Niranjan ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ସ୍ବାଉଠୁ ବଡ ପ୍ରମାଣ ! ଖୋଲିଲା ସବୁଠୁ ବଡ ରହସ୍ୟ !

ଧନ ଘରେ ନାହାନ୍ତି, ଦୁଷ୍ଟ ଦିଅର, ରୋମିଓ ପ୍ରଫେସର, ତୁମ ସହ ନାଇଟ ଲାଇଫ ଓ ସେଇ ସ୍ପର୍ଶ । ବନ୍ଧୁଗଣ ଏହି ପାଞ୍ଚଟି ସିନେମା ଏବେ କ୍ରାଇମବ୍ରାଞ୍ଚ ହାତରେ । ଆଉ ଯାହାକୁ ତିଆରି କରିଥିଲେ ମ୍ୟାଡମ ଶର୍ମୀଷ୍ଠା । ଏହି ପାଞ୍ଚଟି ସିନେମାର ପ୍ରତିଟି ଦୃଶ୍ୟ ଉତ୍ତେଜନା ମୂଳକ ଆଉ ଯାହାକୁ ଦେଖିଲେ ଯୁବପିଢି ପଥ ଭ୍ରଷ୍ଟ ହେବା ନିଶ୍ଚିତ । ଏହାରି ଭିତରେ ମ୍ୟାଡମ ଶର୍ମୀଷ୍ଠା ନିରଞ୍ଜନ ସେଠିଙ୍କୁ ନେଇ ୮ଟି ଫିଲ୍ମ ମଧ୍ୟ କରିଥିଲେ ଆଉ ଯେଉଁଥିରେ ତିନୋଟିରେ ନିରଞ୍ଜନ ସେଠି ହୋଇଥିଲେ ହିରୋ ।

କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତୟଆକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମୀଷ୍ଠା ରାଉତଙ୍କୁ ଗିରଫ କରିବା ପରେ କିଛି ବିସ୍ପୋରକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଶର୍ମୀଷ୍ଠା ଖରାପ ଫିଲ୍ମ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ମଧ୍ୟ ଜାଣିବାକୁ ପାଇଛି । ଆଉ ସେ ସବୁ ଫିଲ୍ମର କିଛି ଦୃଶ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଏହାକୁ ନେଇ ଏବେ ଆରମ୍ଭ ହୋଇଛି ତନାଘନା ।

ମାନସଙ୍କୁ ହତୟଆ ପଛର ମୁଖ୍ୟ କାରଣ ହେଲା ଏକ ମେମୋରୀ ଚିପ୍ । ଚିପ୍ ରେ ଥିବା କିଛି ଖରାପ ଫିଲ୍ମ ପାଇଁ ମାନସର ହତୟଆ ହୋଇଥିଲା ଯାହା ପୂର୍ବରୁ ଚାନ୍ଦବାଲି ପୋଲିସ କହି ସାରିଛି । କିନ୍ତୁ ଏହାରି ମଧ୍ୟରେ ମ୍ୟାଡମ ଶର୍ମୀଷ୍ଠାର ନ୍ୟୁଜ ଓଡିଆ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲା ହୋଇଥିଲା । ଏହା ଛଡା ସଂପୂର୍ଣ୍ଣ ଏଣ୍ଟରଟେନମେଣ୍ଟ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ବିଭିନ୍ନ ସର୍ଟ ଫିଲ୍ମ, ଆଲବମ ଓ ଭଜନ ଛାଡିବାକୁ ଚାହୁଁ ଥିଲେ ଶର୍ମୀଷ୍ଠା ।

ଆଉ ଏହାକୁ ସପୋର୍ଟ କରୁଥିଲେ ବାବୁ ନିରଞ୍ଜନ । ବାବୁ ନିରଞ୍ଜନ ଚାକିରିରୁ ଅବସର ନେବା ପରେ ମ୍ୟାଡମ ଶର୍ମୀଷ୍ଠା ଓ ନିରଞ୍ଜନ ମିଶି ୧୩ଟି ଭଜନ ଶୁଟିଙ୍ଗ କରିଥିଲେ । ୬ଟି ଭଜନରେ ମୁଖ୍ୟ ଅଭିନେତା ଥିଲେ ନିରଞ୍ଜନ ସେଠି । ଆଉ ସବୁଠାରୁ ବଡ କଥା ହେଲା ଯେଉଁ ୮ଟି ଖରାପ ଫିଲ୍ମ କଥା କୁହାଯାଉଛି ସେ ଫିଲ୍ମର ଡ୍ୟୁରେସନ ଥିଲା ୧୫ ରୁ ୨୦ ମିନିଟ ।

ଏହି ୮ଟି ସିନେମା ମଧ୍ୟରୁ ୩ଟି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ କାମ କରିଥିଲେ ବାବୁ ନିରଞ୍ଜନ । ନିରଞ୍ଜନ ଯେଉଁ ତିନୋଟି ଖରାପ ଫିଲ୍ମରେ ଥିଲେ ତାକୁ ଛାଡି ଦେଲେ ବାକି ୫ଟି ଖରାପ ଫିଲ୍ମ ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *