କେଉଁ ସମୟରେ ଜନ୍ମ ହେଲେ କଣ ସବୁ ଥାଏ ଲକ୍ଷଣ, ନିଶ୍ଚୟ ଜାଣନ୍ତୁ- Jyotish Shastra

ବନ୍ଧୁଗଣ ଆମ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ସମୟ ଓ ତାର ତିଥିକୁ ଆଧାର କରି ତାର ଜାତକ ଏବଂ ତାର ଭାଗ୍ୟର ଆକଳନ କରାଯାଇଥାଏ । ଏହା ମଧ୍ୟ ମାନ୍ୟତା ରହିଛି ଯେ, ଜନ୍ମ ସମୟ ବ୍ୟକ୍ତିର ସ୍ଵଭାବ ଓ ଚରିତ୍ର ଉପରେ ବହୁତ ପ୍ରଭାବ ପକାଇଥାଏ । ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଶୁଭ ସମୟରେ ଜନ୍ମ ହୋଇଥାନ୍ତି ଓ ସେମାନଙ୍କର ଭାଗ୍ୟ ମଧ୍ୟ ବହୁତ ଭଲ ରହିଥାଏ ।

ଏହା ସହିତ ଏପରି ମଧ୍ୟ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଅଶୁଭ ସମୟରେ ଜନ୍ମ ଗ୍ରହଣ କରିଥାନ୍ତି ଓ ସେହି ବ୍ୟକ୍ତି ମାନଙ୍କ ଭାଗ୍ୟ ବହୁତ ଖରାପ ହୋଇଥାଏ । ବନ୍ଧୁଗଣ ଆଜିଆମେ ଜାଣିବା ବ୍ୟକ୍ତି କେଉଁ ସମୟରେ ଜନ୍ମ ନେଲେ କେଉଁ ପ୍ରକାରର ଭାଗ୍ୟର ଅଧିକାରୀ ହୋଇଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯେଉଁ ମାନେ ସଖାଳ ୪ ଟାରୁ ୮ ଭିତରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କ ସ୍ଵଭାବ ଚଳନୀୟ ରହିବ । ଏମାନଙ୍କ ପ୍ରଥମ ଜୀବନ ସାଧାରଣ ରହିବ ହେଲେ ଏହାପରେ ଏମାନଙ୍କ ଜୀବନରେ ଉନ୍ନତି ଦେଖିବାକୁ ମିଳିବ । ଏହି ପ୍ରକାରର ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି ଓ ଏମାନଙ୍କ ସ୍ଵଭାବ ମଧ୍ୟ ବହୁତ ଭଲ ରହିଥାଏ ।

୨. ଯେଉଁ ବ୍ୟକ୍ତି ମାନେ ସଖାଳ ୮ଟାରୁ ୧୨ ମଧ୍ୟରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସ୍ଵଭାବରୁ ଭାବୁକ, ଚିନ୍ତାବାଦୀ, ଶିଳ୍ପବାଦୀ ଓ ଜିଦଖୋର ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ଏମାନେ ନିଜ ବୁଦ୍ଧି ଦ୍ଵାରା ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ଭବିଷ୍ୟତରେ ଏହି ବ୍ୟକ୍ତି ମାନେ ବହୁତ ଉନ୍ନତି କରିଥାନ୍ତି ।

୩. ଯେଉଁ ବ୍ୟକ୍ତି ମାନେ ଦିନ ୧୨ଟାରୁ ୪ଟା ମଧ୍ୟରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସ୍ଵଭାବରୁ ଶାନ୍ତ, ସରଳ ଓ ଧର୍ଜ୍ୟବାନ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ନିଜ ପ୍ରିୟଜନ ମାନଙ୍କର ଅତିପ୍ରିୟ ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ ନିଜ ପରିବାର ଓ ସମ୍ପର୍କୀୟ ମାନଙ୍କ ଠାରୁ ସଂପୂର୍ଣ୍ଣ ସୁଖପ୍ରାପ୍ତ ହୋଇଥାଏ । ଏହା ସହିତ ଶେଷ ସମୟରେ ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ସୁଖ ଭୋଗ କରିଥାନ୍ତି ।

୪. ଯେଉଁ ବ୍ୟକ୍ତି ମାନେ ଦିନ ୪ଟାରୁ ରାତି ୯ଟା ମଧ୍ୟରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସ୍ଵଭାବରୁ ବହୁତ ଦୟାଳୁ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ଜୀବନରେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଏମାନଙ୍କୁ କମ କଷ୍ଟରେ ଅଧିକ ସଫଳତା ପ୍ରାପ୍ତ ହୋଇଥାଏ । ଏହି ବ୍ୟକ୍ତି ମାନଙ୍କ ଜୀବନ ଅତ୍ୟନ୍ତ ସୁଖମୟ ରହିଥାଏ ଓ ଏମାନେ ସବୁବେଳେ ଅନ୍ୟ ମାନଙ୍କ ସହାୟତା କରିବା ପାଇଁ ସିହା ଇଛା କରିଥାନ୍ତି ।

୫. ଯେଉଁ ବ୍ୟକ୍ତି ମାନେ ରାତି ୯ଟାରୁ ୧୨ ମଧ୍ୟରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସ୍ଵଭାବରୁ ଶାନ୍ତ, ସରଳ, ନିର୍ଭୀକ, ଦୟାଳୁ ଓ ପରିଶ୍ରମୀ ପ୍ରକୃତିର ହୋଇଥାନ୍ତି । ଏମାନେ ନିଜ ଲକ୍ଷ୍ୟପଥକୁ ହାସଲ କରିବା ପାଇଁ ବହୁତ କଷ୍ଟ କରିଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ଜୀବନରେ ସଫଳତା ହାସଲ କରିଥାନ୍ତି ଓ ଏମାନେ ନିଜ ପରିବାରକୁ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

୬. ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନେ ରାତ୍ରି ୧୨ଟାରୁ ୪ଟା ମଧ୍ୟରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କ ଜୀବନ ସର୍ବଦା ସଙ୍କଟ ପୂର୍ଣ୍ଣରେ ଘେରି ରହିଥାଏ । ଏହି ବ୍ୟକ୍ତି ମାନେ ଦୁର୍ଘଟଣା ଓ ରୋଗାଗ୍ରସ୍ତର ଶିକାର ହୋଇଥାନ୍ତି । ଏମାନଙ୍କ ପାଖରେ ସର୍ବଦା ଅର୍ଥ ସଙ୍କଟ ମଧ୍ୟ ଲାଗି ରହିଥାଏ । ବନ୍ଧୁଗଣ ଏହି ପ୍ରକାରର ବ୍ୟକ୍ତିଙ୍କର ଶେଷ ସମୟ ଅତ୍ୟନ୍ତ ଦୁଃଖଦର ରହିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *