ବଡ ଖୁସି ଖବର ! Kapil Sharma ଙ୍କ ସୋ’ରେ ଓଡିଆ ଫିଲ୍ମ ‘Daman’ ଟୀମ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସୋ-ସି-ଆ-ଲ ମି-ଡି-ଆ ଠାରୁ ଆରମ୍ଭ କରି ଗଣ ମାଧ୍ୟମ ଏବଂ ସଂପୂର୍ଣ୍ଣ ଭାରତବର୍ଷ ରେ ବର୍ତ୍ତମାନ ଚର୍ଚ୍ଚା ସାଉଁଟୁଛି ଓଡିଆ ଚଳଚିତ୍ର “ଦମନ” । ବର୍ତ୍ତମାନ ସାରା ଭାରତର ଲୋକଙ୍କୁ ଆକର୍ଷିତ ମଧ୍ୟ କରିଛି ଏହି ଓଡିଆ ଚଳଚିତ୍ର । ଦମନ ଚଳଚିତ୍ର ରିଲିଜ ହେବା ପରଠାରୁ ସମସ୍ତଙ୍କ ଆଖି ଖୋଲା କୁ ଖୋଲା ରହି ଯାଇଛି । ତେବେ ଦମନ ଫିଲ୍ମ ହଲରେ ଓଡିଆ ଫିଲ୍ମ ଭାବରେ ଯେମିତି ସଫଳତାର ସହିତ ହିଟ ହେଉଛି ସେହିଭଳି ଭାବରେ ରୋଜଗାର ମଧ୍ୟ କରୁଛି । ଫିଲ୍ମଟିକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କରଛାଡ କରିଦେଇଛନ୍ତି ।

ଆଉ ହିନ୍ଦୀରେ ଡବିଙ୍ଗ ମଧ୍ୟ ସରିଛି । ବର୍ତ୍ତମାନ ସବୁଠାରୁ ବଡ କଥା ଯାହା ଚର୍ଚ୍ଚା ହେଉଛି ଯେ କପିଲ ଶର୍ମା ଙ୍କ କମେଡି ସୋ କୁ ଯାଉଛନ୍ତି ସଂପୂର୍ଣ୍ଣ ଦମନ ଟିମ । ଏହାକୁ ନେଇ ଚର୍ଚ୍ଚା ଜୋରସୋର ଧରିଛି । ଆପଣ ମାନେ ଏହା ନିଶ୍ଚିତ ଭାବରେ ଜାଣିଥିବେ ଯେ କପିଲ ଶର୍ମା ଙ୍କ ସୋ କୁ ଯିବାକୁ କିଭଳି ଭାବରେ ବଡ ବଡ ଚଳଚିତ୍ର ସବୁ ଲାଇନରେ ରହିଥାଏ ।

ଏଭଳିକି ଆପଣ ମାନେ ଏହା ନିଶ୍ଚିତ ଭାବରେ ଦେଖିଥିବେ ଯେ ବଲିଉଡ ର ବଡ ବଡ ଅଭିନେତା ସାହରୁଖ ତଥା ସଲମାନ ଖାନ ଠାରୁ ଆରମ୍ଭ କରି ହ୍ରୀତିକ ରୋଷନ ପର୍ଯ୍ୟନ୍ତ ସମସ୍ତେ ଆସି ନିଜ ଫିଲ୍ମ କୁ ରିଲିଜ ହେବା ଆଗରୁ ପ୍ରୋମୋଶନ କରିଥାନ୍ତି । ତେବେ ବର୍ତ୍ତମାନ ଓଡିଆ ଚଳଚିତ୍ର ଦିନେ କପିଲ ଶର୍ମା ଙ୍କ ସୋ କୁ ଯିବ ଅଥବା ଦମନ ଟିମ ଏହିଭଳି ସେହି ସୋ ରେ ସ୍ଥାନ ନେବ କେବେ କେହି ମଧ୍ୟ ଚିନ୍ତା କରି ପାରିନଥିବେ ।

ଖବର ଅନୁଯାୟୀ ଦମନ ର ସଂପୂର୍ଣ୍ଣ ଟିମ ଆଗକୁ ଆସୁଛନ୍ତି କପିଲ ଶର୍ମା ଙ୍କ ସୋ ରେ । ଏହାକୁ ନେଇ ବର୍ତ୍ତମାନ ସବୁଆଡେ ଏହି ଚର୍ଚା ଲାଗିରହିଛି । ଓଡିଆ ଫିଲ୍ମ ଜଗତରେ ‘ଦମନ’ ଫିଲ୍ମ ଯେଉଁ ଇତିହାସ ସୃଷ୍ଟି କରିଛି, ତାହା ଅତି ପ୍ରଶଂସନୀୟ । ଯେଉଁଠାରେ ଓଡିଆ ଦର୍ଶକ ମନ ଊଣା କରୁଥିଲେ ହଲ କୁ ଯିବାକୁ ତଥା ଓଡିଆ ଫିଲ୍ମ ଦେଖିବାକୁ ।

ବର୍ତ୍ତମାନ ଦମନ ଫିଲ୍ମ ଦେଖିବାକୁ ସମସ୍ତେ ଦୌଡି ଯାଉଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ଏହି ଫିଲ୍ମ ନା ଅନ୍ୟ କେଉଁ ଫିଲ୍ମ କୁ କପି କରିଛି ନା କେଉଁ ବାହାର ଜାଗାର କାହାଣୀ ଅଟେ । ଏହା ହେଉଛି ସଂପୂର୍ଣ୍ଣ ଓଡିଆ ଚଳଚିତ୍ର, ଏହା ସାଙ୍ଗକୁ ମାଳାକାନଗିରି ଅଞ୍ଚଳରେ ଘଟିଥିବା ଏକ ଡାକ୍ତର ଙ୍କ ସଂଘର୍ଷର କାହାଣୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *