‘କଳାକାର ମାନେ ଚେଷ୍ଟା କରିଥିଲେ ଗୋଟିଏ ଦିନରେ କୋଟିଏ କଣ 4କୋଟି ଟଙ୍କା ଆଦାୟ ହେଇପାରିଥାନ୍ତା, ହେଲେ ଏମାନେ ତ ଖାଲି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ଯଦି ସବୁ କଳାକାର ମାନେ ଚେଷ୍ଟା କରିଥାନ୍ତେ । କୋଟିଏ କଣ ଗୋଟିଏ ଦିନରେ ୪ କୋଟି ଆଦାୟ ହେଇଯାଇଥାନ୍ତା । ତେବେ ଏପରି କିଛି ମନ୍ତବ୍ୟ ସମାଜସେବୀ ସଂଗ୍ରାମ ବିଶ୍ଵାଳ କହିଛନ୍ତି । ତେବେ ସମାଜସେବୀଙ୍କ କହିବା ଅନୁସାରେ ଅଭିନେତା ପିନ୍ଟୁ ନନ୍ଦ ଯେତେବେଳେ ମେଡିକାଲରେ ପଡିଥିଲେ । ସେତେବେଳେ ବହୁତ ଗୁଡିଏ କଣ୍ଟ୍ରୋଭର୍ସି ହେଉଥିଲା । ତେବେ କିଛି ଲୋକ ଲୋକ ପବ୍ଲିସିଟି ପାଇଁ ମଧ୍ୟ ଦେଖେଇ ହେଉଥିଲେ ।

ତେବେ ପିନ୍ଟୁ ଭାଇ ବଞ୍ଚିଥିବା ସମୟରେ ଯାହା ତ କହୁଥିଲେ । ପିନ୍ଟୁ ଭାଇ ଚାଲିଯିବା ପରେ ବହୁତ କଳାକାର ଅଛନ୍ତି । ପିନ୍ଟୁ ନନ୍ଦ ଏପରି ଥିଲା ସେପରି କରୁଥିଲା ବୋଲି କହିହେଉଛନ୍ତି । ତେବେ ଯିଏ ତ ଯିବାର ଥିଲା । ତେବେ ଜଣେ ଏତେ ବଡ ଭର୍ସାଟାଇଲ କଳାକାର ଯିବା ପରେ ତ ଏପରି କିଛି ତାଙ୍କ ବିରୁଦ୍ଧରେ କହିବା ଉଚିତ ନୁହେଁ । କାରଣ ପିନ୍ଟୁଙ୍କ ଦେହାନ୍ତ ପରେ ଲୋକମାନେ ତାଙ୍କୁ ସମ୍ମାନ ଦେଉଛନ୍ତି । ନା ତାଙ୍କ ଚରିତ୍ରକୁ ନଷ୍ଟ କରି କହୁଛନ୍ତି ।

ତେବେ ଓଡିଶାର ଜଣେ ଏତେ ବଡ କଳାକାର ମାସେ ହେଲା ମେଡିକାଲରେ ପଡି ଚିକିତ୍ସିତ ହେଉଥିଲା । ତେବେ ପିନ୍ଟୁଙ୍କ ଉପରେ କହିବା ଅନୁଯାଇ ସେ ମଦ ଆଗରୁ ପିଉଥିଲେ ହେଲେ ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ଡିଭୋର୍ସ ହେବା ପରେ ମାନସିକ ଚିନ୍ତା କାରଣରୁ ତାଙ୍କର ମଦ ପିଇବାର ମାତ୍ରା ଅଧିକ ବଢିଯାଇଥିଲା । ତେବେ ଯଦି ତାଙ୍କର ସ୍ଵାସ୍ଥ ସମସ୍ଯା ଖରାପ ହେଲା । ତେବେ ସେହି କଳାକାରକୁ ବଞ୍ଚେଇବାକୁ ଯାଇ ଯଦି ଅନ୍ୟ ସବୁ ଓଡିଶା କଳାକାର ମନରୁ ଲାଗି ପଡିଥାନ୍ତେ ।

ତେବେ ନିହାତି ଭାବରେ ରାତାରାତି ଟଙ୍କା ଯୋଗାଡ ହୋଇଯାଇଥାନ୍ତା । ହେଲେ ବହୁତ କଳାକାର ଅଛନ୍ତି ଯେଉଁ ମାନେ ହୃଦୟରୁ ପିନ୍ଟୁଙ୍କୁ ସାହାଜ୍ଯ କରିବା ପାଇଁ ଟଙ୍କା ଦେବା ସହ ଟଙ୍କା ଯୋଗାଡ କରୁଥିଲେ । ହେଲେ ଏପରି ମଧ୍ୟ କିଛି କଳାକାର ଅଛନ୍ତି । ଯେଉଁ ମାନେ ଅନ୍ୟ ଗୋଟେ କଳାକାର ପାଇଁ ଟଙ୍କାଟିଏ ମଧ୍ୟ ଦେଲେ ନାହିଁ । ତେବେ ଯେତେବେଳେ କଳାକାର ମାନଙ୍କ ଉପରେ ଏପରି କିଛି ବଡ ସମସ୍ଯା ଆସୁଛି ।

ସବୁବେଳେ ସାଧାରଣ ଜନତା ଉପରେ ନିର୍ଭର ନକରି ଯଦି କଳାକାର ମାନଙ୍କ ମଧ୍ୟରେ ଏକତା ରକ୍ଷା କରି ନିଜ ନିଜ ମଧ୍ୟରେ ବୁଝାବଣା ହୋଇ ଚେଷ୍ଟା କରନ୍ତେ । ତେବେ ବହୁତ କିଛି ସମସ୍ଯାର ସମାଧାନର ବାଟ ବହୁତ ଶୀଘ୍ର ବାହାରିଯାଇଥାନ୍ତା । । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *