ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଥିବେ ଯେ କିଛି ଦିନ ହେବ କମେଡିଆନ ରାଜୁ ଦାସ ଙ୍କ ବିବାହ ସୋନାଲି ଙ୍କ ସହିତ ବୈଦିକ ରୀତିନୀତି ଅନୁଯାୟୀ ସମାପ୍ତ ହୋଇସାରିଛି । ଗତକାଲି ରାଜୁ ଙ୍କର ରିସେପ୍ସନ ଥିଲା ତେବେ ଏହି ରିସେପ୍ସନରେ କମେଡିଆନ ପ୍ରଜ୍ଞା ତାଙ୍କ ପତ୍ନୀ ଙ୍କ ସହିତ ସେଠାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ କିଛି ଏଭଳି କଥା ରାଜୁ ଙ୍କୁ କହିଥିଲେ, ଯାହା ବର୍ତ୍ତମାନ ବହୁଳ ଭାବରେ ଚର୍ଚା ହେବାରେ ଲାଗିଛି ।
ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ । କମେଡିଆନ ପ୍ରଜ୍ଞା କହିଛନ୍ତି ଯେ ରାଜୁ ତାଙ୍କର ସାନଭାଇ ଭଳି ହେବେ ମାତ୍ର ରାଜୁଙ୍କର ଉଚ୍ଚତା ଯେହେତୁ ବହୁତ ବଡ ଏଣୁ ସେ ବହୁତ ବଡ ଭଳି ଲାଗନ୍ତି । ଏହାପରେ ପ୍ରଜ୍ଞା କହିଥିଲେ ଉଭୟଙ୍କ ଶୁଭକାମନା ସେ କରୁଛନ୍ତି ଯେ ଆଗାମୀ ଦାମ୍ପତ୍ୟ ଜୀବନରେ ସେ ବେସ ହସଖୁସିରେ ଜୀବନ ଅତିବାହିତ କରନ୍ତୁ ।
ସେହିଭଳି ପ୍ରଜ୍ଞା ଙ୍କ ପତ୍ନୀ କହିଥିଲେ ଯେ ଉଭୟଙ୍କୁ ବହୁତ ବହୁତ ଶୁଭେଛା ଆଜିର ଜୀବନର ପ୍ରଥମ ଆରମ୍ଭ ଏହା ଏକ ନୂଆ ଜୀବନ ଅଟେ ଭଗବାନ ଙ୍କ ଆଶୀର୍ବାଦ ରହୁ ଯେ ଉଭୟଙ୍କ ନୂଆ ଜୀବନ ଏହିଭଳି ଭଲରେ ଭଲରେ ବିତିଯାଉ । ଏହା ପରେ ରାଜୁ ପ୍ରଜ୍ଞାଙ୍କ ସ୍ତ୍ରୀ ଙ୍କୁ କହିଥିଲେ ସ୍ଵାମୀ ମାନେ ଭୁଲ କରିଲେ ସ୍ତ୍ରୀ କିଭଳି କ୍ଷମା ଦେଇଦେବେ, ସେହି ଟ୍ରିକ ଟା ଟିକିଏ ଶିଖେଇ ଦେଇ ଜାଆନ୍ତୁ ।
ଏହା ପରେ ପ୍ରଜ୍ଞା ଙ୍କ ସ୍ତ୍ରୀ କହିଥିଲେ ଯେ କିଛି ନାହିଁ ସ୍ଵାମୀ ଭୁଲ କରି କ୍ଷମା ମାଗିଦେଲେ ସବୁ ହେଇଯିବ । ଖାଲି ଗୋଟିଏ ସରି କହିଦେଲେ ହେଇଯିବ ଆଉ କିଛି ଦରକାର ନାହିଁ । କିନ୍ତୁ ପ୍ରଜ୍ଞା କହିଥିଲେ ଯେ ସେମିତି କିଛି ନାହିଁ ସବୁବେଳେ ଖୁଟୁରୁ ମୁଟୁରୁ ରହିବ, ନିଜ ଭିତରେ ବୁଝାମଣା ରହିଲେ ଉଚିତ ହେବ, ଯେଉଁଠାରେ ଦୁଇଟି ବାସନ ରହିବ ତାହା ତ ନିଶ୍ଚିତ ଖଟଖଟ ହେଇ ଆବାଜ ହେବ ନା ?
ମାତ୍ର ତାହା ଭିତରେ ମଧ୍ୟ ଖୁସି ଅଛି ମଜା ଅଛି ତଥା ଭଲପାଇବା ଅଛି । ଏହିଭଳି ଚାଲିବା ନିହାତି ଆବଶ୍ୟକ । ପ୍ରଜ୍ଞା ହସି ହସି କହିଥିଲେ ଯେ ସାହୁବାବୁ ହେଉଛନ୍ତି ଦୋକାନୀ ଏଣୁ ଦୋକାନୀ ର ତ କିଛି ଅଭାବ ନାହିଁ ଅସୁବିଧା କ’ଣ ଅଛି ଆଉ କି ମନ୍ତ୍ର ଦେବେ ? ତେବେ ଏହିଭଳି କମେଡିଆନ ପ୍ରଜ୍ଞା, ରାଜୁ ଦାସ ଙ୍କୁ କିଛି ମଜାଦାର କଥା କହିଥିଲେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।