ପିଲା ଅଧିକ ରାଗିଲେ ତାଙ୍କୁ କେମିତି ସମ୍ଭାଳିବେ ? ଦେଖନ୍ତୁ କଣ କୁହନ୍ତି Dr Jigyansa Ipsita Pattnaik

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଛୁଆ ମାନଙ୍କ ରାଗ ଅଥବା ପ୍ରତିକ୍ରିୟା କିଭଳି ପ୍ରକାଶ ପାଉଛି ? ସାଧାରଣତଃ ରାଗ ଗୋଟିଏ ଏଭଳି ସ୍ଵଭାବ ଯାହା କି ପିଲାଠାରୁ ଆରମ୍ଭ କରି ବଡ ଲୋକଙ୍କ ପାଖରେ ମଧ୍ୟ ରହିଥାଏ । ଯେଉଁଭଳି ଖୁସି ଯେମିତି ଏକ ଇମୋଶନ ଏବଂ ଦୁଖଃ ଯେମିତି ଏକ ଇମୋଶନ ସେହିଭଳି ରାଗ ମଧ୍ୟ ଗୋଟିଏ ଇମୋଶନ ଅଟେ । ମାତ୍ର ରାଗ ଯଦି ଏତେ ଅଧିକ ହେଉଛି ଯେ ଛୁଆ ଜାଣିପାରୁନାହିଁ ଯେ ତାର ବ୍ୟବହାର ପରିବର୍ତ୍ତନ ତଥା ବ୍ୟବହାରରେ କିଛି ପୃଥକ ଜିନିଷ ଦେଖିବାକୁ ମିଳୁଛି ।

ମାତ୍ର ସେ ଜାଣି ପାରୁନାହିଁ ଯେ ସେହି ରାଗକୁ ସେ କିଭଳି ଶାନ୍ତ କରିବେ ଏବଂ ତାହା ପରେ କିଛି ଖରାପ ପ୍ରତିକ୍ରିୟା ଦେଖାଇଥାଏ । ଉଦାହରଣ ସ୍ୱରୂପ ଯେଉଁଭଳି ରାଗିକି ଛୁଆମାନେ ନିଜ ଜିନିଷପତ୍ର ପକାଇ ଦେଲେ, ଅଥବା ରାଗିକି ମାତା ପିତା ଙ୍କୁ କାମୁଡା କାମୁଡି କରିବା, ତଥା ଧମକାଇବା ମତେ ଏହା ଆଣି ଦିଅ ନଚେତ ମୁଁ ନିଶ୍ଚିତ କିଛି ଗୋଟିଏ କରିଦେବି । ଯଦି ଆପଣ ଦେଖୁଛନ୍ତି ଏହିଭଳି ଆପଣଙ୍କ ପିଲା ରାଗିବାରେ ଲାଗିଛି, ତେବେ ଆପଣ ତାଙ୍କୁ କିଭଳି ସମ୍ଭାଳିବେ ?

ଆସନ୍ତୁ ବର୍ତ୍ତମାନ ସେ ସମ୍ବନ୍ଧରେ ବିସ୍ତାର ଭାବରେ ଜାଣିନେବା, ମାତ୍ର ପିଲା ଯଦି ଦେଖନ୍ତି ନିଜ ମାତା ପାଟ ତଥା ଗୁରୁଜନ ରାଗି କିଛି ଜିନିଷ ଫୋପଡା ଫିଙ୍ଗା କରୁଛନ୍ତି ତେବେ ପିଲା କିଛି ନବୁଝି ସେହିଭଳି ବ୍ୟବହାର କରିବା ଆରମ୍ଭ କରିଦେଇଥାଏ । କିନ୍ତୁ ଆପଣ ନିଜ ଘରେ ସେହିଭଳି ଝଗଡା ଯଦି କରୁନାହାନ୍ତି ତେବେ ଯଦି ଆପଣଙ୍କ ପିଲା ଏହିଭଳି କିଛି କରୁଛି ତେବେ ଆପଣଙ୍କୁ ଲକ୍ଷ ରଖିବାକୁ ହେବ ଯେ ସେ ଏହିଭଳି ସ୍ଵଭାବ କାହାଠାରୁ ଶିଖିଲା ?

ତଥା ସ୍କୁଲ କିମ୍ବା ଅନ୍ୟ ସାଙ୍ଗ ଙ୍କ ସହିତ କିଭଳି ଭାବରେ ମିଶୁଛି ? ଯଦି ଆପଣ ଦେଖୁଛନ୍ତି ଯେ ପରିବେଶ ସଂପୂର୍ଣ୍ଣ ଭାବରେ ସଠିକ ଅଛି ତେବେ ଆଜିକାଲି ଇଣ୍ଟରନେଟ ରେ ଯେଉଁଭଲାଇ ଭାବରେ ଗେମ ସବୁ ଆସିଛି ଯାହାକୁ ଛୁଆ ଅଧିକ ଖେଳୁଛନ୍ତି । ହୁଏତ ସେହିଭଳି ବ୍ୟବହାର ଛୁଆମାନେ ନିଜେ ଆରମ୍ଭ କରିଦେଇଥାନ୍ତି । ସେମାନେ ତାଙ୍କ ମନରେ ଏହିଭଳି ଚିନ୍ତାଧାରା ରଖିଥାନ୍ତି ଯେ ଯଦି ମୁଁ ଫୋନ ରେ ତଥା ଟିଭି ରେ ଖେଳି ଜିତୁଛି ତେବେ ବାସ୍ତବ ଜୀବନରେ କରିଲେ ନିଶ୍ଚିତ ଭାବରେ ମୋ ଇଛା ପୂରଣ ହେବ ଏବଂ ମୁଁ ଜିତିବି । ଏହାକୁ ଦେଖି ବାପା ମା’ କଣ କରିବେ ତାହା ବିଷୟରେ ଚିନ୍ତା କରାଯିବ ।

ମାତ୍ର ଛୁଆ କୁ ଯଦି ଆମ୍ଭେ ସମୟ ନ ଦେଉ ତଥା ସେ ପାଠ ପଢିଲା ବେଳେ ତା ପାଖେ ନ ବସୁ କିଛି ପଜେଟିଭ ଆକ୍ଟିଭିଟି କରିବା ସମୟରେ ଛୁଆଙ୍କୁ ଧ୍ୟାନ ନ ଦେଇ ଥାଉ ତେବେ ସେମାନେ ଚିନ୍ତା କରନ୍ତି ମା’ ବାପା ମତେ ସମୟ ଦେଉନାହାନ୍ତି ତେବେ ଏଭଳି ଚିଲାଇ ଫୋପଡା ଫିଙ୍ଗା ତଥା ଜିଦି କଲେ ମତେ ସମୟ ଦେବେ ତଥା ମୋ ପାଖେ ବସିବେ । ତେଣୁ ଆପଣ ମାନେ ନିଜ ପିଲାକୁ ନିଶ୍ଚିତ ଭାବରେ ସମୟ ଦେବା ସହିତ ତା ସହିତ କିଛି ଖେଳ ତଥା ପଜେଟିଭ ଆକ୍ଟିଭିଟି କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *