କାଉ କେଉଁ କାର୍ଯ୍ୟ ଦ୍ଵାରା ବ୍ୟକ୍ତିକୁ କେଉଁ ସୂଚନା ଦେଇଥାଏ ? କାଉ ରାବିବା ଶୁଭ ନା ଅଶୁଭ !

ବନ୍ଧୁଗଣ ଆମର ଏହି ପୃଥିବୀରେ ଅନେକ ସାରା ପ୍ରାଣୀ ରହିଥାନ୍ତି । ଯେପରି ସେଥିମଧ୍ୟରୁ କାଉ ମଧ୍ୟ ଅନ୍ୟତମ । ତେବେ କାଉ ପାଖରେ ଅଦ୍ଭୁତ ଶକ୍ତି ରହିଥାଏ ବୋଲି ଲୋକ ମାନ୍ୟତା ରହିଅଛି । କାରଣ ଏହି କାଉ ମାନେ ଆଗାମୀ ସମୟ ବିଷୟରେ ଆଗୁଆ ସୂଚନା ପାଇଯାଇଥାନ୍ତି । କାଉ 2 ଟି ଦୁନିଆରେ ରହିଥାଏ ବୋଲି ମଧ୍ୟ କୁହାଯାଇଥାଏ । ଯାହା ହେଉଛି ଗୋଟେ ମୃତ୍ୟୁର ପର ଦୁନିଆ ଓ ଅନ୍ୟଟି ଜୀବନ, ଯେଉଁଠାରେ ଜୀବନ ରହିଥାଏ ।

ପ୍ରତ୍ଯେକ ବ୍ୟକ୍ତିବିଶେଷଙ୍କର ପୂର୍ବଜ ମାନେ କାଉ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରିଥାନ୍ତି ବୋଲି କୁହାଯାଇଥାଏ । ଜୀବନରେ ଆସିବାକୁ ଥିବା ଘଟଣା ବିଷୟରେ ମଧ୍ୟ ଆଗୁଆ ସୂଚନା ଦେଉଥିଲେ । ତେବେ କାଉକୁ ଜଡିତ କିଛି କଥା ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ରହିଛି ।

1- କାଉ ମାନେ ଯଦି ଘର ଉପରେ ବୋବାଇଥାନ୍ତି । ଏଥିସହ ପରସ୍ପର ମଧ୍ୟରେ ଝଗଡା ଲାଗିଥାନ୍ତି । ତେବେ ସେହି ଘରର ମୁରବୀଙ୍କ ଉପରେ ସଙ୍କଟ ଆସିବାକୁ ଯାଉଛି ବୋଲି ସୂଚନା ମିଳିଥାଏ । 2- ଖରା ଦିନ ପୂର୍ବରୁ ଯଦି ଗଛ ଉପରେ ବସିଥିବ ଆକାଉର ସ୍ଵର ଉତ୍ତର କିମ୍ବ ଅପୂର୍ବ ଦିଗରୁ ଶୁଣିବାକୁ ମିଳିଥାଏ । ତେବେ ଏହାକୁ ଶୁଭ ସଂକେତ ବୋଲି ଧରାଯାଇଥାଏ । ସେହି ଦିନଟି ମଧ୍ୟ ସେହି ବ୍ୟକ୍ତିର ଭଲ ଭାବେ କଟିଥାଏ ।

 

3- କାଉ ଯଦି କାହାର ଘର ଉପରେ ରହି ଦକ୍ଷିଣ ଆଡକୁ ମୁହଁ କରି ରାବୁଥାଏ । ତେବେ ଏହାକୁ ଅଶୁଭ ସଂକେତ ବୋଲି ମାନାଯାଇଥାଏ । ତେବେ ଏଥିଦ୍ଵାରା ଘର ଉପରକୁ କିଛି ବଡ ବିପତ୍ତି ଆସୁଛି ବୋଲି ସୂଚନା ମିଳିଥାଏ । 4- ରାସ୍ତାରେ କୁଆଡେ ଯାଉଥିବା ସମୟରେ ଯଦି କାଉଟି କୌଣସି ସ୍ଥାନରୁ ପାଣି ପିଊଥିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଶୁଭ ସଂକେତ ଅଟେ । ଏଥିଦ୍ଵାରା ଧନଲାଭ ହେବାର ସୂଚନା ମିଳିଥାଏ । ଯଦି ବ୍ୟକ୍ତି କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଯାଉଥାଏ । ତେବେ ତାହାଙ୍କୁ ସେଥିରେ ସଫଳତା ମଧ୍ୟ ମିଳିଥାଏ ।

5- ଯଦି କୌଣସି କାଉ ମୁହଁରେ ରୁଟି, ମାଂସ କିମ୍ବା କୌଣସି ଖାଦ୍ୟ ପଦାର୍ଥ ଧରିଥିବାର ଦେଖିବାକୁ ପାଇଥାନ୍ତି । ତେବେ ଏପରି ଦୃଶ୍ୟ ଯେଉଁ ବ୍ୟକ୍ତି ଦେଖିବ । ସେହି ବ୍ୟକ୍ତିର ମନରେ ଥିବା କୌଣସି ଏକ ବଡ ଇଛା ବହୁତ ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ସଂକେତ ମିଳିଯାଇଥାଏ ।

6- ଯଦି କୌଣସି ବ୍ୟକ୍ତି ଉପରେ କାଉ ଆସି ବସିଯାଇଥାଏ । ତେବେ ସେହି ବ୍ୟକ୍ତିକୁ ଶାରୀରିକ ଓ ମାନସିକ ପୀଡା ଭୋଗିବାକୁ ପଡିବ ବୋଲି ଦର୍ଶାଇଥାଏ । ତେବେ ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା କମେଣ୍ଟ କରିକି ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *