଶ୍ଵର ଫେରିବା ପରେ ପୋଲିସ ପ୍ରକୃତି ମିଶ୍ରଙ୍କୁ ପଚରା ଉଚରା କରିଥିଲା । କିନ୍ତୁ ପ୍ରକୃତି ମିଶ୍ର ଘରୁ ବାହାରି ନ ଥିଲେ । ସେପଟେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଥିଲେ, ବାବୁ ତୁମେ ଚେନ୍ନାଇ କୁ ଶୀଘ୍ର ଘରକୁ ଫେରିଆସ ନିଜ ପରିବାର ସହ ହସ ଖୁସି ରେ ରୁହ ।

 

ଯାହାକି ଏବେ ବାବୁ ଫେରି ଆସିଛନ୍ତି ଘରକୁ ଓ ଘରେ ବାତାବରଣ ସବୁ ଠିକ ଅଛି । ବାବୁସାନ ନିଜେ ଏହି ପ୍ରତିକ୍ରିୟା ରଖି ନଥିଲେ । ଥକି ଯିବା କାରଣରୁ ସେ ଶୋଇ ପଡ଼ିଥିଲେ । ସେପଟେ ମା’ ଅପରାଜିତା ସାମନାକୁ ଆସି କହିଥିଲେ ପୁଅର ଶରୀରର ସ୍ଥିତି ଟିକେ ଠିକନାହିଁ, ସେ ରେଷ୍ଟ ନେଉଛି ।

ଏହିଭଳି କହିବା ସହିତ ଆଉ ଦୁଇଦିନ ପରେ ସେ ଗଣମାଧ୍ୟମକୁ ଓ ତା ଫ୍ୟାନ୍ସ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରତିକ୍ରିୟା ଦେବେ ଯେ ଆଗରୁ କ’ଣ କ’ଣ ଘଟି ଯାଇଥିଲା ଏବଂ ଆଗକୁ ସେ କ’ଣ ନିଷ୍ପତି ନେବେ ? ଯେତେବେଳେ ତୃପ୍ତି ଅଭିଯୋଗ କରିଥିଲେ ଏକ ଗଣମାଧ୍ୟମରେ ସେ କହିଥିଲେ କିଭଳି ଭାବେ ସେ ଦୁଇ ରୁ ତିନି ବର୍ଷ ହେଲାଣି ହନ୍ତସନ୍ତ ହୋଇ ବଞ୍ଚୁଛନ୍ତି ।

ସବୁ ଜାଣିଛନ୍ତି ଏବଂ ବାବୁଙ୍କୁ ବହୁତ ଥର ବୁଝାଇଛନ୍ତି କିନ୍ତୁ ବାବୁ ଅବୁଝା ହୋଇ ସେହି ରାସ୍ତାରେ ଚାଲି ଯାଇଥିଲେ । ଯେତେ ମନା କଲେ ମଧ୍ୟ ପ୍ରକୃତି ମିଶ୍ର ସହ ବାରମ୍ବାର ମିଶିଥିଲେ । ହେଲେ ସ୍ଵାମୀଙ୍କୁ ବାଟକୁ ଆଣିବା ପାଇଁ ସେ ଏଭଳି କାମ କଲେ । ଏବେ ତୃପ୍ତି ଙ୍କୁ ଭୁଲ ମାଗିବା ପରେ ହୁଏତ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପୁନର୍ବାର ସମ୍ପର୍କ ଭଲରେ ଗଢି ଉଠିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *