‘RRR’ ଖସିଗଲା ହେଲେ ଆପଣ ଫସିଯିବେ…ଦେଖନ୍ତୁ ପୁରା ମାମଲା…

ବନ୍ଧୁଗଣ ଏବେ ସାଉଥ ଫିଲ୍ମ ‘RRR’କୁ ନେଇ ସବୁ ଆଡେ ଚର୍ଚ୍ଚା । କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଦର୍ଶକ ମାନେ ଏହି ଫିଲ୍ମଟିକୁ ବହୁତ ପସନ୍ଦ କରିଛନ୍ତି । ବନ୍ଧୁଗଣ ଏହି ଫିଲ୍ମଟିକୁ ବନେଇ ଛନ୍ତି ଏସ ଏସ ରାଜମୌଲି ଯିଏ ବାହୁବଲି ଫିଲ୍ମ କରିଥିଲେ । ତେବେ ଏହି ଫିଲ୍ମକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଫିଲ୍ମର ଆକ୍ସନ ହେଉ କି ଏହି ଫିଲ୍ମର ଗୀତର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଆଉ ଏହାରି ମଧ୍ୟରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡି ଯାଇଛି । ଫିଲ୍ମର ଏକ ପୋଷ୍ଟର ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନ ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଗତ ବୁଧବାର ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ଟ୍ବିଟ କରି କହିଛି ମଟର ସାଇକେଲ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବାକୁ ପଡିବ ।

ଏପରି ଟ୍ବିଟ କରିବା ସହ RRRର ପ୍ରତ୍ୟକ ଅକ୍ଷରର ଅର୍ଥକୁ ମେମ୍ସରେ କୁହାଯାଇଛି । ପରିବହନ ବିଭାଗର ଏପରି ପଦକ୍ଷେପକୁ ଲୋକମାନେ ପ୍ରଶଂସା କରିବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ପରିବହନ ବିଭାଗ ଫଟୋ ସେୟାର କରିଥିବା ମେମ୍ସରେ ସାଉଥ ସୁପର ଷ୍ଟାର ଜୁନିୟର ଏନଟିଆର ଓ ରାମ ଚରଣ ବାଇକରେ ଯାଉଥିବାର ଏକ ଦୃଶ୍ୟ ରହିଛି ।

ଏହି ସିନ୍ ରେ ଉଭୟ ଅଭିନେତା ହେଲମେଟ ପିନ୍ଧି ନଥିଲେ । କିନ୍ତୁ ପରିବହନ ବିଭାଗ ସେମାନଙ୍କୁ ହେଲମେଟ ପିନ୍ଧାଇଛି । ଏହା ସହ RRRର ଅର୍ଥ ‘ରେସ୍ପୋନ୍ସେବୁଲ ରୋଡ ରାଇଡ’ ବୋଲି କହିଛି । ବିଭାଗ କହିଛି RRR ଆପଣଙ୍କୁ ସୁରକ୍ଷିତ ଭାବେ ଲକ୍ଷସ୍ଥଳକୁ ପହଞ୍ଚାଇବ ।

ଆପଣ ଡ୍ରାଇଭର ହୁଅନ୍ତି ବା ପଛରେ ବସି ଥିବା ଯାତ୍ରୀ ସର୍ବଦା ହେଲମେଟ ପିନ୍ଧନ୍ତୁ । ଏବେ ନୁହେଁ ପୁଷ୍ପା ଫିଲ୍ମ ବେଳକୁ ମଧ୍ୟ ପରିବହନ ବିଭାଗ ଟ୍ବିଟ କରି ସଚେତନ କରିଥିଲା । ଆଉ ଏବେ ପୁଣି RRR ଫିଲ୍ମକୁ ନେଇ ସଚେତନ କରାଯାଉଥିବା ଦେଖା ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *