ପାର୍କକୁ ଗଲାବେଳକୁ ସବୁ ପୁଅ ଝିଅ ପରସ୍ପରକୁ କୁଣ୍ଢାକୁଣ୍ଢି ହେଇ ଚଟାଚଟି ହେଉଛନ୍ତି, ଯିବାକୁ ବି ଭଲଲାଗୁନି, ଲାଗୁଛି ଯେମିତି…

ବନ୍ଧୁଗଣ, ସମାଜ ବର୍ତ୍ତମାନ କିଭଳି ଭାବରେ ବଦନାମ ହେବାକୁ ଲାଗିଛି ତାହାକୁ ନେଇ ଜଣେ କମେଡିଆନ ଯାହାଙ୍କ ନାମ ପୂର୍ଣ୍ଣଚନ୍ଦ୍ର କହିଛନ୍ତି ଯେ କିଛି ଲୋକଙ୍କ ପାଇଁ ଏହି ସମାଜ ଟି ସଂପୂର୍ଣ୍ଣ ଭାବରେ ବଦନାମ ହୋଇଯାଉଛି । ଗୋଟିଏ ପାର୍କ ଏଥି ନିମନ୍ତେ ତିଆରି ହୋଇଥାଏ ଫ୍ୟାମିଲି ଛୋଟ ଛୋଟ ଛୁଆଙ୍କୁ ନିଅନ୍ତି ବୁଲାଇବା ପାଇଁ ଅଥବା ବୟସ୍କ ଲୋକେ ଯିଏ ଜାଆନ୍ତି ବୁଲିବା ପାଇଁ ତଥା ଶାରୀରିକ ସୁସ୍ଥ ରହିବା ନିମନ୍ତେ ସେମାନେ ପାର୍କ କୁ ଚାଲିବାକୁ ଯାଇଥାନ୍ତି ।

ମାତ୍ର ଆଜିଭଳି ଦିନରେ କେବଳ ପାର୍କ ଏବଂ ସିନେମା ହଲ ନୁହେଁ ବରଂ ସବୁଜାଗାରେ ଦେଖିଲେ ବାଟରେ ଘାଟରେ କୁଣ୍ଢାକୁଣ୍ଢି ହେଉଥିବେ ଯାହା କି ସେହିପଟରେ ଯିବାକୁ ଅନ୍ୟ ମାନଙ୍କୁ ଖରାପ ଲାଗିଥାଏ । ଏହି ଜିନିଷ ହେବାଦ୍ଵାରା ସମାଜ ଯାହା ପ୍ରଶୟ ଦେଇ ଦେଇ ଚାଲିଲା, ଧୀରେ ଧୀରେ ଏହି ଜିନିଷ ବଢି ବଢି ଚାଲିଲା । ଏଣୁ ଆଜିଭଳି ଦିନରେ ଆପଣ ପାର୍କ ଏବଂ ସିନେମା ହଲ ଅଥବା କୌଣସି ଜାଗାରେ ନିଜ ପରିବାରକୁ ନେଇ ଆପଣ ଯାଇପାରିବେ ନାହିଁ ।

ଯେଉଁଠାରେ ଦେଖିବେ ଏହି ଜିନିଷ ନଜରରେ ପଡିବ ଆପଣଙ୍କର ।  ତେବେ କିଛି ଲୋକ କହିଥାନ୍ତି ଯେ ଝିଅ ମାନେ ଏହିଭଳି ଡ୍ରେସ ପିନ୍ଧୁଛନ୍ତି ବୋଲି ପୁଅମାନେ ରେପ କରୁଛନ୍ତି । ପ୍ରଥମ କଥା ହେଲା ଯେ ଓଡିଶାବାସୀ ଇମୋସନାଲ ଆଟାଚମେଣ୍ଟ ମଣିଷ ତଥା ଠାକୁର ପ୍ରେମୀ, ଓଡିଶାରେ ଯେତିକି ପର୍ବପର୍ବାଣି ପାଳନ ହୋଇଥାଏ ତଥା ଯେତିକି ଠାକୁର, ମନ୍ଦିର ମାନଙ୍କରେ ପୂଜା ପାଉଛନ୍ତି ତାହା ଦେଖିବାକୁ ଆପଣ କେଉଁଠାରେ ପାଇବେ ନାହିଁ ।

ଏଠାରେ ଲୋକେ ଠାକୁର ଙ୍କୁ ବିଶ୍ଵାସ କରନ୍ତି ତଥା ବଡ ମାନଙ୍କୁ ବିଶ୍ଵାସ କରନ୍ତି । ଓଡିଆ ଙ୍କ କଲଚର ଅଲଗା ଅଟେ ବଡ ମାନଙ୍କୁ ସନ୍ନମାନ ଦେବା ତଥା ଯଏଣ୍ଟ ଫ୍ୟାମିଲି ମଧ୍ୟରେ ରହିବା, ନିଜ ପୋଷାକ ଢଙ୍ଗରେ ପିନ୍ଧିବା ଏହିସବୁ ଜିନିଷ ଆଗରୁ ମଧ୍ୟ ଥିଲା ଏବଂ ବର୍ତ୍ତମାନ ମଧ୍ୟ ଅଳ୍ପ କିଛି ଜାଗାରେ ଚାଲିଛି ।

ମାତ୍ର ଏହା ବଦଳିଲା କିଭଳି ଯେତେବେଳେ ବାହାର ଜାଗାରୁ ଲୋକେ ଆସିଲେ ତଥା ପିଲାମାନେ ଆସିଲେ, ତାଙ୍କ ବେଶବୁଷା ଦେଖି ଓଡିଶା ପିଲାମାନେ ତାକୁ ଗ୍ରହଣ କରି ସେହିଭଳି ଢଙ୍ଗରେ ଚାଲିଲେ । ମାତ୍ର ଏହି ଫ୍ୟାସନ ଧୀରେ ଧୀରେ ଖରାପ ଆଡକୁ ଗତି କରୁଛି । ତାହା ଲୋକେ ଆଦୌ ବୁଝୁ ନାହାଁନ୍ତି । ଯଦି ଏହା ପ୍ରତ୍ୟକ ଲୋକେ ବୁଝିବେ ତେବେ ଏହିଭଳି ଘଟଣା ମାନ କିଛି ଘଟିବ ନାହିଁ ବୋଲି କହିଛନ୍ତି କମେଡିଆନ ପୂର୍ଣ୍ଣଚନ୍ଦ୍ର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *