Interesting Gk Questions- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ତେବେ ମୁଁ କିଏ କୁହ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ,

୧;- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ, ପମି ପିଇବାକୁ ଦେଲେ ମରିଯାଏ ?

ଉତ୍ତର;- ନିଆଁ ।

୨;- ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?

ଉତ୍ତର;- ନଡିଆ/ପଇଡ ।

୩;- ଦେଖିବାକୁ ଗୋଲ କିନ୍ତୁ ବଳ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖେଳନ୍ତି ସମସ୍ତେ ତଥାପି କନ୍ଦେନି କୁହ ସେ କିଏ ?

ଉତ୍ତର;- ବେଲୁନ ।

୪;- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?

ଉତ୍ତର;- କମଳା ।

୫;- ବର୍ଷା ଦିନେ କାନ୍ଦେ ଶୀତ ଦିନେ ଶୁଏ, ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ ରଙ୍ଗ ବିରଙ୍ଗର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?

ଉତ୍ତର;- ଛତା ।

୬;- ପଥର ହେଲେ ବି ମୁଁ ପାଣି ? ତାହା କ’ଣ ?

ଉତ୍ତର;- ବରଫ/କୁଆ ପଥର ।

୭;- ବାବାଜୀ ନୁହେଁ ତା’ ବଢିଛି ଦାଢି ପାଦ ତଳ ଯାଏଁ ଆସିଛି ମାଢି, ପିଲାଏ ଖେଳନ୍ତି ଦାଢିରେ ଦୋଳି ପକ୍ଷୀଏ ଖାଆନ୍ତି ତା ନାଲି କୋଳି ?

ଉତ୍ତର;- ବରଗଛ ।

୮;- ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ ଯୁଆଡେ ଗଲେ ଯାଏ ସିଏ କହ ଭାଇ କହ କଣ ସିଏ ?

ଉତ୍ତର;- ନିଜର ଛାଇ ।

୯;- ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରନ୍ତି ନାହିଁ ।

ଉତ୍ତର;- ପୋଲିଓ ।

୧୦;- ଏମିତି ବାଘସେ ଛାଡେନି ଘର, ଖାଏନି ମଣିଷ, ପିଏ ସେ କ୍ଷୀର, ମା’ ନଦେଖିଲେ ମାଉସୀ ଦେଖାଲୋ କୁକୁର କୁ ତାହାର ପ୍ରବଳ ଡର ?

ଉତ୍ତର;- ବିଲେଇ ।

୧୧;- କେଉଁ ଜୀବ ଗୋଟିଏ ଦିନରେ ମାତ୍ର ୧୬ ମିନିଟ ଆରାମ କରିଥାଏ ?

ଉତ୍ତର;- ଚାଟି ।

୧୨;- କେଉଁ ଭିଟାମିନ ଅଭାବରୁ ମୁଣ୍ଡର ବାଳ ଧଳା ହୋଇଯାଏ ?

ଉତ୍ତର;- B6 ଏବଂ B12 ।

୧୩;- ଭାରତରେ କେଉଁ ବ୍ୟକ୍ତିଙ୍କ ଫଟୋ ସବୁଠାରୁ ଅଧିକ ଚପାଯାଏ ?

ଉତ୍ତର;- ମହାତ୍ମା ଗାନ୍ଧୀ ଙ୍କ ଫଟୋ ।

୧୪;- ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧେ ?

ଉତ୍ତର;- ବୋତଲ ।

୧୫;- କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୋଇଯାଏ ?

ଉତ୍ତର;- ସାବୁନୁ ।

୧୬;- ଉପରୁ ପଡିଲା ବୁଢା ବ୍ରାହ୍ମଣ ତା’ ଦେହ ସାରା ପଇତା ବଣ ?

ଉତ୍ତର;- ମସିଣା ।

୧୭;- କେଉଁ ପ୍ରାଣିର ପାଞ୍ଚୋଟି ଆଖି ଅଛି ?

ଉତ୍ତର;- ମହୁମାଛି ।

୧୮;- ଏଭଳି କେଉଁ ପକ୍ଷୀ ରେ ଯେଉଁ ବାଟରେ ଖାଇଥାଏ ସେହି ବାଟରେ ମଳତ୍ଯାଗ କରିଥାଏ ?

ଉତ୍ତର;- ବାଦୁଡି ।

୧୯;- ସେଇଟା କ’ଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ ବହୁତ କଷ୍ଟ ହୋଇଥାଏ ?

ଉତ୍ତର;- କାନ କିମ୍ବା ନାକ ଫୋଡିଲା ସମୟରେ ବହୁତ କଷ୍ଟ ହୋଇଥାଏ ।

Leave a Reply

Your email address will not be published. Required fields are marked *