Breaking News: ସରକାରଙ୍କ ବଡ ଘୋଷଣା, ଏଥର ଦେଢ ମାସ ନୁହେଁ ମାତ୍ର 10 ଦିନ ହେବ ଖରାଛୁଟି, ଦେଖନ୍ତୁ କେବେଠୁ କେଉଁ ପର୍ଯ୍ୟନ୍ତ

ନମସ୍କାର ବନ୍ଧୁଗଣ ତେବେ ରାଜ୍ୟରେ କରୋନା ମହାମାରୀ ପାଇଁ ପାଠ ପଢ଼ାରେ ଅନେକ ସମସ୍ୟା ଦେଖାଦେଇଛି । ପାଠ ପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ନିଆ ଯାଇଛି  ଚଳିତ ବର୍ଷ ମାତ୍ର ୧୦ ଦିନ ପାଇଁ ହେବ ସ୍କୁଲ ଖରାଛୁଟି । ଆସନ୍ତା ଜୁନ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଖରାଛୁଟି ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ୫୦ ଦିନ ଖରା ଛୁଟି ଦିଆଯାଉଥିଲା । କିନ୍ତୁ ଦୁଇ ବର୍ଷ ହେଲା କୋଭିଡ ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟି ସମୟ ସୀମାରେ କାଟଛାଣ୍ଟ କରାଯାଇଛି ।

ପୂର୍ବ ପାଠ ବାକି ରହିଥିବାରୁ ସେଗୁଡ଼ିକୁ ସାରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଆସନ୍ତା ଜୁନ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ପାଇଁ ଖରାଛୁଟି ହେବ । ମେ’ ପହିଲାରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଜାରି ରହିବ ।

ତେବେ ଏହା ସହିତ କ୍ଲାସ ପ୍ରମୋସନକୁ ନେଇ ଯେଉଁ ଦ୍ଵନ୍ଦ୍ଵ ଲାଗି ରହିଥିଲା ତାହା ଦୂର ହୋଇଛି । ଆସନ୍ତା ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ହେବ । କିନ୍ତୁ ଏଥିପାଇଁ ପରୀକ୍ଷା କରାଯିବ କି ନାହିଁ ଗଣଶିକ୍ଷ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଏହା ସହ ଆସନ୍ତା ଏପ୍ରିଲ ୨୦ରୁ ୩୦ ତାରିଖ ସୁଦ୍ଧା ରିଆଡମିଶନ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ କୋଭିଡ ପାଇଁ ଦୁଇ ବର୍ଷ ହେଲା ସ୍କୁଲ ଗୁଡ଼ିକରେ ପାଠପଢ଼ା ପ୍ରଭାବିତ ହୋଇଥିଲା ।

ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକରେ ସରି ନଥିବା କୋ ର୍ସଗୁଡ଼ିକ ପୁରା କରିବାକୁ ଖରାଛୁଟିକୁ ସୀମିତ କରା ଯାଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଖରାଛୁଟି ପ୍ରାୟ ଦେଢ଼ ମାସ ହେଉଥିଲା । ତେବେ ମହାମାରୀ ପ୍ରଭାବିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣି ପିଲାଙ୍କୁ ଦକ୍ଷ କରିବା ଲାଗି ଖରାଛୁଟିକୁ କମାଇବାକୁ ସରକାର ଚିନ୍ତା କରୁଛନ୍ତି । ଏହାକୁ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି । ତେବେ ଶିକ୍ଷାବିତଙ୍କ ମତ ହେଲା ଖରାଛୁଟି ବଦଳରେ କେବଳ କ୍ଲାସ୍ ଖୋଲିଲେ ହେବନି ପିଲାଙ୍କୁ ସଠିକ୍ ଶିକ୍ଷାଦାନ ମିଳିବା ଉଚିତ ।

ତେବେ ସେପଟେ ଖରାଛୁଟି କମାଇବା ଯୋଜନାକୁ ନେଇ ଆପତ୍ତି ଉଠାଇଛି ଅଭିଭାବକ ସଂଘ । ଯୁକ୍ତି ହେଲା, ଖରା ଦିନକୁ ଦିନ ବଢୁଥିବା ବେଳେ କୋମଳମତି ଛାତ୍ରଛାତ୍ରୀ କିପରି ସ୍କୁଲ୍ ଯିବେ ? ଅନ୍ୟପଟେ ସରକାର ଏଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କ ପରୀକ୍ଷା ହେବ ନା ନାହିଁ ସେନେଇ ସ୍ପଷ୍ଟ କରିନାହାଁନ୍ତି । ଯେଉଁଥି ଲାଗି ଘରୋଇ ସ୍କୁଲ୍ ଅପେକ୍ଷା ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ।

ସରକାରୀ ସ୍କୁଲ୍‌ରେ ଆଡମିଶନ ବି ଏଯାଏ ଆରମ୍ଭ ହୋଇନି । ଘରୋଇ ସ୍କୁଲ୍‌ରୁ ଯେପରି ଛାତ୍ରଛାତ୍ରୀ ସରକାରୀ ସ୍କୁଲ୍‌କୁ ନଆସନ୍ତୁ ସେଥିଲାଗି ଜାଣିଶୁଣି ଏଭଳି ବିଳମ୍ବ କରା ଯାଉଥିବା ଅଭିଯୋଗ ଆଣିଛି ଅଭିଭାବକ ସଂଘ । etତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *