‘ପିଣ୍ଟୁ ନନ୍ଦ ମୋ ସ୍ବପ୍ନରେ ଆସିଥିଲେ, ମୋ ସହ କଥା ହେଲେ ଆଉ ମତେ କହିଲେ କି ତୁମେ ମାନେ…’: ବୁଦ୍ଧାଦିତ୍ୟ

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ପରେ ସମସ୍ତ କଳାକାର ବହୁତ ମର୍ମାହତ ଏବଂ ସଦମାକୁ ଚାଲିଯାଇଛନ୍ତି କହିଲେ ଭୁଲ ହେବ ନାହିଁ । ତାଙ୍କ ସହ ବିତାଇଥିବା ମୂହୁର୍ତ୍ତକୁ ସେମାନେ ମନେ ପକାଇ ବହୁତ ବହୁତ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି । ବହୁତ ଶୀଘ୍ର ବୟସ ନ ହୋଇ ଚାଲିଯିବାର କଷ୍ଟ ସମସ୍ତେ ଅନୁଭବ କରୁଛନ୍ତି । ତେବେ ତାଙ୍କ ସହ କାମ କରୁଥିବା ବୁଦ୍ଧାଦିତ୍ୟଙ୍କୁ ପିଣ୍ଟୁ ସ୍ଵପ୍ନ ଦେଖିଛନ୍ତି ତାଙ୍କାର ପରଲୋକ ହୋଇଥିବା ରାତିରେ ।

ତେବେ ତାଙ୍କୁ ପିଣ୍ଟୁ ନନ୍ଦ କଣ କହିଛନ୍ତି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା । ଏହି ଖବର ଶୁଣିବା ପରେ ସେ ପିଣ୍ଟୁ ନନ୍ଦ କହିଥିବା କଥାକୁ ମନେ ପକାଇ ଆଶ୍ଚର୍ଯ୍ୟ ହେବାକୁ ଲାଗିଲେ । କାରଣ ପିଣ୍ଟୁ ନନ୍ଦ ଏମିତି ସମସ୍ତେ ମିଶି ଖଟି କରୁଥିବା ସମୟରେ କହିଥିଲେ କି ମୋର ଆୟୁଷ ଆଉ ମାତ୍ର ଦେଢ ବର୍ଷ । ଏହାପରେ ବୁଦ୍ଧାଦିତ୍ୟ ତାଙ୍କୁ କହିଲେ ପିଣ୍ଟୁ ଭାଇ କାହିଁକି ଏମିତି କଥା ବାର୍ତ୍ତା କରୁଛ । ତମର କଣ ବୟସ ହେଲାଣି ଏଇଟା ତମର ସେକେଣ୍ଡ ଇନିଙ୍ଗ୍ସ ଚାଲିଛି ।

ଏହାପରେ ପିଣ୍ଟୁ କହିଥିଲେ ହଁ ମତେ ତ ସମସ୍ତେ କହୁଛନ୍ତି ମୁଁ ସେକେଣ୍ଡ ମିହିର ହେବି ବୋଲି । ପିଣ୍ଟୁଙ୍କ କଣ୍ଠରୁ ବାହାରିଥିବା ସେହି କଥା ଆଜି ସତ ହୋଇଛି ଏବଂ ସମୟ ମଧ୍ୟ ସମାନ । ତେଣୁ ବୁଦ୍ଧାଦିତ୍ୟ ରାନ ନିୟମ ପକାଇ କହୁଛନ୍ତି କି ଆପଣମାନେ ବିଶ୍ଵାସ କରିବେନି କେହି ବି ମୋର ଏହି କଥାକୁ ବିଶ୍ଵାସ ନ କରିପାରନ୍ତି କିନ୍ତୁ ଏହା ସତ ।

ଆଉ ଏଥିପାଇଁ ମୁଁ ଆଜି ତାଙ୍କ ବିୟୋଗରେ ବହୁତ ଅଧିକ ପ୍ରଭାବିତ ହୋଇଛି । ଯାହାଫଳରେ ମୁଁ ତାଙ୍କୁ ଆଜି ସ୍ଵପ୍ନ ମଧ୍ୟ ଦେଖିଛି ବୋଲି କହିଲେ । ବୁଦ୍ଧାଦିତ୍ୟ ରାତିରେ ଡେରିରେ ସୁଅନ୍ତି । ତେଣୁ ସେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ରାତି 3ଟା ହିଁ ଖବର ପାଇଯାଇଥିଲେ ତାଙ୍କ ସିନେ ଜଗତର ୱାଟସାପ ଗ୍ରୁପରୁ ।

ଆଉ ଏହି ଖବର ପାଇବା ପରେ ତାଙ୍କ ମୁଣ୍ଡ କାମ କରିନଥିଲା ତେଣୁ ସେ ଯାଇ ବସିଲେ କିଛି ସମୟ । ଏହାପରେ ଯାଇ 4ଟା ରାତିରେ ଶୋଇଲେ । ଆଉ ଶୋଇବା ପରେ ପିଣ୍ଟୁ ନନ୍ଦ ଆସି ତାଙ୍କ ସ୍ଵପ୍ନରେ ବୁଦ୍ଧାଦିତ୍ୟଙ୍କୁ ଡାକିଲେ ଆସେ ବୋଲି କହିଲେ ମୋ ସହ । ଏହିସବୁ କଥା କହିଛନ୍ତି ଅଭିନେତା ତଥା ପିଣ୍ଟୁଙ୍କ ସହ କଳାକାର ବୁଦ୍ଧାଦିତ୍ୟ ।

Leave a Reply

Your email address will not be published. Required fields are marked *