Rajveer ମା’ଙ୍କ ଆଉ ଏକ ଭାଇରଲ ଭିଡ଼ିଓ , ହରିୟାଣାରେ ଟଙ୍କା କଲେକ୍ସନ ପାଇଁ ଫୋନରେ ଏମିତି ଚାଲିଥିଲା ଡୀଲ, ଦେଖନ୍ତୁ ଏହି Viral ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ରାଜବୀର ଙ୍କ ଚିକିତ୍ସା ପାଇଁ ଅନେକ ଲୋକ ସାହାଯ୍ୟର ହାତ ବଢ଼ାଇ ଥିଲେ ହେଁ ଏବେ ସୁଦ୍ଧା ଟଙ୍କା ଯଥେଷ୍ଟ ଟଙ୍କା କଲେକ୍ଟ ହୋଇ ପାରିନାହିଁ । ଏବେ ସୁଦ୍ଧା ବି ରାଜବୀର ଙ୍କ ପିତା ମାତାଙ୍କ ଫଣ୍ଡିଂ ଜାରି ରହିଛି । ତେବେ ରାଜବୀର ଙ୍କ ମା ଙ୍କ ଅନୁଯାୟୀ ଏବେ ସୁଦ୍ଧା ୩ କୋଟି ୧୭ ଲକ୍ଷ ଟଙ୍କା ଯୋଗାଡ଼ ହୋଇଥିବା କଥା ଶୁଣା ଯାଉଛି । କିନ୍ତୁ କିଛି ଭିଡ଼ିଓ ଭାଇରଲ ହେବା ପରେ ବର୍ତ୍ତମାନ ଲୋକେ ଦ୍ଵନ୍ଦରେ ଅଛନ୍ତି ଯେ କଣ ରାଜବୀର ଙ୍କ ବାପା ମା ଟଙ୍କା ପାଇଁ ଏପରି ଫଣ୍ଡିଂ କଲେକ୍ସନ କରୁଛନ୍ତି ?


ତେବେ ଏହା ଉପରେ ସେ କହିଥିଲେ କି ଏହା ପୁରୁଣା ଭିଡିଓ ସେମାନେ ହରିୟାଣା ରେ ସାହାର୍ଯ୍ୟ ପାଇଁ ଯାଇଥିଲେ ଏବଂ ସେଠାରେ ହିଁ ଏହି ଭିଡିଓ ରେକର୍ଡ ହୋଇଥିଲା। ତେବେ ସେ କହିଛନ୍ତି କି ସେମାନେ ଏତେ ଉଚ୍ଚ ଶିକ୍ଷିତ ନଥିବାରୁ କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । କେବଳ ହରିୟାଣା ର ବ୍ୟକ୍ତି ନୁହଁ ବରଂ ଓଡ଼ିଶାର ଦେବବ୍ରତ ସାରଙ୍ଗୀ ମଧ୍ୟ ଏପରି ଟଙ୍କା ମାଗିଥିବା କହିଛନ୍ତି ।

ଦେବବ୍ରତ ସାରଙ୍ଗୀ ତାଙ୍କ ଘଟଣା ର ପ୍ରଚାର ପାଇଁ ମିଡ଼ିଆ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । କିନ୍ତୁ ରାଜବୀର ଙ୍କ ମା ଙ୍କ କହିବା କଥା ଯେ ଏବେ ସୁଦ୍ଧା କୌଣସି ମିଡ଼ିଆ ତାଙ୍କୁ ଟଙ୍କା ମାଗି ନାହାଁନ୍ତି । ତେଣୁ ରାଜବୀର ଙ୍କ ପିତା ମାତା ଙ୍କ ଦ୍ଵାରା ଏବେ ସୁଦ୍ଧା ୩ କୋଟି ୧୭ ଲକ୍ଷ ଯୋଗାଡ଼ ହୋଇଥିଲେ ହେଁ ଯଥେଷ୍ଟ ରାଶି ଯୋଗାଡ଼ କରିବାକୁ ସୋସିଆଲ ମିଡ଼ିଆ ଜରିଆରେ ସବୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ନାମରେ ଭାଇରଲ ହେଉଥିବା କଥା ସବୁ ମିଛ ବୋଲି କହିଛନ୍ତି ।

ତେବେ ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାଜବିର ଙ୍କ ମାଆ ଜଣେ ମହିଳା ଙ୍କ ସହ ଫୋନ ରେ କଥା ବାର୍ତ୍ତା ହେଇଥିଲେ। ଯେଉଁଥିରେ ସେହି ମହିଳା ଜଣଙ୍କ ରାଜବିର ଙ୍କ ମାଆ ଙ୍କୁ ମାର୍କେଟିଂ ବିଷୟରେ ବୁଝାଉଥିଲେ ଏବଂ ତା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟ ରେ ପଇସା ନ ରଖି ଯେଉଁଥିରେ ଫଣ୍ଡିଂ ହେଉଛି ସବୁ ପଇସା ସେଠାରେ ରଖିବାକୁ କହୁଥିଲେ।


ତେବେ ସେ ମହିଳା ଜଣଙ୍କ ଏହା ମଧ୍ୟ କହିଥିଲେ କି ୧୦ ଟଙ୍କା ହେଉ କିମ୍ବା ୫ ଟଙ୍କା ସବୁ ସେହି ଆକାଉଣ୍ଟ ରେ ରଖିବାକୁ ଏହା କରିବା ଦ୍ୱାରା ଲୋକମାନେ ବିଶ୍ୱାସ କରିବେ କି ତୁମେ ତୁମ ପିଲାର ଚିକିତ୍ସା ପାଇଁ ଫଣ୍ଡିଂ କରୁଛ। ତେବେ ଓଡ଼ିଶାରେ କେବଳ ତୁମର ପିଲା ତ ନାହିଁ କୋଟି କୋଟି ଛୁଆ ଅଛନ୍ତି ତେଣୁ ଯଦି ବିଶ୍ୱାସ ନ କରେଇ ପାରିବ ତେବେ ଫଣ୍ଡିଂ ସ୍ଲୋ ହୋଇଯିବ।

ତୀବ୍ର ହେବ ନାହିଁ। ତେଣୁ ଏହି କାର୍ଯ୍ୟ କର। ତେବେ ଏହା ପରେ ରାଜବିର ଙ୍କ ମାଆ ମଧ୍ୟ କହିଥିଲେ କି ହଁ ମୁଁ ତୁରନ୍ତ ସେ ଆକାଉଣ୍ଟ ରେ ପଇସା ରଖିବାକୁ ଚେଷ୍ଟା କରିବି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *