Liver Cirrhosis କୁ ସାବଧାନ ! ଜାଣନ୍ତୁ ଏହା କଣ ଯାହା ପାଇଁ ଚାଲିଗଲା Pintu Nanda ଙ୍କ ଜୀବନ, ସମୟ ଥାଇ ଏହାକୁ କିପରି ଚିହ୍ନିବେ ?

ନମସ୍କାର ବନ୍ଧୁଗଣ, ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଅଭିନେତା ପିଣ୍ଟୁ ନନ୍ଦଙ୍କର ଦେହାନ୍ତ ହେବା ପରେ ଲୋକଙ୍କ ମନରେ ଏନେଇ ଭୟ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ଏହି ଲିଭର ସିରୋସିସ ରୋଗ କଣ ଏହା କିପରି ହୁଏ ଏବଂ ଏହାର ନିରାକରଣ କିଭଳି ଭାବରେ କରାଯାଇପାରିବ ପ୍ରାଥମିକ ସ୍ତରରେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏହା ସମ୍ବନ୍ଧୀୟ ଜଡିତ ଥିବା ସମସ୍ତ ତଥ୍ୟ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଲିଭର ସିରୋସିସ ହେଉଛି ଯକୃତକୋଷର କ୍ଷୟ ରୋଗ । ଲିଭର ଜନିତ ରୋଗର ଏହି ଲିଭର ସିରୋସିସ ହେଉଛି ଶେଷ ଷ୍ଟେଜ । ଯଦି ଏହି ରୋଗ ହୋଇଥାଏ ତେବେ ଲିଭର ଭିତରେ କଳା ଚିହ୍ନ ଭଳି ଟିସୁ ତିଆରି ହୁଏ । ତେବେ ଲିଭରରେ ହେଉଥିବା ଏହି କଳା ଚିହ୍ନକୁ ଫିବ୍ରୋସିସ ଟିସୁ ବୋଲି କୁହାଯାଏ । ଏହି ଟିସୁ ତିଆରି ହେବା ଦ୍ଵାରା ଲିଭରର ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗିଥାଏ ।

ଫିବ୍ରୋସିସ ଟିସୁ ପ୍ରଭାବରେ ଲିଭରର ସାଧାରଣ ଟିସୁ ସବୁ ପ୍ରଭାବିତ ହୋଇଥାଏ । ତେବେ ଏହି ରୋଗ ହେବାର ଲକ୍ଷଣ ଗୁଡିକ ହେଉଛି, ବହୁତ ଅଧିକ ଥକାପଣ ଅନୁଭୂତ ହୋଇଥାଏ । ଲିଭର ସିରୋସିସ ହେଲେ ବହୁତ ଅଧିକ ଦୁର୍ବଳ ଅନୁଭବ ହେବା ସହ ଭୋକ ମଧ୍ୟ କମ ଲାଗିଥାଏ । ବିନା କାରଣରେ ଶରୀରର ଓଜନ ମଧ୍ୟ କମିବାକୁ ଲାଗିଥାଏ ।

ବାନ୍ତି ସବୁବେଳେ ଲାଗିବା ସହିତ ବାନ୍ତି ମଧ୍ୟ ହୋଇଥାଏ । ହାତ ପାଦ ନାଲି ପଡିଯାଏ । ତଳି ପେଟର ଡାହାଣ ପଟରେ ବହୁତ ଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ । ଅଧିକ ଦିନ ଧରି ରୋଗ ହେବା ପରେ ଏହାର ଆହୁରି ଅଧିକ ଲକ୍ଷଣ ଦେଖା ଦେଇଥାଏ । ଦେହ ହାତରେ କୁଣ୍ଡିଆ ହୋଇଥାଏ । ଗୋଡର ତଳ ଭାଗ ଫୁଲିବାକୁ ଲାଗିଥାଏ । ଜଣ୍ଡିସ ଭଳି ରୋଗ ହୁଏ ।

ଶରୀରର କୌଣସି ସ୍ଥାନ କଟିଗଲେ ରକ୍ତ ପ୍ରବାହ ବନ୍ଦ ହୋଇନଥାଏ ଯଦି ହୁଏ ତେବେ ବିଳମ୍ବରେ ବନ୍ଦ ହୁଏ । ପାକସ୍ଥଳୀ ଏବଂ ଖାଦ୍ୟସ୍ଥଳୀର ନିମ୍ନ ଭାଗ, ଭେନରୁ ରକ୍ତ ପଡିଥାଏ । ଲିଭର ସିରୋସିସ ହେବାର ମୁଖ୍ୟ କାରଣ ହେଉଛି ଅଧିକ ଦିନ ଧରି ମ-ଅଦ ପିଇବା । ଡ୍ର-ଗ-ସ ନେବା ଦ୍ଵାରା ମଧ୍ୟ ଏହା ହୋଇଥାଏ । ଲିଭରରେ ଚର୍ବି ଜମା ହେବା ଦ୍ଵାରା ବି ରୋଗ ଅଧିକ ବଢିଥାଏ ।

ଏହି ରୋଗର କୌଣସି ସ୍ଥାୟୀ ପ୍ରତିକାର ନଥାଏ । ରୋଗୀଙ୍କୁ କେବଳ ମ-ଅଦ୍ୟପାନ କରିବା ପାଇଁ ବାରଣ କରାଯାଇଥାଏ । ସୁସ୍ଥ ଡାଏଟ ପାଇଁ ପରାମର୍ଶ ଦିଆଯାଇଥାଏ । ଫଳମୂଳ ଏବଂ ପନିପରିବା ଅଧିକ ମାତ୍ରାରେ ଖାଇବା ପାଇଁ କୁହାଯାଏ । ଅଭିନେତା ପିଣ୍ଟୁ ନନ୍ଦ ଏହି ରୋଗରେ ଆଖି ବୁଜିଥିବା ବେଳେ ଏହି ରୋଗର ଲକ୍ଷଣ ଏବଂ ହେବା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇଲୁ । ଆଶା କରୁଛୁ ଆପଣ ଏହି ପରାମର୍ଶକୁ ପାଳନ କରିବେ ।

Leave a Reply

Your email address will not be published. Required fields are marked *