ଡ୍ରାଇଭର ସହ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଇଞ୍ଜିନିୟର ସ୍ୱାମୀଙ୍କୁ ହତୟଆ ପାଇଁ ସ୍ତ୍ରୀ ସୁପାରୀ ଦେବା ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ । ଗତକାଲି ଅଭିଯୁକ୍ତ ଡ୍ରାଇଭର ଗିରଫ ହେବା ପରେ ଆଜି ସ୍ତ୍ରୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଡ୍ରାଇଭରଙ୍କ ସହ ମୋର କୌଣସି ପରକୀୟା ପ୍ରୀତି ନାହିଁ । ମୋତେ ବଦନାମ କରିବାକୁ ସ୍ୱାମୀ ଏଭଳି ଚକ୍ରାନ୍ତ କରିଛନ୍ତି । ଆଜି ମିଡିଆରେ ଏଭଳି ବୟାନ ଦେଇଥିବା ବେଳେ ସେପଟେ ପୋଲିସ ସୁନ୍ଦରପଦାସ୍ଥିତ ତାଙ୍କ ଫ୍ଲାଟରେ ଚଢାଉ କରି ଫେରି ଆସିଛି ।

ତେବେ ସ୍ତ୍ରୀ କହିଛନ୍ତି ତାଙ୍କୁ ବଦନାମ କରିବାକୁ ସ୍ୱାମୀ ଷଡ଼ଯନ୍ତ୍ର କରିଛନ୍ତି । ସ୍ୱାମୀଙ୍କୁ ମର୍ଡର କରିବାକୁ ମୁଁ ସୁପାରୀ ଦେଇ ନଥିଲି । ବିବାହ ପରଠାରୁ ସ୍ୱାମୀଙ୍କ ସହ ଭଲ ସମ୍ପର୍କ ନଥିବା କହିଛନ୍ତି । ପୁରୀ ଟ୍ରାନ୍ସଫର ହୋଇଯିବା ପରେ ପୁଅକୁ ନେଇ ମୁଁ ଆପାର୍ଟମେଣ୍ଟରେ ରହୁଥିଲି । ଘରକଥା ବୁଝିବାକୁ ସ୍ୱାମୀ ହିଁ ଡ୍ରାଇଭରକୁ ନିଯୁକ୍ତି ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ କାଢି ଦେଇଥିଲେ ।

ଏବେ ସ୍ୱାମୀଙ୍କ ଏଭଳି ଅଭିଯୋଗ ମୋ ଚରିତ୍ର ସଂହାର କରୁଛି । ଏପରିକି ଏକାଧିକ ମହିଳାଙ୍କ ସହ ସେ ସମ୍ପର୍କରେ ଥିବା ସ୍ତ୍ରୀ ପାଲଟା ଅଭିଯୋଗ କରିଛନ୍ତି । ସେପଟେ ପୋଲିସ କହିଛି ସୁପାରୀ କିଲର ଗିରଫ ହେବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ । ତେବେ କିଏ କହୁଛି ସତ ? ସ୍ୱାମୀ ନା ସ୍ତ୍ରୀ ? ସ୍ୱାମୀଙ୍କ ଅଭିଯୋଗ ପରେ ଗତକାଲି ମଞ୍ଚେଶ୍ୱର ପୋଲିସ୍ ଡ୍ରାଇଭରକୁ ଗିରଫ କରିଥିଲା ।

ଆଉ ଡ୍ରାଇଭର ବି ମାନିଥିଲା ସୁପାରୀ ଷଡ଼ଯନ୍ତ୍ରର ଗୋଟି ଗୋଟି କଥା । ଇଞ୍ଜିନିୟର ସ୍ୱାମୀକୁ ମାରିବାକୁ ସ୍ତ୍ରୀ ହିଁ ଦୁଇଜଣ ସୁପାରୀ କିଲରଙ୍କୁ ଲକ୍ଷେ ଟଙ୍କା ଦେଇଥିଲେ । ହେଲେ ମର୍ଡର ପ୍ଲାନ୍ କିନ୍ତୁ ଫେଲ୍ ହୋଇ ଯାଇଥିଲା । ଏସବୁ ଭିତରେ ପୋଲିସ୍ ଆଜି ପତ୍ନୀ ରହୁଥିବା ସୁନ୍ଦରପଦା ସ୍ଥିତ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ହେଲେ ପୋଲିସକୁ କିନ୍ତୁ ଖାଲି ହାତରେ ଫେରିବାକୁ ପଡ଼ିଛି ।

ମିଡିଆରେ ବୟାନ ଦେଉଥିବା ସ୍ତ୍ରୀ କାହିଁକି ଧରା ଦେଉ ନାହାଁନ୍ତି ପୋଲିସକୁ ? କୁଆଡେ ଗଲେ ସ୍ତ୍ରୀ ? ଏସବୁ ଭିତରେ ଆପାର୍ଟମେଣ୍ଟର ଅନ୍ତେବାସୀ କିନ୍ତୁ କହିଛନ୍ତି ଭିନ୍ନ କଥା । ତେବେ ମିଛ ପରିଚୟ ଦେଇ ମହିଳା ଜଣକ ରହୁଥିଲେ । ଭଡ଼ାରେ ରହିବା ବେଳେ ନିଜକୁ କିର୍ତ୍ତୀକରଣ ବେହେରା ବୋଲି ସେ ପରିଚୟ ଦେଇଥିଲେ । ଡ୍ରାଇଭରଙ୍କୁ ସ୍ୱାମୀ ବୋଲି କହିଥିଲେ । ଆଉ ପୋଲିସର ଜେରା ବେଳେ ଡ୍ରାଇଭର କହିଥିଲେ କିର୍ତ୍ତୀକରଣ ହେଉଛି ତାଙ୍କ ଜାତକ ନାଁ ।

ସେପଟେ ଆପାର୍ଟମେଣ୍ଟକୁ ପ୍ରତିଦିନ ନୂଆ ନୂଆ ଲୋକ ଆସୁଥିଲେ ବୋଲି କହିଛନ୍ତି ସୋସାଇଟିର ସମ୍ପାଦକ ଓ ସିକ୍ୟୁରିଟି ଗାର୍ଡ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ନଥିଲା । ହେଲେ ମିଛ ପରିଚୟ ଦେଇ ସ୍ତ୍ରୀ କାହିଁକି ରହୁଥିଲେ ଭଡ଼ା ଘରେ ? ଡ୍ରାଇଭରଙ୍କୁ କାହିଁକି ସ୍ୱାମୀ ବୋଲି ପରିଚୟ ଦେଉଥିଲେ, ସେନେଇ ଉଠିଛି ପ୍ରଶ୍ନ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *